ବେଗୁନିଆପଡା ରେ କୈବର୍ତ୍ତ ସମାଜର ମା’ ମଙ୍ଗଳାଙ୍କ ଚୈତ୍ର ଯାତ୍ରା ପାଳିତ।

ସିପ୍ରା ପଟନାୟକ,ଓଡିଶାବାର୍ତ୍ତା

ଗଞ୍ଜାମ (ବେଗୁନିଆପଡା):ଗଞ୍ଜାମ ଜିଲ୍ଲା ବେଗୁନିଆପଡା :ବେଗୁନିଆପଡା ବ୍ଲକ  ବେଗୁନିଆପଡା , କେ. ବରିଡା , ଓଡନଈ , ଜେ . ବେଳପଡା ଗ୍ରାମରେ  କୈବର୍ତ୍ତ ସମାଜର ଈଷ୍ଟଦେବୀ ମାସର୍ବ ମଙ୍ଗଳାଙ୍କ ଚୈତ୍ର ଯାତ୍ରା ଆରମ୍ଭ ହୋଇଯାଇଛି।  ଏହି ପବିତ୍ର ଚୈତ୍ର ପୂର୍ଣ୍ଣମା ରେ କୈବର୍ତ୍ତ ସମାଜର ସବୁଢୁ ବଡ ଯାତା  ହୋଉଛି ଚଈତି ଯାତ୍ରା ଏହି ପର୍ବ ଚୈତ୍ର ମାସ ଶୁକ୍ଲ ପୂର୍ଣ୍ଣମାରେ ଯାତ୍ରା ଆରମ୍ଭ  ହୋଇଥିଏ କୈବର୍ତ୍ତ କୁଳର ଗର୍ବ ଗୌରବ ଏହି ପର୍ବ ଦୀର୍ଘ ନଅ ଦିନ ଧରି ଚାଲିଥାଏଚଈତି ଯାତ୍ରାରେ ଦେବୀ ମାଁ ମଙ୍ଗଳା  ବାସଳୀ ଦେବୀ ଙ୍କୁ ଆରଧନା କରାଯାଈଥାଏ ଏହି ପର୍ବ ବହୁ ଆଡମ୍ଭର ସହକାରେ ପାଳିତ ହୁଏ ଯେପରି ଗୋଟିଏ ମଣ୍ଡୁକୀ ବର୍ଷାକୁ ଚାତକ ପକ୍ଷୀପରି ଅନାଇ ବସିଥାଏ ସେପରି କୈବତ୍ତ ସମାଜର ଲୋକମାନେ ଚଈତି ଯାତ୍ରାକୁ ଅନାଈ ବସିଥାନ୍ତିଚୈତ୍ର ପୂର୍ଣ୍ଣମୀ ରୁ କୈବର୍ତ୍ତ ମାନେ  ଅଶ୍ବମୁଖୀ ମାମଙ୍ଗଳା ବାସଳୀ ଦେବୀ ଙ୍କୁ ପୂଜନ କରାଯାଇଥାଏ ପ୍ରଥମେ ଦ୍ବାଦଶ ଖଣ୍ଡ ବାଉଁଶ କାଠି ଯତ୍ନେ ଆଣି ଅଶ୍ବ ପଞ୍ଜରା ନିର୍ମାଣ କରାଈ ପଞ୍ଜରାରେ ମାମଙ୍ଗଳାଙ୍କ ଚମ୍ଫା  କାଠରେ ନିର୍ମାଣ ହୋଇଥିବା ଅଶ୍ବ ମୁଣ୍ଡକୁ ଲଗାଈ ସିନ୍ଦୁର ,କଜ୍ଜ୍ବଳ , ଫୁଳ ହାର ମଣ୍ଡଣି କରି ଢ଼େଳ, ଚାଙ୍ଗୁ ,ଘଣ୍ଟି , କାହାଳିର ବାଦ୍ୟବାଜଣା ସହକାରେ ମାଙ୍କ  ମନ୍ତ୍ର ପାଠକରି ପୂଜା କରାଯାଇଥାଏ  ଗ୍ରୁହଣୀ ମାନେ ହରି ବୋଲ , ହୁଳ ହୁଳି ଦେଈ ହଳଦି , ଅରୁଆ ଚାଉଳ , ଦୁବ ବରକୋଳି ପତ୍ର ରେ ମାଙ୍କୁ ବନ୍ଦାଯାଈଥାଏଚୈତ୍ର ପୂର୍ଣ୍ଣମୀ, କୈବର୍ତ୍ତ ମାନଙ୍କର କୂଳପର୍ବ, ଇଷ୍ଟଦେବୀ ମାଦେବୀ ମନ୍ଦିର ଭିତରେ ରହି ପୂଜା ପାଆନ୍ତିଏହି ଚୈତ୍ର ପୂର୍ଣ୍ଣ ରେ ବର୍ଷକୁ ନଅଦିନ ଧରି ଗ୍ରାମ ପରିକ୍ରମା କରାଯାଇଥିଏ।  କୈବତ୍ତ ଗୀତା ପ୍ରସଙ୍ଗରେ ବଣ୍ଣନା  ହୋଈଛିସମଗ୍ର କୈବର୍ତ୍ତ ଜାତି ଦାସ ରାଜାଙ୍କର ବଂଶଧର ବୋଲି କୁହାଯାଏଚଇତି ଘୋଡାନାଚ  ଓଡିଶାର ଏକ ପାରମ୍ପରିକ ଲୋକନୃତ୍ୟ ଭାବେ ପରିଚିତ