ଅବକାରୀ ବିଭାଗର ବଡ଼ ଧରଣର ଚଡାଉ , ବିପୁଳ ପରିମାଣରେ ମଦ ଓ ପୋଚ ଜବତ ସହ ୨ ଗିରଫ

pocha

ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର,୨୯// : ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ବିପ୍ର ଚରଣ ମଣ୍ଡଳ ଙ୍କ ନେତୃତ୍ୱରେ  କୋଷାଗୁମୁଡା ବ୍ଲକ ବିଭିନ୍ନ ସ୍ଥାନରେ ଚଡାଉ କରାଯାଇ ବିପୁଳ ପରିମାଣରେ ମଦ ପୋଚ କୁ ନଷ୍ଟ କରାଯାଇଥିବା ବେଳେ ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ  କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଚିର୍ମା , ଗାଦବାଗୁଡା , ରାଜୋଡା  ଗ୍ରାମ ଉପରେ  ଚଡାଉ କରାଯାଇ ପ୍ରାୟ ୧୦୦ ଲିଟର ଦେଶୀ ରନ୍ଧା ମଦ ପ୍ରାୟ ହଜାର ଲିଟର ମହୁଲପୋଚ କୁ ଜବତ କରି ନଷ୍ଟ କରାଯାଇଛି ଏଥିରେ ସମ୍ପୃକ୍ତ ଚିର୍ମା ଗ୍ରାମର ଗମୋତି ମୁରିଆ ଙ୍କ ଠାରୁ ୧୦ ଲିଟର   ତୁଳାବତୀ ଗୌଡ଼ ଙ୍କଠାରୁ ୧୦ ଦେଶୀ ମଦ ଜବତ କରି ଗିରଫ କରିବା ସହ ଆଜି ଅବକାରୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି   ଆଜିର ଏହି ଅବକାରୀ ଚଡାଉରେ କୋଡ଼ିଙ୍ଗା ଅବକାରୀ ଉପନିରୀକ୍ଷକ ହର ପ୍ରସାଦ ରଣା , ନବରଙ୍ଗପୁର ଅବକାରୀ ଉପନିରୀକ୍ଷକ କମ୍ଭୁପାଣି ସିନ୍ଦୁର , ଅବକାରୀ ସହଉପନିରୀକ୍ଷକ ରାଜେନ୍ଦ୍ର ପଟନାୟକ , ଜଗବନ୍ଧୁ ଯାନୀ , ସୁବ୍ରତ କେଶରୀ ହିରନ , ଅବକାରୀ କନେଷ୍ଟବଳ ଆକ୍ରମ ଖାନଦେବେନ୍ଦ୍ର ସମରଥ , ରୀନା ବଡନାୟକ , ରଞ୍ଜିତ ସିଂ , ରେସମା ସୁନା , ତ୍ରିନାଥ ସୌରା ,ମହେନ୍ଦ୍ର ଭତରା  ପ୍ରମୁଖ ସାମିଲ ଥିଲେ