ଭୈରବୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ହଷ୍ଟେଲ ଛାଡ଼ିବା ଘଟଣା:ସ୍କୁଲ କମିଟି ଅଡିବସିଲେ: ପ୍ରଧାନ ଶିକ୍ଷୟତ୍ରୀ ବଦଳିଲେ

school committee

ସଞ୍ଜୟ କୁମାର ପାଣିଗ୍ରାହୀ, ଓଡ଼ିଶା ବାର୍ତ୍ତା

 ବାଲିଗୁଡା,୦୮/୦୭.:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ ସ୍ଥିତ ମା ଭୈରବୀ ଉଚ୍ଚ ବିଦ୍ୟାଳୟ ରେ ଲାଗି ରହିଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ଦାବୀ ଦୀର୍ଘ ଦିନ ପରେ ଗୁରୁବାର  ଜିଲ୍ଲା ସହକାରୀ ଶିକ୍ଷାଧିକାରୀ ମାନସ କୁମାର ଜେନା ତାଙ୍କୁ ବଦଳି କରିଛନ୍ତି ବିଦ୍ୟାଳୟ ପରିସରରେ ଥିବା ଅନୁସୂଚିତ  ଜାତି   ଜନଜାତି ହଷ୍ଟେଲ ପରିସରରୁ ଏପ୍ରିଲ ୧ତାରିଖ ରାତି ଅଧରେ ହଷ୍ଟେଲ ଛାଡି ୨୬ଜଣ ଛାତ୍ରୀ ଜଙ୍ଗଲ ରେ ରହିବା ଘଟଣା ପରବର୍ତ୍ତୀ ସମୟରେ ପ୍ରଧାନ ଶିକ୍ଷୟତ୍ରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ହଷ୍ଟେଲ ଫେରିଥିଲେ ଛାତ୍ରୀ ମାନେ ଏହା ପରେ ସ୍କୁଲ ପରିଚାଳନା କମିଟି ଠାରୁ ଆରମ୍ଭ କରି ବିଡ଼ିଓ, ଜିଲ୍ଲା ମଙ୍ଗଳ ଅଧିକାରୀ, ବ୍ଲକ ଶିକ୍ଷାଧିକାରୀ ଉପଜିଲ୍ଲାପାଳ ତଦନ୍ତ କରି ଜିଲ୍ଲା ଶିକ୍ଷାଧିକାରୀ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବିରୋଧରେ ରିପୋର୍ଟ ପ୍ରଦାନ କରିଥିଲେ ମଧ୍ୟ  କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ଏବେ ସ୍କୁଲ କୁ ଅଭିଭାବକ ମାନେ ସେମାନଙ୍କ ଛାତ୍ରୀ ମାନଙ୍କୁ ଛାଡ଼ିବା ପାଇଁ କୁଣ୍ଠାବୋଧ କରୁଥିବା ନେଇ ସ୍କୁଲ ପରିଚାଳନା କମିଟି ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଗୁରୁବାର ପୂର୍ବତନ ବିଧାୟକ ରାଜୀବ ପାତ୍ର, ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ, ସଭାପତି ତଥା ସରପଞ୍ଚ ନାରାୟଣ ପାତ୍ର, ବନସିଂ ମଣ୍ଡଳ, ନବୀନ ପାତ୍ର ପରିଚାଳନା କମିଟି ଜିଲ୍ଲା ଶିକ୍ଷାଧିକାରୀ ଙ୍କ ନିକଟକୁ ଯାଇ ତୁରନ୍ତ ପ୍ରଧାନ ଶିକ୍ଷୟତ୍ରୀ ସବିତା ଶତପଥୀ ଙ୍କୁ ବଦଳି ଆଦେଶ ପାଇଁ ଦାବୀ କରି ଜିଲ୍ଲା ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ଚଟାଣ ଉପରେ ବସି ଅଡ଼ି ବସିଥିଲେ ଦୀର୍ଘ ତିନି ମାସ ହେଲା ଘଣ୍ଟ ଘୋଡାଇ ଆସିଥିବା  ଜିଲ୍ଲା ଶିକ୍ଷାଧିକାରୀ ଆଜି ବାଧ୍ୟ ହୋଇ  ସବିତା ଶତପଥି ଙ୍କୁ  ମହାସିଙ୍ଗି ସ୍ଥିତ ପାଟ୍ଟଶ୍ରୀ ଉଚ୍ଚ ବିଦ୍ୟାଳୟ କୁ ବଦଳି କରିଛନ୍ତି ଏହି ବଦଳି କୁ ଅଭିଭାବକ ପରିଚାଳନା  କମିଟି ସ୍ବାଗତ କରିଛନ୍ତି l