“ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ ।”

ସନ୍ତୋଷ କୁମାର ,ଓଡ଼ିଶା ବାର୍ତା

ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ମାଝୀ ଧନୁଆ ପଞ୍ଚାୟତ ଅନ୍ତର୍ଗତ ଆଉଁଳି ଗାଁ ରୂପଧର ମୁରିୟା (୪୫)ନିଜ ଘରେ ଦିନ ବେଳେ ବିଶ୍ରାମ ନେବା  ସମୟରେ  ଗତ କାଲି ଅପରାହ୍ଣ ୩ଟା ସମୟରେ ସହିପଡିଥିବା ବେଳେ କୌଣସି ବିଷାକ୍ତ ସାପ କାମୁଡି ଥିଲା   ଏହି ସାପ କାମୁଡା ବିଷୟରେ ଆଉଁଳି ପୋଲିସ ଚେକ ପୋଷ୍ଟ ରେ  କାର୍ଯ୍ୟରତ କନେଷ୍ଟବଳ ଗୋକୁଳ ନାୟକ ଗୃହରଖୀ ଦେବାନନ୍ଦ ପାନକା ଙ୍କୁ ମୃତକଙ୍କ ସାନ ଭାଇ ଜଣାଇଥିଲେ ତୁରନ୍ତ ଏକ ଦରଖାସ୍ତ ରେ ମୃତ୍ୟୁ ବିବରଣୀ  ବିଷୟ ରେ ଲେଖି ଥିଲେ   ସହିରୋହିଥିବା ଅବସ୍ଥାରେ ହିଁ ରୂପଧର ଙ୍କ ଡ଼ାହାଣ ହାତର ଉପର ଭାଗ ରେ ଗଭୀର କ୍ଷତ ସାପ କାମୁଡ଼ା ରେ ମୃତ୍ୟୁ ହୋଇଥିଲା ବୋଲି ତାଙ୍କ ସାନ ଭାଇ ଉର୍ଦ୍ଧବ ମୁରିୟା କୋଷାଗୁମୁଡ଼ା ଥାନା କୁ ତା //୨୧ ରିଖ ରେ ଏକ ଲିଖିତ ଦରଖାସ୍ତ ଦେଇ ଜଣାଇଥିଲେ ଏହି ଦରଖାସ୍ତ କୁ ଭିତ୍ତି କରି କୋଷାଗୁମୁଡ଼ା ଥାନା ଅଧିକାରୀ ଦୁର୍ଗମାଧବ ବାଘ ଙ୍କ ତତ୍ୱାବଧାନ ରେ ASI ବସନ୍ତ କୁମାର ସ୍ୱାଇଁ ଙ୍କୁ  ଏହି ସାପ କାମୁଡ଼ା ମୃତ୍ୟୁ ତଦନ୍ତକାରୀ ଜିମା ଦେଇଛନ୍ତି ଆଜି ସକାଳେ ମୃତ ରୂପଧର ଙ୍କ ଶବ ବ୍ୟବଚ୍ଛେଦ ପାଇଁ କୋଷାଗୁମୁଡ଼ା ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ଠାରେ ଅଣାଯାଇଥିଲା ଶବ ବ୍ୟବଚ୍ଛେଦ ପରେ ପରିବାର ଙ୍କୁ ଜିମା ଦେଇ ଛନ୍ତି, ବୋଲି ASI ବସନ୍ତ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି