ଭଙ୍ଗା ଘରେ ବୃଦ୍ଧା ଙ୍କ ଜୀବନ ବିତୁଛି ,ଏହି ଠାରେ ସରକାର ଯୋଜନା ଫେଲ ମାରିଛି; ଯାହାକି ସାମ୍ନା କୁ ଆସିଛି ପ୍ରକୃତ ନଗ୍ନ ଚିତ୍ର ।

ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର 🙁 ଓଡ଼ିଶା ବାର୍ତା)ତା:-୨୭//୨୧କେନ୍ଦ୍ର ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି କିନ୍ତୁ ସେହି ଯୋଜନା ସବୁ ବଡ଼ବଡିଆ ନେତା ମାନଙ୍କ ପାଖରେ ବନ୍ଦା ପଡିଯାଉଛି ଗରିବ ନିରୀହ ଲୋକ ସେହି ସବୁ ଯୋଜନାରୁ ବଞ୍ଚିତ ହେଉଥିବାର ନଗ୍ନ  ଚିତ୍ର ଦେଖିବାକୁ ମିଳିଛି  ନନ୍ଦାହାଣ୍ଡି ବ୍ଳକଅନ୍ତର୍ଗତ  ମେଣ୍ଟ୍ରି ଗ୍ରାମ ଅହଲିୟା ବିଷୋୟୀ (୭୮ ) ଝାଟିମାଟି  ଭଙ୍ଗା କୁଡ଼ିଆ ରେ ଏକା ଦିନ କଟୁ ଥିବାବେଳେ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରି ନାହିଁ l ସେ ଦଦରା ଭଙ୍ଗା ଏବେବି ଦିନ କଟୁଛି,ଟିକେ ବର୍ଷା ହେଲେ ଛତା ଧରି ରାତି ରାତି ଅନିଦ୍ରା ହୋଇ  ବସି ରହୁଛନ୍ତି l ମୋର  ଦୁଃଖ  କିଏ ବୁଝୁଛି ବୋଲି ଦୁଃଖ ପ୍ରକାଶ କରିଛନ୍ତି  l  ସରପଞ୍ଚ,ବିଡିଓ ଜିଲ୍ଲାପାଳଙ୍କୁ କହିବା ପରେ ମଧ୍ୟ କୌଣସି ଫୋଳାଫଳ ହୋଇନି, ଆଜି ପାଇବୁ କାଲି ପାଇବୁ ବଲି ବର୍ଷ ବର୍ଷ  ବିତାଉ ଛନ୍ତି  ଏବେ ଚାଲିପାରୁ ଥିବାବେଳେ କାହାକୁ କହିବି ମୋର ଦୁଃଖ  କିଏ ଶୁଣିବ ବୋଲି  କାନ୍ଦି କାନ୍ଦି କହିଥିଲେ ବୁଡି ମାଁ l ତାଙ୍କୁ ପେନସନ ଚାଉଳ 5 କିଲୋ ଯୋଗେଇ ଦେଇ ପ୍ରଶାସନ ଚୁପ l ସରକାର ମୋତେ  ଘର ଟିଏ ଯୋଗେଇ ଦିଅନ୍ତୁ ବୋଲି କାକୁତି ମିନତୀ ହୋଇଛନ୍ତି ବୁଡି ମାଁ l ଏହି ବୁଢ଼ୀ ମା ଙ୍କ ବିଷୟରେ ସ୍ତାନୀୟ ଭଦ୍ର ବ୍ୟକ୍ତି ବୁଦ୍ଧିଜୀବୀ ମହଲରେ ମଧ୍ୟ ସରକାର ଙ୍କ ଅପାରଗତ ଉପରେ ନିନ୍ଦାସହ ଅତିଶୀଘ୍ର ବୃଦ୍ଧା ଙ୍କୁ ଘର ଯୋଗାଇ ଦେବାକୁ ଦାବିକରିଛନ୍ତି