ମୈଦଲପୁରଫାଣ୍ଡିକୁମିଳିଲାଆଦର୍ଶଥାନାମାନ୍ୟତା, ଭିଡିଓକନଫରେନ୍ସମାଧ୍ୟମରେଉଦଘାଟନକଲେମୁଖ୍ୟମନ୍ତ୍ରୀ |

,// ସନ୍ତୋଷ କୁମାର(ଓଡ଼ିଶା ବାର୍ତ୍ତା):

ନବରଙ୍ଗପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ରାଜ୍ୟର ୩୦ ଗୋଟି ନୂତନ ଥାନା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଫାଣ୍ଡିକୁ ନୂତନ ଭାବେ ମୈଦଲପୁର ଥାନା ଘୋଷଣା କରିଥିଲେ। ଆଜି ମୈଦଲପୁର ଫାଣ୍ଡିକୁ ମୈଦଲପୁର ଥାନାର ମାନ୍ୟତା ମିଳିଛି ଏବଂ ଏହାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି

ମୈଦଲପୁର ଥାନା ନବରଙ୍ଗପୁର କଳାହାଣ୍ଡି ଜିଲାର ସୀମାନ୍ତ ଥିବା କାରଣରୁ ବିଭିନ୍ନ ସମୟରେ ଗଞ୍ଜେଇ ଚୋରା ଚାଲାଣ ହେଉ ଅବା ଅପରାଧ କୁ ରୋକିବା ଦିଗରେ ଏହି ଥାନା ବେଶ ସହାୟକ ହେବ। ଏହା ଲୋକମାନଙ୍କୁ ସୁରକ୍ଷା ଦେବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଆୟତ ପାଇଁ ସହାୟକ ହୋଇପାରିବ। ଦୀର୍ଘ ୬୯ବର୍ଷ ଧରି ଏହି ଫାଣ୍ଡିକୁ ଥାନା ମାନ୍ୟତା ପ୍ରଦାନ ପାଇଁ ଦାବି ହେଉଥିଲା। ଏହାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ଥାନା ମାନ୍ୟତା ଦେଇଛନ୍ତି। କିଛି ଦିନ ତଳେ ରାଜ୍ୟ ଗୃହମନ୍ତ୍ରାଳୟ ପକ୍ଷରୁ ଦିର୍ଘ ଦିନ ଧରି ପଡିରହିଥିବା ମୈଦଲପୁର ଫାଣ୍ଡିକୁ ଥାନାର ମାନ୍ୟତା ମିଳିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆରକ୍ଷୀ ଅଧକ୍ଷା ଏସ୍ ସୁଶ୍ରି, ଏସଡିପିଓ ଆଦିତ୍ୟ ସେନ୍, ଆଇଆଇସି ରାମେଶ୍ବର ପ୍ରଧାନ ଏବଂ ପୁଲିସ କର୍ମଚାରୀମାନଙ୍କୁ ଜନ ସାଧାରଣଙ୍କୁ ଉତ୍ତମ ବ୍ୟବହାର ସହ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ

କାର୍ଯ୍ୟକ୍ରମରେ ନବରଙ୍ଗପୁର ସରଜେଣ୍ଟ ସାନ୍ତୁନୁ ପ୍ରଧାନୀ, ଉମରକୋଟ ଏସଡିପିଓ ଶୁଭେନ୍ଦୁ ଶବର, ନବରଙ୍ଗପୁର ଡିଏସପି ଚନ୍ଦ୍ର ଶେଖର ହୋତା, ଡିପିଓ ଡି ଲାକ୍ରା ବି ତ୍ରିପାଠୀ ସମେତ ମୈଦଲପୁର ଥାନା ଅଧିକାରୀ ନଟବର ନନ୍ଦ, ଏଏସ ଆଇ ଡି ଦେଭି କୁମାର୍ କମଳଲୋଚନ ନାୟକ, କନେଷ୍ଟବଳ ଏସ୍ ଭାସ୍କର ରାଓ ପ୍ରଵିଣ ପାନିଆ ଗୋଣେଶ ପୁଜାରୀ କୁଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଲୋକ ସମ୍ପର୍କ ବିଭାଗ ଅଧିକାରୀ ହଲଧର ନିଆଲ, ସ୍ଥାନୀୟ ବିଧାୟକ ମନୋହର ରନ୍ଦାରୀ ପୁର୍ବତନ ବିଧାୟକ ଭୁଜବଳ ମାଝୀ, ତହସିଲଦାର ଯୋଗେଶ୍ୱର ଭୋଇ, ଅତିରିକ୍ତ ଜିଲାପାଳ ଭାସ୍କର ରୋହିତ, ଜିଲା ପରିଷଦ ଜୋନ-2 ସଭ୍ୟା ଲିପିକା ମାଝୀ, ପାପଡାହାଣ୍ଡି ଵିଡିଓ ରଂଜିତା ମଲ୍ଲିକ୍ ସମେତ ଅଞ୍ଚଳର ସରପଞ୍ଚ ସମିତି ସଭ୍ୟ ସମେତ ମୈଦଲପୁର ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ଥିଲେ