ନିଜର ସୁରକ୍ଷା ନିଜେ ନେଲେ କାର୍ଯ୍ୟରତ ସାମ୍ବାଦିକ
II ODISHABARTA II

ବ୍ରହ୍ମପୁର :କରୋନାକୁ ନେଇ ଏବେ ସାରା ବିଶ୍ୱରେ ଲଢେଇ ଚାଲିଛି। ଆଉ ଏହାକୁ ମୁକାବିଲା କରିବା ଲାଗି ଦେଶ ଓ ରାଜ୍ୟରେ ଲକ ଡାଉନ ଘୋଷଣା କରାଯାଇଛି। ଏହାର ମୁଖ୍ୟ କାରଣ ହେଲା ସାମାଜିକ ଦୂରତା ବିଜୟୀ ରଖିବା। ପ୍ରଶାସନ ପକ୍ଷରୁ ମଧ୍ୟ ଲକ ଡାଉନ କୁ କଡା କଡି କରାଯାଉଛି। ତେବେ ଏହି ଯୁଦ୍ଧରେ ଏବେ ରାଜ୍ୟ ସରକାର ଙ୍କ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଦ୍ଧା ପାଲଟିଛନ୍ତି। ତେବେ ଏହି କରୋନା ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି ଗଣ ମାଧ୍ୟମ ପ୍ରତିନିଧି। ସେଥିପାଇଁ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇଛି। କାହିଁକି ନା ଦିନ ରାତି ଏକ କରି ରାଜ ରାସ୍ତାରେ ଠିଆ ହୋଇ ସାମ୍ବାଦିକ ମାନେ ଲୋକଙ୍କୁ ପ୍ରତ୍ୟକ ଦିନ ଟିକ୍ ନିଖ ଖବର ପହଂଚାଉଛନ୍ତି। ସରକାରଙ୍କ ପ୍ରତ୍ୟକଟି ସଚେତନ ମୂଳକ ଘୋଷଣା ହେଉ ଦିନ ତମାମ ର ଖବର ହେଉ ଟିଭି କିମ୍ବା ଖବର କାଗଜ ମାଧ୍ୟମରେ ଘରେ ସୁରକ୍ଷିତ ଥିବା ଲୋକଙ୍କୁ ଦେଖାଇଥାନ୍ତି। ଆଉ ଏହି ଖବର ପ୍ରସାରଣ ଭିତରେ ଭୁଲି ଯାଇଥାନ୍ତି ନିଜର ସୁରକ୍ଷା ଚିନ୍ତା। ଦେଶର ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତ ଲୋକେ ସୁରକ୍ଷିତ ର ଘରେ ରହୁଥିବା ବେଳେ ସାମ୍ବାଦିକ ମାନେ ଏହି ଯୁଦ୍ଧର ଯୋଦ୍ଧା ପାଲଟି ଆଜି ରାଜ ରାସ୍ତାରେ। ତଥାପି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆଡୁଆଳରେ ଏହି ସାମ୍ବାଦିକ ମାନେ। ତେବେ ବର୍ତମାନର ପରିସ୍ଥିତିରେ ସାମ୍ବାଦିକ ମାନେ ମଧ୍ୟ କରୋନା ସହ ଲଢେ଼ଇ କରୁଥିବା ବେଳେ ସେମାନଙ୍କୁ ମଧ୍ୟ କରୋନା ଭୟ ରହିଛି। ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ଙ୍କ ସୁରକ୍ଷା ଚିନ୍ତା କରାଯାଉନଥିବା ବେଳେ ନିଜେ ନିଜ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ବ୍ରହ୍ମପୁର ସହରର କାର୍ଯ୍ୟରତ ସମ୍ବାଦିକ । ଏନେଇ ଆଜି ବ୍ରହ୍ମପୁର ମୟୂରୀ ଟାୱାର ନିକଟରେ ସହରର ସମସ୍ତ କାର୍ଯ୍ୟରତ ସମ୍ବାଦିକ ଏକାଠି ହୋଇ କରୋନା ଠାରୁ ଦୂରେଇ ରହି କିଭଳି କାର୍ଯ୍ୟ କରିବେ ସେନେଇ ଆଲୋଚନା କରିଥିଲେ । ଏଥିସହ ବ୍ରହ୍ମପୁର ପ୍ରେସ କ୍ଳବ ପକ୍ଷରୁ ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ଲାଗି ସାନିଟାଇଜ କରାଯିବା ସହ ସାମାଜିକ ଦୂରତା ବଜାୟି ରଖି ସମସ୍ତଙ୍କୁ ସାନିଟାଇଜର ,ସାବୁନ ଓ ମାସ୍କ ଆଦି ପ୍ରଦାନ କରାଯାଇଥିଲା। ଏଥିସହ ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ତ୍ତବ୍ୟ ନିଷ୍ଠ ସାମ୍ବାଦିକ ଙ୍କ ସୁରକ୍ଷା ଚିନ୍ତା କରାଯାଉନଥିବାରୁ ଉଦବେଗ ପ୍ରକାଶ କରାଯାଇଥିଲା। ଏହି ବଣ୍ଟନ କାର୍ଯ୍ୟକ୍ରମରେ ବରିଷ୍ଠ ସମ୍ବାଦିକ ଶିଶିର ପାଣିଗ୍ରାହୀ, ହେମାଙ୍ଗ ପ୍ରସାଦ ରାଉଳ, ଗୋପାଳ ପଟ୍ଟନାୟକ,ପ୍ରଶାନ୍ତ ଦାସ, ଜଗନ୍ନାଥ ସାହୁ, ବିନୋଦ ପ୍ରଧାନ, ପ୍ରହ୍ଲାଦ ସାହୁ, ଅସିତ ପଣ୍ଡା,ମାନସ ବିଶାୟୀ, ଅମର ଦାଶ, ଗୋପାଳ ରେଡି, ଶୁଭ୍ରମନ୍ୟମ ସ୍ୱାମୀଙ୍କ ସମେତ ବ୍ରହ୍ମପୁରର ସମସ୍ତ କାର୍ଯ୍ୟରତ ସମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ।
