ଗୋଷ୍ଠି ସାଧନା କେନ୍ଦ୍ର ଉଦ୍ଘାଟନ କଲେ କବିସୂର୍ଯ୍ୟନଗର ବିଧାୟିକା
ଜୟକୃଷ୍ଣ ମାଝୀ,ବ୍ୟୁରୋ
ଗଞ୍ଜାମ (କୋଦଳା):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ଅନ୍ତର୍ଗତ କେ.ବରିଡା ପଂଚାୟତର କେ.ନିମିନା ଗ୍ରାମଠାରେ ଶୁକ୍ରବାର ଦିନ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ନବ ନିର୍ମିତ ଗୋଷ୍ଠି ସାଧାନା କେନ୍ଦ୍ର ଶୂଭ ଉଦ୍ଘାଟନ କରିଛନ୍ତି।ଆମ ଗାଁ ଆମ ବିକାଶ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଗୋଷ୍ଠି ସାଧନା କେନ୍ଦ୍ରଟି, କେ.ନିମିନା ଗ୍ରାମବାସୀଙ୍କ ବିଭିନ୍ନ ସାମୁହିକ କାର୍ଯ୍ୟରେ ସହାୟକ ହେବ।ଏହି ଉଦ୍ଘାଟନ ଉତ୍ସବ ରେ ଗୋଷ୍ଠି ଉନ୍ନୟନ ଅଧିକାରୀ ବେଦବରତ ପ୍ରଧାନ,ବ୍ଳକ ଅଧ୍ୟକ୍ଷା ପ୍ରତିନିଧି ବିଜୟ କୁମା ଦୋରା ,ଜିଲ୍ଲା ପରିଷଦ ସଦସ୍ୟା ପ୍ରତିନିଧି ତ୍ରିନାଥ ଭୂୟାଁ ,କେ.ବରିଡା ସରପଞ୍ଚ ଚିତ୍ରସେନ ନାୟକ , ସହକାରୀ ଯନ୍ତ୍ରୀ ପ୍ରଦିପ କୁମାର ପରିଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
