ନାରାୟଣୀ କାଜୁ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଧାର

ud

ଜୟକୃଷ୍ଣ ମାଝୀ , ବ୍ୟୁରୋ , ଓଡିଶାବାର୍ତ୍ତା

ଖଲ୍ଲିକୋଟ,30/01/21: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମା ନାରାୟଣୀ କାଜୁ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଧାର କରିଛି ଭେଜିପୁଟ ଫାଣ୍ଡି ପୋଲିସ ସୁଚନା ଅନୁଯାଇ ମା ନାରାୟଣୀ ମନ୍ଦିର ନିକଟରେ ଥିବା କାଜୁ ଜଙ୍ଗଲରେ ଏକ ଉସ୍ତ ଗଛମୁଳେ  ସାଇକେଲ ସହ ମୃତଦେହ ପଡିଥିବା ସ୍ଥାନିୟ ଲୋକେ ଦେଖି ପୋଲିସଙ୍କୁ ଖବର ଦେଇଥିଲେ ଖବର ପାଇ ଘଟଣା ସ୍ଥଳରେ ଭେଜିପୁଟ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ତଦନ୍ତ ପରେ ଜଣା ପଡିଲା ଯେ ମୃତ ବ୍ୟକ୍ତି ଜଣକ ଖୋର୍ଦ୍ଦା ଜିଲ୍ଲାର ବାଣପୁର ଥାନା ଅନ୍ତର୍ଗତ ଏକଡାଳିଆ ଗ୍ରାମର ସ୍ବର୍ଗତ ଜଳନ୍ଧର ଦଳବେହେରାଙ୍କ ମଝିଆ ପୁଅ ପ୍ରସନ୍ନ କୁମାର ଦଳବେହେରା ବୋଲି ଜଣା ପଡିଛି ଫାଣ୍ଡି ପୋଲିସ ସବକୁ ଜବତ କରି ପରିବାର ଲୋକଙ୍କୁ ଜଣାଇବା ପରେ ଘଟଣା ସ୍ଥଳରେ ପରିବାର ଲୋକେ ପହଞ୍ଚି  ସବକୁ ଚିହ୍ନଟ କରିଥିଲେ ଫାଣ୍ଡି ପୋଲିସ ସବକୁ ବ୍ୟବଛ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ଏହା ହତ୍ୟା କି ଆତ୍ମହତ୍ୟା ସବ ବ୍ୟବଛ୍ଛେଦ ପରେ ଜଣା ପଡିବ ବୋଲି ଫାଣ୍ଡି ଅଧିକାରୀ ମନୋଜ କୁମାର ପ୍ରଧାନ ସୁଚନା ଦେ ଦେଇଛନ୍ତି