ମାତାଲ ଡ୍ରାଇଭର ଯୋଗୁଁ ଦୁର୍ଘଟଣା ଗ୍ରସ୍ତ ହେଲା କୋଭିଡ 19 ଆମ୍ବୁଲାନ୍ସ
ଶିବରାମ ମାଝୀ, ଓଡିଶା ବାର୍ତ୍ତା
ଗଞ୍ଜାମ,(ବେଗୁନିଆପଡା ):କୋଭିଡ ନାଇଣ୍ଟିନ ଆମ୍ବୁଲାନ୍ସ ଦୁର୍ଘଟଣା । ମାତାଲ ଡ୍ରାଇଭର ଯୋଗୁଁ ଦୁର୍ଘଟଣା ଗ୍ରସ୍ତ ହେଲା ଆମ୍ବୁଲାନ୍ସ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କାଯ୍ୟାଳୟ ନିକଟସ୍ଥ ମୁଖ୍ୟ ରାସ୍ତା କଡରେ ଗଛକୁ ପିଟିଲା କୋଭିଡ୍ ଗାଡି। ଏସ୍ ଛଚିନା ଠାରୁ କୋଭିଡ୍ ୧୯ ରୋଗୀକୁ ଆଣିବାକୁ ଯାଇଥିବା ଏହି ଗାଡି ଡ୍ରାଇଭର ମାତାଲ୍ ହୋଇ ଗାଡି ଚଳାଇଥିଲେ । ଫଳରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ପିଟି ହେଲା ଆମ୍ବୁଲାନ୍ସ । ଆହତ ହୋଇଥିବା ନିଶାଗ୍ରସ୍ତ ଡ୍ରାଇଭରକୁ ଆମ୍ବୁଲାନ୍ସ ସାହାଯ୍ୟରେ ଚିକିତ୍ସା ଲାଗି ହସ୍ପିଟାଲକୁ ପଠାଇ ଦିଆଯାଇଛି।ତେବେ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିବା ବେଳେ ଘଟଣା ସ୍ଥଳରେ ବେଗୁନିଆପଡ଼ା ପୋଲିସ ପହଞ୍ଚି ତଦନ୍ତ କରୁଛି।
