ତଥ୍ୟର ସୁରକ୍ଷା ପାଇଁ ଦେଶରେ କଡ଼ାକଡି଼ ନିୟମ ଜରୁରୀ- ଏସ୍.ଏନ୍ ମିଶ୍ର

ଓଡ଼ିଶା ବାର୍ତ୍ତା

ଢେଙ୍କାନାଳ: ଡିଜିଟାଲ ଯୁଗରେ ସବୁଠୁ ଚାଲେଞ୍ଜ ହେଉଛି ଗୋପନୀୟତା ଟେକ୍ନୋଲୋଜିର ଉନ୍ନତି ଫଳରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ନେଇ ବିପଦ ସୃଷ୍ଟି ହୋଇଛି ଏହାକୁ ଦୃଷ୍ଟିରେ ରଖି ବହୁ ପାଶ୍ଚାତ୍ୟ ଦେଶରେ ତଥ୍ୟର ସୁରକ୍ଷା ନେଇ କଡ଼ାକଡି଼ ନିୟମ ରହିଛି ସେପରି ଭାରତରେ ମଧ୍ୟ ଏକ ଦୃଢ଼ ଆଇନର ଆବଶ୍ୟକତା ରହିଛି ବୋଲି କହିଛନ୍ତି କିଟ୍ସ୍କୁଲ ଅଫ୍ମ୍ୟାନେଜମେଣ୍ଟର ଡିନ ପ୍ରଫେସର ଏସ.ଏନ ମିଶ୍ର

ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନରେ ଶନିବାର ଅପରାହ୍ଣରେ  ‘ଗୋପନୀୟତା, ସୁରକ୍ଷା ଏବଂ ନୀତିତଥ୍ୟ ସୁରକ୍ଷା ସମ୍ପର୍କୀତ ଆଇନକୁ ନେଇ ବିଭିନ୍ନ ପ୍ରସଙ୍ଗଶୀର୍ଷକ ଆଲୋଚନା ହୋଇଥିଲା ଏଥିରେ ପ୍ରଫେସର ମିଶ୍ର ସ୍ୱତନ୍ତ୍ର ଅଭିଭାଷଣ ରଖି କହିଥିଲେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ ବିଷୟ ଉପରେ ଆଲୋକପାତ କରିଥିଲେ ସେ କହିଥିଲେ, ଟେକ୍ନୋଲୋଜି ଆସିବା ପୂର୍ବରୁ ଗୋପନୀୟତା ପ୍ରସଙ୍ଗରେ କୌଣସି ଆଲୋଚନା ହେଉନଥିଲା ଡିଜିଟାଲ ଯନ୍ତ୍ରର ବ୍ୟାପକ ବ୍ୟବହୃତ ହିଁ ସମସ୍ୟାକୁ ଛିଡ଼ା କରିଛି ଆମେ ପ୍ରତ୍ୟେକେ ତୃତୀୟ ପକ୍ଷ ସହ ବ୍ୟକ୍ତିଗତ ତଥ୍ୟ ବାଣ୍ଟୁଛୁ ଯାହା ଅନେକ ସମୟରେ ଆମ ପାଇଁ ବିପଦ ଆଣୁଛି ତେଣୁ ତଥ୍ୟର ସୁରକ୍ଷା ଜରୁରୀ ହୋଇପଡି଼ଛି  

ପ୍ରଫେସର ଶ୍ରୀ ମିଶ୍ର ପ୍ରସଙ୍ଗକୁ ବିଶ୍ୱ ସ୍ତରୀୟ ପ୍ରେକ୍ଷାପଟ୍ଟରେ ଆଲୋଚନା କରିଥିଲେ ସେ କହିଥିଲେ, ବ୍ୟକ୍ତିଗତ ଗୋପନୀୟତାର ଆବଶ୍ୟକତା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ଗୋଟିଏ ଗଣତାନ୍ତ୍ରିକ ଦେଶରେ ଏହା ବ୍ୟକ୍ତିର ମୌଳିକ ଅଧିକାର ମାତ୍ର ଆଜିର ଦିନରେ ଟେକ୍ନୋଲୋଜିର ବିକାଶ ସଙ୍ଗେ ସଙ୍ଗେ ପ୍ରତ୍ୟେକଙ୍କ ହାତରେ ସ୍ମାର୍ଟ ଫୋନ ଇଣ୍ଟରନେଟ ସଂଯୋଗ ବଡ଼ ବିପଦ ଆଣିଛି ପାରିବାରିକ, ଆର୍ଥିକ ତଥ୍ୟ ସହ ଧାର୍ମିକ, ରାଜନୈତିକ ବିଶ୍ୱାସର ତଥ୍ୟ ସହଜରେ ଉପଲବ୍ଧ ହେଇପାରୁଛି ସରକାର ଏନେଇ ବହୁ ଆଇନ ଆଣିଥିବା ବେଳେ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସହ ମୁହାଁମୁହିଁ ସ୍ଥିତି ହୋଇଛି ଫେସବୁକ, ହ୍ୱାଟସଆପ, ଟ୍ୱିଟର ପରି ସାମାଜିକ ଗଣମାଧ୍ୟମରେ ତଥ୍ୟର ସୁରକ୍ଷା ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି ଏହାର ସମାଧାନ ସହ ଏକ କଠୋର ନୀତି ସରକାର ଆଣିବା ଦରକାର  

ସେ ଆହୁରି କହିଥିଲେ, ଇଂଲଣ୍ଡରେ ତଥ୍ୟର ସୁରକ୍ଷା ନେଇ ସୁଦୃଢ଼ ଆଇନ ରହିଛି ଋଷିଆର କୌଣସି ନାଗରିକଙ୍କ ତଥ୍ୟ ଅନ୍ୟ କୌଣସି ଦେଶର ଲୋକେ ସଂଗ୍ରହ କରିପାରିବେ ନାହିଁସେ ନେଇ ଆଇନ ରହିଛି ସେପରି ଭାରତରେ ମଧ୍ୟ ଲୋକଙ୍କ ଗୋପନୀୟତାକୁ ଗୁରୁତ୍ୱ ଦେଇ ସରକାର ଦୃଢ଼ ଆଇନ ଆଣିବା ଦରକାର ଅନ୍ୟପକ୍ଷେ ଗୋପନୀୟତା ନାଁରେ ଯେପରି ଜାତୀୟ ସୁରକ୍ଷା ସାର୍ବଭୌମତା ପ୍ରତି କୌଣସି ବିପଦ ଆସେ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଦରକାର

ସଂସ୍ଥାନର ସହକାରୀ ପ୍ରଫେସର . ଜ୍ୟୋତି ପ୍ରକାଶ ମହାପାତ୍ର କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରରୁ ବୁଦ୍ଧିଜୀବୀ, ଗବେଷକଙ୍କ ସମେତ ସଂସ୍ଥାନର ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ସାମିଲ ହୋଇଥିଲେ