ପ୍ରଥମ ଓଡ଼ିଆ ଅଡିଓ ଉପନ୍ୟାସ ‘କୁକୁର କାହାଣୀ’ ଉନ୍ମୋଚିତ

kukura

ଢେଙ୍କାନାଳ: କଥାକାର ମୃଣାଳଙ୍କ ପ୍ରଥମ ଓଡ଼ିଆ ଅଡିଓ ଉପନ୍ୟାସକୁକୁର କାହାଣୀଉନ୍ମୋଚିତ ହୋଇଛି ।.୨୦୧୯ ଡିସେମ୍ବର ମାସରେ ଟାଇମ୍ପାସ୍ପ୍ରକାଶନ ପକ୍ଷରୁ ଏହି ଉପନ୍ୟାସଟି ପୁସ୍ତକ ଆକାରରେ ପ୍ରକାଶ ପାଇଥିଲା ଆଜି ଏହାର ଅଡିଓ ସଂସ୍କରଣ ଉନ୍ମୋଚନ କରିଛନ୍ତି ଅତିଥି ଅଧ୍ୟାପକ ତଥା ସାମ୍ବାଦିକ ସୁବ୍ରତ କୁମାର ପତି ଏହି ଅଡିଓ ଉପନ୍ୟାସରେ ନିଜେ ଲେଖକ ମୃଣାଳ କଣ୍ଠଦାନ କରିଛନ୍ତି ସାରା ବିଶ୍ୱରେ ବିଭିନ୍ନ ଭାଷାରେ ଅନେକ ଅଡିଓ ଉପନ୍ୟାସ ପ୍ରସାରିତ ହେଉଛି ବିଭିନ୍ନ ଭାରତୀୟ ଭାଷାରେ ମଧ୍ୟ ବେଶ୍କେତୋଟି ଅଡିଓ ଉପନ୍ୟାସ ଅଛି ତେବେ ଏହା ପ୍ରଥମ ଓଡ଼ିଆ ଅଡିଓ ଉପନ୍ୟାସ

ଅଡିଓ ସଂସ୍କରଣ ଉନ୍ମୋଚନ କରି ଶ୍ରୀ ପତି କହିଛନ୍ତି, ଓଡ଼ିଆ ଭାଷାରେ ଭଲ ରେଡିଓ କଣ୍ଟେଣ୍ଟ୍ ଅଭାବ ରହିଛି ତେବେ ଏହି ଅଡିଓ ଉପନ୍ୟାସଟି ନିଶ୍ଚୟ ଶ୍ରୋତାଙ୍କ ଦ୍ୱାରା ଆଦୃତ ହେବ ଓଡ଼ିଶାର ଲୋକପ୍ରିୟ ଇଣ୍ଟରନେଟ୍ରେଡିଓ ଚ୍ୟାନେଲ୍‍ ‘ରେଡିଓ ଭୁବନେଶ୍ୱରରେ ପ୍ରତ୍ୟହ ରାତି ୯ଟାରେ ଏହା ଧାରାବାହିକ ଭାବେ ପ୍ରସାରଣ ହେବ ବୋଲି ସେ ସୂଚନା ଦେଇଛନ୍ତି

ଏହି ଅବସରରେ ଉପନ୍ୟାସର ଲେଖକ ମୃଣାଳ କହିଛନ୍ତି, ଆଜିକାଲିର ଡିଜିଟାଲ୍ଯୁଗରେ ଉପନ୍ୟାସ ପଢ଼ିବାର ରୁଚି ଧୀରେଧୀରେ କମିଯାଉଛି ଏଣୁ ଏହି ଅଡିଓ ସଂସ୍କରଣ ଲୋକଙ୍କ ହୃଦୟକୁ ଛୁଇଁପାରିବ ବୋଲି ସେ କହିଛନ୍ତି

 ସେହିପରି ସହକାରୀ ପ୍ରଫେସର . ଜ୍ୟୋତି ପ୍ରକାଶ ମହାପାତ୍ର କହିଛନ୍ତି, ପଶୁପକ୍ଷୀଙ୍କୁ ନେଇ ଓଡ଼ିଆ ଭାଷାରେ ଖୁବ୍କମ୍ସଂଖ୍ୟକ ସାହିତ୍ୟ ରଚନା ହୋଇଛି ଅଚ୍ୟୁତାନନ୍ଦ ପତିଙ୍କ ପରେ ବୋଧହୁଏ ଅଳ୍ପ କେଇ ଜଣ ଲେଖକ ନିଜ ରଚନାରେ ପଶୁପକ୍ଷୀଙ୍କୁ ସ୍ଥାନ ଦେଇଛନ୍ତି ଉପନ୍ୟାସଟି କୁକୁର ଉପରେ ଆଧାରିତ ହୋଇଥିଲେ ମଧ୍ୟ ଏଥିରେ ମଣିଷର ଅନେକ ଗୁଣ, ଚରିତ୍ର ଆଦିର ବର୍ଣ୍ଣନା ରହିଛି ଏହାସହ ଟେକ୍ନିକାଲ୍କୋର୍ଡିନେଟର ବଦ୍ରିନାଥ ଜେନା ଉପସ୍ଥିତ ଥିଲେ

ସୁସାହିତ୍ୟିକ ମୃଣାଳଙ୍କ ଏହି ଉପନ୍ୟାସ ସମ୍ପୂର୍ଣ୍ଣ ଭିନ୍ନ ଧରଣର କୁକୁରକୁ ନେଇ ସେ କେବଳ କାହାଣୀ ଗଢ଼ିନାହାନ୍ତି, ବରଂ ତାଭିତରେ କୁକୁରର ପ୍ରକାରଭେଦ, ତା ମାନସିକତା, ଜୀବନ, ପ୍ରେମ, ଈର୍ଷା, ପ୍ରତିଶୋଧ ଆଦି ବିଭିନ୍ନ ଭାବକୁ ଅତିସୁନ୍ଦରଭାବେ ଫୁଟାଇଛନ୍ତି ଅଡିଓ ଉପନ୍ୟାସରେ ମୋଟ ୧୨ଟି ଅଧ୍ୟାୟ ରହିଛି ପ୍ରତିଟି ଅଧ୍ୟାୟ ଶୁଣିବାକୁ ଯେମିତି ସରସ ଲାଗୁଛି, କୁକୁର ସମ୍ପର୍କିତ ବିଭିନ୍ନ ତଥ୍ୟ ଉପନ୍ୟାସକୁ ଆହୁରି ରୋମାଞ୍ଚ କରୁଛି କୁକୁରଙ୍କ ସୃଷ୍ଟି, ଜନ୍ମ ବୃତ୍ତାନ୍ତ, କୁକୁରକୁ ନେଇ ଲୋକ ବିଶ୍ୱାସ ଉତ୍ସବ, ବିଭିନ୍ନ ପ୍ରକାର କୁକୁରଙ୍କ ଲକ୍ଷଣ, କ୍ରିୟାପ୍ରତିକ୍ରିୟା, ଶରୀର ଗଠନ, ରୂପ ଆଦି ଅନେକ ଗବେଷଣାଧର୍ମୀ ତଥ୍ୟ ଅଡିଓ ଉପନ୍ୟାସକୁ ବେଶ୍ଆଦୃତ କରିଛି

ଦେଶୀ ବିଦେଶୀ କୁକୁର ପ୍ରଜାତିର ନାମକରଣ ପଛରେ ଥିବା ରହସ୍ୟଗୁଡ଼ିକୁ ସେ ଅତିସୁନ୍ଦରଭାବେ ବର୍ଣ୍ଣନା କରିଛନ୍ତି ଲେଖକଙ୍କ ଗମ୍ଭୀର ସ୍ପଷ୍ଟ କଣ୍ଠସ୍ୱର ଶ୍ରୋତାଙ୍କୁ ଦେଉଛି ଏକ ଅନନ୍ୟ ଅନୁଭବ

ଉପନ୍ୟାସ ମାଧ୍ୟମରେ ଲେଖକ କେବଳ କୁକୁରର କାହାଣୀ ବର୍ଣ୍ଣନା କରିନାହାନ୍ତି, ବରଂ ମଣିଷର ପ୍ରକୃତି, ଚରିତ୍ର ଆଦିର କେତୋଟି ସୂକ୍ଷ୍ମ ବିଭବ ଉପସ୍ଥାପନ କରିଛନ୍ତି ସ୍ୱାର୍ଥ ପାଇଁ ମଣିଷ ଯେ ଅନ୍ଧ ଆଉ ସ୍ୱାର୍ଥ ପାଇଁ ମଣିଷ କିଛି ବି କରିପାରେ, ତାମଧ୍ୟ ଦେଖାଇଛନ୍ତି କେବଳ ଏତିକି ନୁହେଁ, ମଣିଷର ନିଷ୍ଠୁର ମାନସିକତା ଆଗରେ ଜୀବଜଗତ ପ୍ରତି ଯେ ବିପଦ ରହିଛି, ତାହା ମଧ୍ୟ କହିଛନ୍ତି ଏଥିରେ ସେ କୁକୁରଙ୍କ କଥା କହିଥିଲେ ମଧ୍ୟ ମଣିଷ ସମାଜ ଉପରେ ଏହା ଯେ ଏକ ସାମାଜିକ ଦୃଷ୍ଟିଭଙ୍ଗୀର ଅବତାରଣ ତୋଳିଧରିଛି

ଏହି ଉପନ୍ୟାସଟି ଅଳ୍ପଦିନରେ ଲୋକପ୍ରିୟ ହେବା ପରେ ଏହାର ଅଡିଓ ସଂସ୍କରଣ ସାରା ବିଶ୍ୱରେ ଓଡ଼ିଆ ବୁଝୁଥିବା ଲୋକଙ୍କୁ ଛୁଇଁପାରିବ ବୋଲି ଆଶା କରାଯାଉଛି

ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ସଂସ୍ଥାନର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, କର୍ମଚାରୀ ଉପସ୍ଥିତ ଥିଲେ

ଗୁଗୁଲ୍ପ୍ଲେ ଷ୍ଟୋର୍ରୁ ରେଡିଓ ଭୁବନେଶ୍ୱର ଆପ୍ଡାଉନ୍ଲୋଡ୍କରିହେବ ରେଡିଓ ଗାର୍ଡେନ୍ରେ ମଧ୍ୟ ରେଡିଓ ଭୁବନେଶ୍ୱର ଆକ୍ସେସ୍କରିହେବ  

Posted;Odishabarta