ମହାନଗର ମହୋତ୍ସବର ଷଷ୍ଠ ସନ୍ଧ୍ୟା;ଦର୍ଶକଙ୍କ ମନ ମୋହିଲା ରୋଜ ଟ୍ରି ର ପାରମ୍ପରିକ ନୃତ୍ୟ

6th_mm

ବ୍ରହ୍ମପୁର(୦୧/୦୨/୨୦୨୦); ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଚାଲିଥିବା ୭ମ ମହାନଗର ମହୋତ୍ସବ ଷଷ୍ଠ ଦିନରେ ପହଁଚିଛି ଆସନ୍ତା  ଫେବୃୟାରୀ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ ମହୋତ୍ସବ ଷଷ୍ଠ ସନ୍ଧ୍ୟା ରେ  ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗ ଦେଇ  ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିବା ସହ  ଲୁଚି ଯାଉଥିବା କଳାକୁ ଖୋଜି ବାହାର କରିବା ସହ ସେମାନଙ୍କ କଳା କୁ ଦେଶ ବିଦେଶ ରେ ପହଞ୍ଚେଇବା ଏହି ମହୋତ୍ସବ ମୂଳ ଲକ୍ଷ ବୋଲି  ବିଧାୟକ ନିଜର ମତ ରଖିଥିଲେ ଏହା ସହ ଦୀର୍ଘ ୧୦ ଦିନ ଧରି ଏହି ମହୋତ୍ସବ ଆୟୋଜିତ କରୁଥିବାରୁ ଆୟୋଜକ କମିଟି କୁ ଧନ୍ୟବାଦ ଜଣାଇଥିଲେ

ମହୋତ୍ସବ କମିଟି ସମ୍ପାଦକ ଗୋପାଳ ପଟ୍ଟନାୟକଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାକାର୍ଯ୍ୟ ରେ ମହାନଗର ମହୋତ୍ସବ ସଭାପତି ନାରାୟଣ ମହାଙ୍କୁଡ ସଂଯୋଜନା କରିଥିଲେସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅଶୋକ ବ୍ରହ୍ମା, ଶ୍ରୀନିବାସ ରାଓ, ଆଶୁତୋଷ ମହାପାତ୍ର, ଗୋକୁଳାନନ୍ଦ ତ୍ରିପାଠୀ,ଯୁଗ୍ମ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ,ସାହିତ୍ୟ ବିଭାଗ ସଂଯୋଜକ ମିହିର ତ୍ରିପାଠୀ,ସାମ୍ବାଦିକ ଦେବହରି ବେହେରା,ମିଡିଆ ସେଲ ସଂଯୋଜକ ଅସିତ ପଣ୍ଡା, ଗୋପାଳ କୃଷ୍ଣ ଡାକୁଆ ପ୍ରମୁଖ ମଞ୍ଚାସିନ ଥିଲେ

ପରିଶେଷରେ କୋଷଧକ୍ଷ ପ୍ରଣୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ମହୋତ୍ସବ ମଞ୍ଚରେ ବ୍ରହ୍ମପୁର କିହ୍ନର ସଂଘ ବାବୁଲା ମହାପାତ୍ର , ବ୍ରହ୍ମପୁର ମୁକ୍ତ ଆକାଶ ସଭାପତି ନିରଞ୍ଜନ ବଡତ୍ୟା, ସମ୍ପାଦକ କାହ୍ନା ମହାପାତ୍ର, କୋଷଧକ୍ଷ ନରସିଂହ ଗୌଡ଼ , ଓଡିଶା ଦୃଷ୍ଟିହୀନ କେନ୍ଦ୍ରର ସମ୍ପାଦକ ଭବାନୀ ଶଙ୍କର ପାଢ଼ୀ ଙ୍କୁ ସମ୍ମାନିତ କରାଯାଇଥିଲା 

ପରେ ଆୟୋଜିତ ହୋଇଥିଲା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ମହୋତ୍ସବ ଷଷ୍ଠ ସଂଧ୍ୟା ରେ ବ୍ରହ୍ମପୁର ପ୍ରସାନଖି ଅନୁଷ୍ଠାନ ପକ୍ଷରୁ ଓଡିଶୀ ନୃତ୍ୟ, ସାରଦା ସଙ୍ଗୀତ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ, ରାଡ଼ିଏଣ୍ଟ ଡ୍ୟାନ୍ସ ଏକାଡେମୀ ତରଫରୁ ଆଧୁନିକ ନୃତ୍ୟ, ବ୍ରହ୍ମପୁର କିନ୍ନର ସଂଘ ପକ୍ଷରୁ ଫ୍ୟାସନ ପ୍ୟାରେଡ଼ ଆଧୁନିକ ନୃତ୍ୟ,ସ୍ୱାମୀ ବିବେକାନନ୍ଦ ସ୍କୁଲ ପକ୍ଷରୁ କ୍ଲାସିକଲ ଦେଶତ୍ମୋକ ବୋଧକ ସହ ସ୍ୱାମୀ ବିବେକାନନ୍ଦ ଙ୍କ ଜୀବନୀ ଉପରେ ନୃତ୍ୟ ନଟିକା ପରିବେଷଣ ହୋଇଥିଲା ଏଥିସହ ମହୋତ୍ସବ ଷଷ୍ଠ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ରାଜ୍ୟ ସଂସ୍କୃତି ବିଭାଗ ତରଫରୁ  ଆସିଥିବା କଟକ ସ୍ଥିତ ରୋଜ ଟ୍ରି ଅନୁଷ୍ଠାନ ତରଫରୁ ବାର ମାସେ ତେର ଯାତ ନାମରେ ପରମ୍ପରା ନୃତ୍ୟ ସମ୍ବଲପୁରୀ, ଆଦିବାସୀ, ଏବଂ ଆଧୁନିକ ନୃତ୍ୟ  ଯାହାକି  ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା ଅନ୍ୟପଟେ ମହୋତ୍ସବ ଷଷ୍ଠ ଦିନର ଅପରାହ୍ନରେ ବ୍ରହ୍ମପୁର ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ପକ୍ଷରୁ ସମ୍ପାଦକ ମିହିର ତ୍ରିପାଠୀ ଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା ସ୍ୱାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ବିଦ୍ୟାଳୟ ଦ୍ୱାଦଶତମ ବାର୍ଷିକ ଉତ୍ସବ ସ୍ୱାମୀ ବିବେକାନନ୍ଦଙ୍କ ଜୀବନ କାର୍ଯ୍ୟ ନେଇ ଆଲୋଚନା କରାଯିବା ସହ ନାଟକ ପରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା

 ଏହି ମହୋତ୍ସବ ଅନ୍ୟତମ ଆକର୍ଷଣ ହେଉଛି ରାଜ୍ୟ ତଥା ରାଜ୍ୟ ବାହାରର ୧୨୦ ରୁ ଉର୍ଦ୍ଧ ଷ୍ଟୋଲ ଯେଉଁଥିରେ ବିଭିନ୍ନ ଘରୋଇ ଉପକରଣ ସାମଗ୍ରୀ, କୁଟୀର ଶିଳ୍ପ ଆଦି ପ୍ରଦର୍ଶିତ ହେବା ସହ ବିକ୍ରିବଟା କରାଯାଉଛି ଦିନକୁ ଦିନ ମହୋତ୍ସବ ପଡ଼ିଆରେ ଦର୍ଶକ ଙ୍କ ଭିଡ଼ ଲାଗିବା ସହ ବିଭିନ୍ନ ଷ୍ଟଲ ଗୁଡିକରେ ଜନ ସାଧାରଣ ଙ୍କ ଭିଡ଼ ପରିଲିଖିତ ହେଉଛି

ଆୟୋଜିତ ଏହି ମହୋତ୍ସବ କୁ ଉପଦେଷ୍ଟା ମନୋଜ କାନ୍ତ ଦାଶ ,ମନ ମହନ ପାଢ଼ୀ,ପ୍ରଶାନ୍ତ ଦାସ, ଅଭିରାମ ପାତ୍ର, ଚିଙ୍କୁ ପ୍ରତିନିଧି, ଶଙ୍କର ରଣା,ସତ୍ୟ ଚେତନ ପରିଡା, ସୁଦୀପ ସାହୁ,କାର୍ତ୍ତିକ ପାଣିଗ୍ରାହୀ,ସୂର୍ଯ୍ୟନାରାୟଣ ପାତ୍ର, ମଧୁସ୍ମିତା ରଥ, କାହ୍ନୁ ରାଉତ,କେ.ରବୀନ୍ଦ୍ର କୁମାର ଦାସ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ