ଯୁବ ସଙ୍ଗଠନ ଓ.ଏସ୍.ୱାଇ.ସି. ର ସାଧାରଣ ସଭା ଅନୁଷ୍ଠିତ:
ଓଡିଶା ବାର୍ତ୍ତା
ବ୍ରହ୍ମପୁର :,26/02/23:ବ୍ରହ୍ମପୁର ସହର ଉପକଣ୍ଠ ତଥା ହଳଦିଆପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓଁବିହାର-ଶକ୍ତିନଗର ଅଞ୍ଚଳର ବିଭିନ୍ନ ସାହି ଓ ଗଳି ରେ ବସବାସ କରୁଥିବା ସ୍ଥାନୀୟ ବାସିନ୍ଦା, ସଭାର ଆୟୋଜକ ତଥା ଓଁବିହାର ଅଞ୍ଚଳର ଯୁବା ତଥା ସାମାଜିକ ସଙ୍ଗଠନ ‘ଓଁବିହାର ଶକ୍ତିନଗର ୟୋଥ କମିଟି’ ର ସଭାପତି ଉମାଶଙ୍କର ସାହୁ, ସମ୍ପାଦକ ଅନନ୍ତ ନାରାୟଣ ମହାନ୍ତିଙ୍କ ସମେତ ଅନ୍ୟ ସମସ୍ତ ପଦାଧିକାରୀ ବୃନ୍ଦ ଏବଂ ହଳଦିଆପଦର ଗ୍ରାମ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଶ୍ରୀ ଦଣ୍ଡପାଣି ବେହେରା ଏବଂ ସମିତି ସଭ୍ୟ ଶ୍ରୀ ପ୍ରବୀଣ କୁମାର ପ୍ରମୁଖଙ୍କ ଉପସ୍ଥିତିରେ ପୂର୍ବ ନିର୍ଦ୍ଧାରିତ ସମୟ ପ୍ରକାରେ ଓଁବିହାର ପ୍ରଥମ।ଲେନ, ଦ୍ଵିତୀୟ ଏକଷ୍ଟେନ୍ସନସ୍ଥିତ ଗଣେଶ ଭିଲ୍ଲା କଲ୍ୟାଣ ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହିତ ଓଁବିହାର, ଶକ୍ତିନଗର, ଗଦାଧର ନଗର, ନଳିନୀ ବିହାର ଓ ସଦାନନ୍ଦବିହାର ଭଳି ବ୍ରହ୍ମପୁର ସହର ଉପକଣ୍ଠ ଅଞ୍ଚଳକୁ ପଞ୍ଚାୟତ ସ୍ଥରୀୟ ସମସ୍ତ ସୁବିଧା କିଭଳି ସହଜରେ ଉପଲବ୍ଧ ହୋଇପାରିବ ସେ’ସମ୍ବନ୍ଧରେ ଏକ ସକାରାତ୍ମକ ଆଲୋଚନା କରା ଯାଇଥିଲା।
ଜରୁରୀକାଳୀନ ଭାବେ ଓଁବିହାର ମୁଖ୍ୟ ରାସ୍ତାର ମରାମତି, ପ୍ରତ୍ୟେକ ଘରକୁ ପାନୀୟଜଳ ଯୋଗାଣ ସୁବିଧା, ଓଁବିହାର ଓ ଶକ୍ତିନଗର ଅଞ୍ଚଳରେ ସରକାରୀ ଜାଗା ଚିହ୍ନଟ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥା ଅଙ୍ଗନବାଡି ଗୃହ, ବରିଷ୍ଠ ନାଗରିକ ଚିତ୍ତ ବିନୋଦନ କେନ୍ଦ୍ର, ସମ୍ମିଳନୀ କକ୍ଷ, ଶିଶୁ ଉଦ୍ୟାନ, ଏହି ଅଞ୍ଚଳ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ପାଣିଟାଙ୍କି ନିର୍ମାଣ, ସ୍ମଶାନ ଗୃହ ନିର୍ମାଣ, ସ୍ଥାୟୀ ବାସଗୃହ ନିର୍ମାଣ କରିସାରିଥିବା ସମସ୍ତ ଅଞ୍ଚଳବାସୀଙ୍କ ଭୋଟର ପରିଚୟ ପତ୍ରରେ ଓଁବିହାର ଠିକଣା ଉଲ୍ଲେଖ ନିମନ୍ତେ ଆବଶ୍ୟକୀୟ ସଂଶୋଧନ ଏବଂ ଓଁବିହାର ଅଞ୍ଚଳର ବିଭିନ୍ନ ଅନ୍ଧାରୁଆ ସାହି ଏବଂ ଗଳି ମାନଙ୍କରେ ଯଥାଶୀଘ୍ର ଷ୍ଟ୍ରିଟ ଲାଇଟ କିଭଳି ଲଗାଯିବ ତାହାରି ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ଆଗାମୀ ଦିନ ମାନଙ୍କରେ ପଞ୍ଚାୟତ କର୍ତ୍ତୃପକ୍ଷ ଏବଂ ଅଞ୍ଚଳ ବାସୀଙ୍କ ସହଯୋଗରେ ଓଁବିହାର, ଶକ୍ତିନଗର, ଗଦାଧର ନଗର, ନଳିନୀ ବିହାର ଓ ସଦାନନ୍ଦବିହାର ଅଞ୍ଚଳରେ ସ୍ଥାନୀୟ ସମାଜସେବୀ ସଙ୍ଗଠନ ଓ.ଏସ୍. ୱାଇ.ସି. ନେତୃତ୍ୱରେ ଆହୁରି ଅଧିକ ବିକାଶମୂଳକ କାର୍ଯ୍ୟ ହେବ ବୋଲି ଅଞ୍ଚଳବାସୀ ଆଶାପୋଷଣ କରିଛନ୍ତି।ପରିଶେଷରେ ସଙ୍ଗଠନର ସଭାପତି ଉମାଶଙ୍କର ସାହୁ ଏହି ବୈଠକରେ ଉପସ୍ଥିତ ସମସ୍ତ ସ୍ଥାନୀୟ ବାସିନ୍ଦାଙ୍କୁ ତଥା ହଳଦିଆପଦର ସରପଞ୍ଚ ଶ୍ରୀ ଦଣ୍ଡପାଣି ବେହେରା ଓ ସମିତି ସଭ୍ୟ ଶ୍ରୀ ପ୍ରବୀଣ କୁମାରଙ୍କୁ ଏକ ସକାରତ୍ମକ ଆଲୋଚନାରେ ନିଜନିଜର ମତାମତ ରଖି ସଭାକୁ ସଫଳ କରିବାରେ ସହଯୋଗ କରିଥିବା ଲାଗି ଧନ୍ୟବାଦ ଅର୍ପଣ କରିଥିଲେ।