ମହାନଗର ମହୋତ୍ସବର ସପ୍ତମ ସନ୍ଧ୍ୟା। – ଦୀପ୍ତିରେଖା ଙ୍କ ସୁମଧୁର କଣ୍ଠର ଯାଦୁରେ ଝୁମିଲେ ଦର୍ଶକ

7th_mm_art

ବ୍ରହ୍ମପୁର: ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଚାଲିଥିବା ୭ମ ମହାନଗର ମହୋତ୍ସବ ସପ୍ତମ ଦିନରେ ପହଁଚିଛି ଆସନ୍ତା  ଫେବୃୟାରୀ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ

ମହୋତ୍ସବ ସପ୍ତମ ସନ୍ଧ୍ୟା ରେ  ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ  ଯୋଗ ଦେଇ  ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିବା ସହ ବିଗତ ଦିନ ତୁଳନାରେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଯଦି ମହୋତ୍ସବ ଆୟୋଜିତ ହେଉଛି କିନ୍ତୁ ରାଜ୍ୟ ବାହାରର କଳାକାର ଙ୍କୁ ମଂଚ ରେ  ସୁଯୋଗ ଦିଆଯାଉଥିବା ବେଳେ ଆଞ୍ଚଳିକ କଳାକାରଙ୍କୁ ତାର ଖୋଲା ମଂଚ ରେ ସୁଯଗ ଦେଇଥାଏ ମହାନଗର ମହୋତ୍ସବ ଏହା ସହ ଆଞ୍ଚଳିକ କଳାକାରଙ୍କୁ ଏହି ମହୋତ୍ସବ ଗୁରୁତ୍ୱ ଦେଇଥାଏ ବୋଲି ଶ୍ରୀଯୁକ୍ତ ତ୍ରିପାଠୀ ନିଜର ମତ ରଖିଥିଲେ ଏହା ସହ ଦୀର୍ଘ ୧୦ ଦିନ ଧରି ଏହି ମହୋତ୍ସବ ଆୟୋଜିତ କରୁଥିବାରୁ ଆୟୋଜକ କମିଟି କୁ ଧନ୍ୟବାଦ ଜଣାଇଥିଲେ

ମହୋତ୍ସବ କମିଟି ସମ୍ପାଦକ ଗୋପାଳ ପଟ୍ଟନାୟକଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାକାର୍ଯ୍ୟ ରେ ମହାନଗର ମହୋତ୍ସବ ସଭାପତି ନାରାୟଣ ମହାଙ୍କୁଡ ସଂଯୋଜନା କରିଥିଲେସମ୍ମାନିତ ଅତିଥି ଭାବେ , ବ୍ରହ୍ମପୁର ଆକାଶ ବାଣୀ କେନ୍ଦ୍ରର ସହ ନିର୍ଦେଶକ ହୃଷିକେଶ ପାଣିଗ୍ରାହୀ, ଜେଲ ଟ୍ରେନିଂ ସ୍କୁଲ ଅଧକ୍ଷା ସୁଦୀପ୍ତା  ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଜଗନ ମୋହନ ମହାପାତ୍ର,ପୂର୍ବତନ କର୍ପରେଟର ଉଦ୍ଧବ ବିଷୋୟୀ,ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ସର୍ବସାଧାରଣ ମୁଖ୍ୟ ଶିବରାମ ଚୌଧୁରୀ,ଚାମ୍ବର ଅଫ କମର୍ସ ସମ୍ପାଦକ ଭି. ସନ୍ତୋଷ କୁମାର  , ବରିଷ୍ଠ ସାମ୍ବାଦିକ ରାଧାଶ୍ୟାମ ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ,ରେଶମ ସହର ପୁସ୍ତକ ମେଳା ସଭାପତି ଗୋପାଳ କୃଷ୍ଣ ଡାକୁଆ ପ୍ରମୁଖ ମଞ୍ଚାସିନ ଥିଲେ ପରିଶେଷରେ ନାଗେଶ୍ଵର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ

ମହୋତ୍ସବ ମଞ୍ଚରେ ବ୍ରହ୍ମପୁରର ସ୍ବେତ୍ସାସେବୀ ସଂଗଠନ  ଟିମ କ୍ଲିନ ସିଟି କୁ ନିଃସ୍ୱାର୍ଥପର ସେବା ପାଇଁ  ମଂଚ ରେ ସମ୍ମାନିତ କରାଯାଇଥିଲା ପରେ ଆୟୋଜିତ ହୋଇଥିଲା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ମହୋତ୍ସବ ସପ୍ତମ ସଂଧ୍ୟାରେ ସହରର ବିଭିନ୍ନ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆଧୁନିକ ନୃତ୍ୟ, ପରିବେଷଣ ହୋଇଥିଲା ଏଥିସହ ମହୋତ୍ସବ ସପ୍ତମ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଶାର ସୁନାମ ଧନ୍ୟ ଗାୟିକା ଦୀପ୍ତିରେଖା ପାଢ଼ୀ ଯାହାଙ୍କ ଗୋଟିଏ ପରେ ଗୋଟିଏ ଆଧୁନିକ ଗୀତରେ ବେଶ ଝୁମିଥିଲେ ଦର୍ଶକ  ଅନ୍ୟପଟେ ମହୋତ୍ସବ ଅପରାହ୍ନ ରେ ଗଞ୍ଜାମ ଜିଲ୍ଲା ଚିକିଟି ବାହୁଦା ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏଥିରେ ଜିଲ୍ଲାର ବହୁ ସାହିତ୍ୟ ପ୍ରେମୀ ଯୋଗ ଦେଇ ନିଜ ନିଜର କବିତା ପାଠ କରିଥିଲେଏହାସହ ବିଶିଷ୍ଠ କବି ମାନଙ୍କୁ ମଂଚ ରେ ସମ୍ମାନିତ କରାଯାଇଥିଲା ଏହି ମହୋତ୍ସବ ଅନ୍ୟତମ ଆକର୍ଷଣ ହେଉଛି ରାଜ୍ୟ ତଥା ରାଜ୍ୟ ବାହାରର ୧୨୦ ରୁ ଉର୍ଦ୍ଧ ଷ୍ଟୋଲ ଯେଉଁଥିରେ ବିଭିନ୍ନ ଘରୋଇ ଉପକରଣ ସାମଗ୍ରୀ, କୁଟୀର ଶିଳ୍ପ ଆଦି ପ୍ରଦର୍ଶିତ ହେବା ସହ ବିକ୍ରିବଟା କରାଯାଉଛି ଦିନକୁ ଦିନ ମହୋତ୍ସବ ପଡ଼ିଆରେ ଦର୍ଶକ ଙ୍କ ଭିଡ଼ ଲାଗିବା ସହ ବିଭିନ୍ନ ଷ୍ଟଲ ଗୁଡିକରେ ଜନ ସାଧାରଣ ଙ୍କ ଭିଡ଼ ପରିଲିଖିତ ହେଉଛି

 ଆୟୋଜିତ ଏହି ମହୋତ୍ସବ କୁ ଉପଦେଷ୍ଟା ମନୋଜ କାନ୍ତ ଦାଶ ,ପ୍ରଶାନ୍ତ ଦାସ, ଉମା ଶଙ୍କର ପାଣିଗ୍ରାହୀ, ଅଭିରାମ ପାତ୍ର, ଚିଙ୍କୁ ପ୍ରତିନିଧି, ଶଙ୍କର ରଣା,ସତ୍ୟ ଚେତନ ପରିଡା, ସୁଦୀପ ସାହୁ,କାର୍ତ୍ତିକ ପାଣିଗ୍ରାହୀ,ଟୁଇଁକେଲ, କାହ୍ନୁ ରାଉତ,କେ.ରବୀନ୍ଦ୍ର କୁମାର ଦାସ, ମିଡିଆ ସେଲ ସଂଯୋଜକ ଅସିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ