ଆଇଆଇଏମସିରେ ଓଡି଼ଆ ସାମ୍ବାଦିକତା ନାମଲେଖା ବିଜ୍ଞାପନ ପ୍ରକାଶିତ

iimc_admn

II ODISHABARTA II

ଢେଙ୍କାନାଳ: ଢେଙ୍କାନାଳଠାରେ ଥିବା ଜାତୀୟ ସ୍ତରର ଗଣମାଧ୍ୟମ ଶିକ୍ଷା ପ୍ରତିଷ୍ଠାନ ଭାରତୀୟ ଜନ ସଞ୍ଚାର ସଂସ୍ଥାନ(ଆଇଆଇଏମସି)ରେ ଓଡି଼ଆ ସାମ୍ବାଦିକତାରେ ନାମଲେଖା ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଛି ୨୦୨୦୨୧ ଶିକ୍ଷାବର୍ଷ ନିମନ୍ତେ ଛାତ୍ରଛାତ୍ରୀମାନେ ଚଳିତ ଜୁଲାଇ ମାସ ୨୭ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରିପାରିବେ ଆସନ୍ତା ମାସ ଅଗଷ୍ଟ ୪ତାରିଖରେ ଓଡି଼ଆ ସାମ୍ବାଦିକତା ନିମନ୍ତେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ

ଓଡି଼ଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ହୋଇଥିବା ଦରକାର ଯେଉଁମାନେ ଚଳିତ ବର୍ଷ ସ୍ନାତକ ଶ୍ରେଣୀ ପରୀକ୍ଷା ଦେଇଛନ୍ତି, ସେମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ଦାଖଲ କରିବାକୁ ପଡି଼ବ ଓଡି଼ଆ ପାଠ୍ୟକ୍ରମ ନିମନ୍ତେ ଆବେଦନର ବୟସ ସୀମା ସର୍ବାଧିକ ୨୫ ବର୍ଷ ହୋଇଥିବା ବେଳେ ସଂରକ୍ଷିତ ବର୍ଗଙ୍କ ନିମନ୍ତେ ସରକାରୀ ନିୟମ ଅନୁସାରେ ବୟସ କୋହଳ କରାଯାଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ଢେଙ୍କାନାଳରେ ଓଡି଼ଆ ସାମ୍ବାଦିକତା ପାଠ୍ୟକ୍ରମରେ ସମୁଦାୟ ୨୫ଟି ସିଟ୍ରହିଛି

ଜାତୀୟ ସ୍ତରରେ ଭାଷା ସାମ୍ବାଦିକତା ଆରମ୍ଭ କରିବାରେ ଆଇଆଇଏମସି ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ କେନ୍ଦ୍ର ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ଏହି ସ୍ୱୟଂଶାସିତ ଅନୁଷ୍ଠାନ ୨୦୦୧୦୨ ମସିହାରେ ଓଡ଼ିଆ ଭାଷାରେ ସାମ୍ବାଦିକତା ଶିକ୍ଷା ପ୍ରଦାନ ଆରମ୍ଭ କରିଥିଲା ସେବେଠାରୁ ଆଜି ପର୍ଯ୍ୟନ୍ତ ଏହା ଜାତୀୟ ସ୍ତରରେ ସବୁଠାରୁ ସଫଳ ଭାଷା ସାମ୍ବାଦିକତା ଶିକ୍ଷା ଭାବେ ବିବେଚିତ ହୋଇଛି ଆଇଆଇଏମସିରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ଜାତୀୟ ସ୍ତରରେ ବିଭିନ୍ନ ଗଣମାଧ୍ୟମ, ପ୍ରତିଷ୍ଠାନ, ସରକାରୀ ପଦବୀ କମ୍ପାନୀ ମାନଙ୍କରେ ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି