33ତମ ଦକ୍ଷିଣ ଓଡିଶା ନାଟକ ମହୋତ୍ସବ” । ପଞ୍ଚମ ସନ୍ଧ୍ୟାରେ ନାଟକ ପଞ୍ଚମ ବେଦ” ମଂଚସ୍ଥ ।

Spread the love

ଓଡିଶା ବାର୍ତ୍ତା

ବ୍ରହ୍ମପୁର :ପଥଭ୍ରଷ୍ଟ ସନ୍ତାନଙ୍କୁ ସତ୍ ପଥର ଯାତ୍ରୀ କରିବା ପାଇଁ ପ୍ରତି ମାଆ ବାପାଙ୍କୁ ନୂତନ କିଛି ନିୟମ ପ୍ରଣୟନ କରିବାକୁ ପଡେ ସେହି ନିୟମ ପୁତ୍ର କିମ୍ବା କନ୍ୟା ପାଇଁ କଠୋର ହୋଇପାରେ ,ପରନ୍ତୁ ତାହାହିଁ ସନ୍ତାନର ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିପାରେ ସେହି ନିୟମାବଳୀକୁ ନେଇ ଏକ ନୂତନ ବେଦ ସୃଷ୍ଟି କରିବା ହେଉଛି ପଞ୍ଚମ ବେଦ । 

 ଏଭଳି କିଛି ସୁନ୍ଦର କଥାବସ୍ତୁକୁ ନେଇ ଶନିବାର ବ୍ରହ୍ମପୁର ସଂସ୍କୃତି ଭବନରେ ଗଞ୍ଜାମ ଜିଲ୍ଲା ମଂଚ କଳାକାର ସମ୍ମିଳନୀ ତରଫରୁ ଆୟୋଜିତ 7ରାଜ୍ୟସ୍ତରୀୟ ତଥା 33ତମ ଦକ୍ଷିଣ ଓଡିଶା ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ମଂଚସ୍ଥ ହୋଇଛି ନାଟକ”ପଞ୍ଚମ ବେଦ” ଉମରକୋଟ ଝରିଗାଁ ଭାରତୀ କଳା ନିକେତନ ନାଟ୍ୟସଂସ୍ଥା ତରଫରୁ ଗୋପାଳ ମହାରଣାଙ୍କ  ରଚିତ ମଧୁଛନ୍ଦା ମହାରଣାଙ୍କ ନିର୍ଦ୍ଦେଶିତ  ଏହି ନାଟକରେ ଏମ. ମାଧବ ପାତ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ନାଟକରେ ସାଇ ଅନୁଷ୍କା ମହାରଣା,ହିମାଂଶୁ ଶେଖର ଦାସ,କ୍ରିଷ୍ଣା ଭତ୍ରା,ସନ୍ତୋଷ ପରିଡା,ପ୍ରିୟଦର୍ଶନ ଅଭିଷେକ ବେହେରା ସ୍ନିଗ୍ଧା ପାତ୍ର ପ୍ରମୂଖ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ

ନାଟକ ଆରମ୍ଭ ପୂର୍ବରୁ  ଅନୁଷ୍ଠାନର ଉପସଭାପତି ଇଂ.ଆଶୁତୋଷ ପାତ୍ରଙ୍କ ସଭାପତିତ୍ତ୍ୱରେ  ଆୟୋଜିତ ପଞ୍ଚମ ସନ୍ଧ୍ୟାରେ କଳାପ୍ରେମୀ ଇଂ.ସୁରେନ୍ଦ୍ର କୁମାର ପାଣିଗ୍ରାହୀ, ଇଂ.ସନ୍ତୋଷ ପାଣିଗ୍ରାହୀ,ବାସ୍ତୁବିତ୍ତ ଡ଼. ସନ୍ୟାସୀ ମହାରଣା,ଡି.ସୋମେୟା,ଇଂ.ମନୋଜ କୁମାର ବେହେରା ପ୍ରମୂଖ ଅତିଥିଙ୍କ ସହିତ ଅନୁଷ୍ଠାନର ସଭାପତି କେ.ବଳରାମ ଦାସ,ସାଧାରଣ ସମ୍ପାଦକ ରମେଶ ମହାରଣା ମଞ୍ଚରେ ଉପସ୍ଥିତ ରହି    କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଏହି ଅବସରରେ ପ୍ରିୟମ୍ବଦ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା

 ଚତୁର୍ଥ ସନ୍ଧ୍ୟାରେ ସୀମାଞ୍ଚଳ ବେହେରା ଅତିଥି ଆବାହନ କରିଥିବା ବେଳେ ନବୀନ ହୋତା ଧନ୍ୟବାଦ  ଅର୍ପଣ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି  ବିଚ୍ଚିତ୍ରନନ୍ଦ ବେବର୍ତ୍ତା, ଉପସଭାନେତ୍ରୀ କିରଣବାଳା ମିଶ୍ର,,ଟି.ଆପାରାଓ,ଲୋକନାଥ କାନୁନଗୋ,ସୁଶାନ୍ତ ରାଉଳ,କାହ୍ନୁ ଚୌଧୁରୀ,କୈଳାସ ପାଣିଗ୍ରାହୀ,ପ୍ରଶାନ୍ତ ମହାରଣା ପ୍ରମୁଖଙ୍କ ସହ ଗଞ୍ଜାମ ଜିଲ୍ଲା ମଂଚ କଳାକାର ସମ୍ମିଳନୀର ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିଥିଲେ