ଖଲ୍ଲିକୋଟ କଲେଜ (ଏକକ ବିଶ୍ବବିଦ୍ୟାଳୟ) ର ପୂରାତନ ଛାତ୍ର ସଂସଦର  ସାଧାରଣ ପରିଷଦର ବୈଠକ

ଓଡିଶା ବାର୍ତ୍ତା

ବ୍ରହ୍ମପୁର, ତା. ୧୮/୧୨ :ଖଲ୍ଲିକୋଟ କଲେଜ (ଏକକ ବିଶ୍ବବିଦ୍ୟାଳୟ) ପୂରାତନ ଛାତ୍ର ସଂସଦର  ସାଧାରଣ ପରିଷଦର ଏକ ବୈଠକ ଏହାର ସଭାପତି ଦିଗ୍‌ବିଜୟ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ରାଜନୀତି ବିଜ୍ଞାନ ସେମିନାର ଗୃହରେ ଅନୁଷ୍ଠିତ ହୋଇଯାଇଛି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ମହାନ୍ତି ଏଇ ଉତ୍ସବକୁ ଉଦ୍ଘାଟନ କରି ବିଶ୍ବବିଦ୍ୟାଳୟର ସାଂପ୍ରତିକ ସ୍ଥିତି ସମ୍ପର୍କରେ ସମସ୍ତ ସଭ୍ଯଙ୍କୁ ଅବଗତ କରାଇଥିଲେ ।   ଏହି ଅବସରରେ କଲେଜ/ ବିଶ୍ବବିଦ୍ୟାଳୟ ରପୂର୍ବତନ ଅଧ୍ଯାପକ ପ୍ରାଧ୍ୟାପକ/,ପ୍ରଫେସର୍ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ସେମାନେ ସେମାନଙ୍କର ଅନୁଭୂତି ପୂରାତନ ଛାତ୍ର ମାନଙ୍କୁ ଅବଗତ କରାଇଥିଲେ ପୂର୍ବତନ ପ୍ରଫେସର୍ ଡଃ ମାୟାଧର ସାହୁ, ଡଃ ରାଧାଶ୍ଯାମ ପଣ୍ଡା, ଡଃ ବଦ୍ରୀନାଥ ପୁରୋହିତ, ଡଃ ବାଇଲଡୁ ପାଣିଗ୍ରାହୀ,ଅଧ୍ୟାପକ ପ୍ରଭୁପ୍ରସାଦ ପାଢୀ ଏବଂ ଉଦ୍ଯୋଗପତି ମିତେନ୍ଦ୍ର ଭୂୟାଁ,ମହିଳା ଉଦ୍ଯୋଗପତି  ରାମେଶ୍ବରୀ ନନ୍ଦ,ସାମାଜିକ କର୍ମୀ ଜାମୁଲା ସୁରେଶ ,ଓଟିଭି ବ୍ରହ୍ମପୁର ଅଞ୍ଚଳ ମୁଖ୍ୟ ଅଶୋକ କୁମାର ବ୍ରହ୍ମା ପ୍ରମୁଖଙ୍କୁ ନିଜ ନିଜର ପ୍ରତିଭା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲାଏଇ କାର୍ଯ୍ୟକ୍ରମକୁ ସର୍ବାଙ୍ଗ ସୁନ୍ଦର କରିବାରେ ସଂସଦ ସଭ୍ୟ ପ୍ରତ୍ଯୁଷ କୁମାର ଦାସ,ପ୍ରଦୀପ କୁମାର ପଣ୍ଡା, ସୂର୍ଯ୍ୟ ନାରାୟଣ ଧର ,ମନୋଜ ପଟ୍ଟନାୟକ ,ଏଲ୍, ଗୋପୀ,ଶୁଭ୍ରାଂଶୁ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ ସଂପାଦକ କାହ୍ନୁ ଚରଣ ଦାସ ସଂସଦର ବିବରଣୀ ପ୍ରଦାନ କରିଥିବା ବେଳେ ଗ୍ଯାନରଂଜନ ତ୍ରିପାଠୀ ଧନ୍ଯବାଦ ଅର୍ପଣ କରିଥିଲେ ସଭ୍ଯମାନେ ଅନୁଷ୍ଠାନର ବିଭିନ୍ନ ସମସ୍ୟା ଅଭାବ ଉପରେ କୁଳପତିଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ ପାଇଁ ଅନୁରୋଧ କରିଥିଲେ