ଭୋଟର ତାଲିକାରେ ୩.୪୫ ଲକ୍ଷ ମୃତ ମତଦାତା (!).

ଓଡିଶା ବାର୍ତ୍ତା

ଭୁବନେଶ୍ୱର:ରାଜ୍ୟରେ ୩,୪୫,୦୦୦ ମୃତ ମତଦାତାଙ୍କ ନାମ ଭୋଟର ତାଲିକାରେ ରହିଛିବୁଥ୍‌ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ନିକଟରେ ଘରକୁ ଘର ବୁଲି କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛିସେଗୁଡ଼ିକୁ ତୁରନ୍ତ ଭୋଟର ତାଲିକାରୁ ବାଦ୍‌ ଦେବା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିତ୍କାରୀ(ସିଇଓ) ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ଜିଲାପାଳମାନଙ୍କୁ ନେଇ ବୁଧବାର ଖାରବେଳ ଭବନରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି

ଓଡ଼ିଶା ଗସ୍ତରେ ଆସିଥିବା ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ଡେପୁଟି ନିର୍ବାଚନ କମିଶନର (ସିନିୟର ଡିଇସି) ଧର୍ମେନ୍ଦ୍ର ଶର୍ମା, ସିନିୟର ଡିଇସି ନିତେଶ ବ୍ୟାସ୍‌ ଏବଂ ଡେପୁଟି ନିର୍ବାଚନ କମିଶନର ମନୋଜ ସାହୁ ବୈଠକରେ ଉପସ୍ଥିତ ରହି ଜିଲାଓ୍ବାରି ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତିଭୋଟର ନାମ ପଞ୍ଜୀକରଣ ସମୟରେ ଜଣେ ହେଲେ ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍‌ ପଡ଼ନ୍ତି, ସେଥିପ୍ରତି ସଜାଗ ରହିବାକୁ ନିର୍ବାଚନ ଆୟୋଗଙ୍କ ଡେପୁଟି କମିଶନର ବୈଠକରେ ଗୁରୁତ୍ୱାରୋପ କରିଛନ୍ତିଗୋଟିଏ ନିର୍ବାଚନମଣ୍ଡଳୀରୁ ଅନ୍ୟ ଗୋଟିଏ ନିର୍ବାଚନମଣ୍ଡଳୀକୁ ସ୍ଥାନାନ୍ତର ହେଲେ ଭୋଟରମାନଙ୍କୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରି ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଜରିଆରେ ଦାଖଲ କରିବାକୁ ପଡ଼ିବମତଦାତାମାନେ ନିଜେ ଭୋଟର ହେଲ୍‌ପଲାଇନ ଆପ୍‌ କିମ୍ବା ଏନ୍‌ଭିଏସ୍‌ପି ପୋର୍ଟାଲରେ ଅନ୍‌ଲାଇନ ମାଧ୍ୟମରେ ଘରେ ରହି ତାଲିକାରେ ନାମ ଯୋଗ କରିବା, ବାଦ୍‌ଦେବା, ସ୍ଥାନାନ୍ତର ଏବଂ ତ୍ରୁଟି ସଂଶୋନ କରିପାରିବେଏକ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଉପରେ ସମୀକ୍ଷା ବୈଠକରେ ଗୁରୁତ୍ୱାରୋପ କରାଯାଇଛି

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ଫଟୋ ଭୋଟର ପରିଚୟ ରେଜିଷ୍ଟ୍ରି ଡାକ ଯୋଗେ ଯୋଗାଇ ଦେବା ଉପରେ ଜିଲା ନିର୍ବାଚନ ଅଧିକାରୀମାନେ ବିଶେଷ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛିସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ବୈଠକରେ ଭୋଟର ତାଲିକା ପ୍ରସ୍ତୁତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ବେଦନଶୀଳ ବୁଥ୍‌ ଉପରେ ଆଲୋଚନା ହୋଇଛିରାଜ୍ୟରେ ଏବେ ଇଭିଏମ୍‌ ପହଞ୍ଚି ସାରିଥିବା ବେଳେ ଜିଲା ପାଇଁ ଭିଭିପିଏଟି ପହଞ୍ଚି ସାରିଛିଅକ୍ଟୋବରରେ ଇଭିଏମ୍‌ପ୍ରଥମ ପର୍ଯ୍ୟାୟ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛିଏହି ସମୀକ୍ଷା ବୈଠକରେ ସମସ୍ତ ଜିଲାପାଳ, ରାଜସ୍ବ କମିଶନର, ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଅଧିକାରୀ ରାକେଶ କୁମାର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ସଂଘମିତ୍ରା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ