ତହସିଲଦାରଙ୍କ ଜୁଲମ, ଘେରାଉ କଲେ ଗ୍ରାମବାସି।

ସିପ୍ରା ପଟନାୟକ,ଓଡିଶା ବାର୍ତ୍ତା

କୋଦଳା,( ଗଞ୍ଜାମ):ନିରିହ ଗରିବ ଲୋକଙ୍କୁ ଜୋର ଜୁଲମ କରି ଫାଇନ୍ ଆଦାୟ କରୁଥିବା ଅଭିଯୋଗନେଇ ଦିର୍ଘ ସମୟ ଧରି ତହସିଲଦାର ଙ୍କୁ ଗ୍ରାମବାସି ଘେରାଉ କରିଥିବା ଚର୍ଚାର ବିଷୟ ପାଲଟିଛିସୁଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ଶାଳବଣ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣାଏହି ଗ୍ରାମର ସନ୍ତୋଷ ବିଶୋଇ ନୀଜ ଘର କାମ କରିବା ପାଇଁ କିଛି ଇଟା ଆଣିଥିଲେ ! ଆଜି ସଣ୍ଢମୁଳ ଆରଆଇ ସେଖର ଚନ୍ଦ୍ର ସେଠୀ ସେଠାକୁ ଯାଇ ସେ ଇଟା କେଉଁ ଠାରୁ ଆଣିଛ ତାର ରୟାଲିଟି ଫର୍ମ ଦେଖାଅ ବୋଲି କହିଥିଲେଏଥି ସହ କୋଦଳା ତହସିଲଦାରଙ୍କୁ ଖବର ଦେଇଥିଲେଖବର ପାଇ ତହସିଲଦାର ଶଷ୍ମୀତା ଶତପଥୀ ଘଟଣା ସ୍ଥଳରେ ପହଞ୍ଚି ରୟାଲଟି ଫର୍ମ ଦିଅ ନଚେତ ଉକ୍ତ ଇଟା ଉଠେଇ ନେଇଯିବି ବୋଲି ଧମକ ଦେଇଥିଲେଏହା ପରେ ତହସିଲଦାରଙ୍କ ଏହି ଧମକ ଶୁଣି ଗ୍ରାମବାସିମାନେ ଉତ୍ୟକ୍ତ ହେବା ସହ ତହସିଲଦାରଙ୍କ ସହ ଯୁକ୍ତି ତର୍କ କରିଥିଲେସେଷରେ ଆସନ୍ତା ଗୁରୁବାର ଦିନ ସଣ୍ଢମୁଳ ରାଜସ୍ଵ ନିରିକ୍ଷକଙ୍କ କାର୍ଯ୍ଯାଳୟରେ ଗ୍ରାମ୍ୟ କମିଟି ତହସିଲଦାର ବସି ଏହାର ସମାଧାନ କରାଯିବା ପାଇଁ ନିଷ୍ପତି ହେବାପରେ ଘଟଣା ସାନ୍ତ ହୋଇଥିଲାଏହି ସମ୍ପର୍କରେ ସଣ୍ଢମୁଳ ରାଜଷ୍ବ ନିରିକ୍ଷକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ ଆସନ୍ତା ଗୁରୁବାର ଦିନ ଉକ୍ତ ଇଟାର ରାୟାଲଟି ଫର୍ମ ଦେବା ପାଇଁ କୁହାଯାଇଛିତେବେ ଏହି ଅଞ୍ଚଳରେ ଅନେକ ଇଟା ଭାଟି ପଥର ଖାଦାନ ଚୋରା ରେ ଚାଲିଥିବା ବେଳେ ତହସିଲଦାରଙ୍କ ସେମାନଙ୍କ ପ୍ରତି ଅହେତୁକ ମମତା ଏବଂ ଗରିବ ଜନସାଧାରଣଙ୍କୁ ପ୍ରତି ଏହି ଭଳି ଧମକକୁ ନେଇ ସାଧାରଣରେ ଚର୍ଚାର ବିଷୟ ପାଲଟିଛି