ଅସହାୟ ବୁଲା ଗୋରୁଗାଈଙ୍କୁ ଖାଦ୍ୟ ପ୍ରଦାନ କଲେ ସ୍ବେଚ୍ଛାସେବୀ ଓ ପୋଲିସ : ସାଧାରଣରେ ସ୍ବାଗତ

street_cows

II ODISHABARTA II

ବ୍ରହ୍ମପୁର :କରୋନାରେ ସମ୍ପୂର୍ଣ୍ଣ ଦେଶ ଲକ୍ ଡାଉନ୍ ଥିବାରୁ ସରକାର ଲୋକମାନଙ୍କ ଖାଦ୍ୟପେୟ ନିମନ୍ତେ ବିଭିନ୍ନ ଯୋଜନା ଲାଗୁ କରିଛନ୍ତି କିନ୍ତୁ ଯୋଜନାରୁ ବାଦ୍ ପଡ଼ିଥିବା ବୁଲା ପଶୁମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି ଜନଶୂନ୍ୟ ରାସ୍ତାରେ ବୁଲୁଛନ୍ତି ସହ ସହ ଗୋରୁଗାଈ   ପ୍ରତିଦିନ ବଜାରରେ ଚଳପ୍ରଚଳ କରୁଥିବା ବ୍ୟକ୍ତି ତଥା ହୋଟେଲର ଫିଙ୍ଗା ଖାଦ୍ୟ ଖାଇ ବଞ୍ଚୁଥିବା ବୁଲା ଗୋରୁ ଗାଈ ଗୁଡ଼ିକ ଖାଇବାକୁ ନପାଇ ଜରାଜୀର୍ଣ୍ଣ ହୋଇଗଲେଣି ଖାଦ୍ୟ ପାଇଁ ଏମାନେ ଡହଳ ବିକଳ ହେଉଛନ୍ତି ଏପରି କି ଖାଦ୍ୟାଭାବ ଯୋଗୁ କେତେକ ପଶୁ ଏକ ପ୍ରକାର ମରଣ ମୁହଁକୁ ଠେଲି ହୋଇଗଲେଣି ବ୍ରହ୍ମପୁର ମହାନଗର ନିଗମ (BeMC)  ପକ୍ଷରୁ ଯେଉଁ ସହାୟତା ଦିଆଯାଉଛି ତାହା ପଯ୍ୟପ୍ତ ନୁହେଁ ଏଭଳି ସ୍ଥିତିରେ ପଶୁ ପ୍ରେମୀ ଏବଂ ପୋଲିସ କର୍ମୀ ଏମାନଙ୍କ ସାହା ପାଲଟିଛନ୍ତି ଆଜି ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସହ ଗୋଷାଣୀନୁଆଗାଁ ଥାନା ଅଧିକାରୀ ସୁମିତ୍ ସୋରେନ, ବ୍ରହ୍ମପୁର ବିଜେଡି ନଗର ଯୁବ ସମ୍ପାଦକ ତଥା ସମାଜସେବୀ ଏଲ୍ ରବି ରେଡ଼ି, ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ, ଗଣେଶ ସାହୁ, ମୁନା କୁମାର ସାହୁ, ଅଜିତ୍ ସେଠୀ, କାହ୍ନା ଗୌଡ, ସନ୍ତୋଷ କୁମାର ଗୌଡ, ଅନୁପ ନାୟକ, ଅନିଲ ପାତ୍ର ପ୍ରମୁଖ କୁଣ୍ଡା, କୁଟା, ଗାଈ ଦାନା, ପରିବା ନେଇ ବଡ଼ବଜାର ସ୍ଥିତ ଗୌଡ ସାହି ଛକରେ ପହଞ୍ଚି ଭୋକିଲା ଗୋରୁ ଗାଈମାନଙ୍କୁ ଖାଦ୍ୟ ପରଶୁ ଥିବାର ଦେଖିବାକୁ ମିଳିଥିଲା   ବିଶ୍ଵରେ କରୋନା ମହାମାରୀ ରୂପ ନେଇଥିବା ବେଳେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସ୍ବେଚ୍ଛାସେବୀ ଏବଂ ପୋଲିସ କର୍ମଚାରୀଙ୍କ ଏଭଳି ଉଲ୍ଲେଖନୀୟ ପଦକ୍ଷେପ ଯୋଗୁଁ ସ୍ଥାନୀୟ ମହଲରେ ପ୍ରଶଂସାର ସୁଅ ଛୁଟୁଛି