କୋଷାଗୁମୁଡ଼ା ରେ ଆରମ୍ଭ ହେଲା” ରାଜସ୍ୱ ରଥ”

rev_rath

ସନ୍ତୋଷ କୁମାର ,ଓଡ଼ିଶା ବାର୍ତା

ନବରଙ୍ଗପୁର,(କୋଷାଗୁମୁଡ଼ା): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକଠାରେ ଆଜି କୋଡ଼ିଙ୍ଗା ତହସିଲ କାର୍ଯ୍ୟାଳୟ ତୋରଫରୁରାଜସ୍ୱ ରଥ ଶୁଭାରମ୍ଭ ହୋଇଛି ଏହି ରାଜସ୍ୱ ରଥ ତହସିଲ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ଯେଉଁ ବ୍ୟକ୍ତି ମାନଙ୍କ ଗୃହ,ଜମି ପଟା ପାଇ ନଥିଲେ ସେମାନେ ଙ୍କୁ ନିଜ ଘର ସଂମୁଖ ରେ ପଟା ପ୍ରଦାନ କରାଯିବ

ଏହାକୁ ରାଜ୍ୟ ସରକାରଙ୍କ ତତ୍ୱାବଧାନ ରେ ବିଗତ ମେ ମାସରୁ ପ୍ରତ୍ୟେକ ଜିଲ୍ଲା ରେ ଶୁଭାରମ୍ଭ କରିଥିଲେ ଏହି ରାଜସ୍ୱ ରଥ ବୁଲି ବୁଲି ଗାଁ ଜନ ସାଧାରଣ ଲୋକ ଙ୍କ ମୌଳିକ ସୁବିଧା ପଟା, ଅଭିଯୋଗ ଯାହା ତହସିଲ କାର୍ଯ୍ୟାଳୟ କୁ ନଯାଇ ଘର ସଂମୁଖ ରେ ପାଇବେ ଆଜି କୋଷାଗୁମୁଡ଼ା ଠାରେ ଅପରାହ୍ଣ ୪ଟା ରେ କୋଡ଼ିଙ୍ଗା ତହସିଲଦାର ଶ୍ରୀ ଶିବପ୍ରସାଦ ପଟ୍ଟନାୟକ ,ଅତିରିକ୍ତ ତହସିଲଦାର ସବ୍ୟସାଚୀ ଜେନା,କୋଷାଗୁମୁଡ଼ା ରାଜସ୍ବ ଅଧିକାରୀ ଅରୁଣ ପ୍ରସାଦ ବିଶୋଇ, ରାଜସ୍ୱ ସହାୟକ ଯୁଗୋଜ୍ୟୋତି ଶତପଥୀ ଉପସ୍ଥିତି ରେ  ଶୁଭାରମ୍ଭ କରିଥିଲେ କୋଷାଗୁମୁଡ଼ା ଦିପ୍ତୀ ପ୍ରକାଶ ଜଗଦେଵ, ଡୋମୁ ହରିଜନ ଶ୍ରୀକୃଷ୍ଣ ନାୟକ -(ମାଳିଆଟିଗାଁ )ଙ୍କୁ ପଟା ବଣ୍ଟନ କରିଥିବା କୋଡ଼ିଙ୍ଗା ତହସିଲଦାର ଶିବ ପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି