ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଦେବରାଜ ସାହୁଙ୍କ ଦ୍ବାଦଶାହ ଉପଲକ୍ଷେ ସ୍ମୃତି ସଭା ଅନୁଷ୍ଠିତ
ଜୟକୃଷ୍ଣ ମାଝୀ
କୋଦଳା–ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକର ପୁର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଦେବରାଜ ସାହୁଙ୍କ ରବିବାର ଦିନ ଦ୍ବାଦଶାହ ଉପଲକ୍ଷେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସଂସଦ ର ମହା ସଚିବ ଶ୍ରୀ ଦଣ୍ଡପାଣି ମହାପାତ୍ର ,ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ବରିଷ୍ଠ ଆଇନଜୀବୀ ଉଦୟ ନାଥ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ, ସମାଜସେବୀ ମହେଶ୍ବର ବରାଡ,ପୁର୍ବତନ ସରପଞ୍ଚ ବିଜୟ କୁମାର ନାୟକ, ସାଙ୍କୁଡା ସରପଞ୍ଚ ସନ୍ତୋଷ କୁମାର ସାହୁ, ଅଙ୍ଗାର ଗାଁ ସରପଞ୍ଚ ସରୋଜ କୁମାର ସାହୁ, ଦେବେନ୍ଦ୍ର କୁମାର ମହାରଣା, ମହେନ୍ଦ୍ର କୁମାର ଗୌଡ଼, ବିଜୟ କୁମାର ପ୍ରଧାନ, ପଦ୍ମ ଚରଣ ସ୍ୱାଇଁ,ବନମାଳୀ ପ୍ରଧାନ ପ୍ରଭୁତି ଯୋଗଦେଇ ଦେବରାଜ ଙ୍କୁ ଆତ୍ମାର ସଦଗତି କାମନା କରିବା ସହ ସ୍ମୃତି ଚାରଣ କରିଥିଲେ ।
