ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗ ରେ ଶୋକ ସଭା
ଓଡିଶା ବାର୍ତ୍ତା
ପୂର୍ବତନ ମୁନିସିପାଲିଟି କାଉନସିଲର ସଂଘ ତରଫରୁ ଶୋକ ସଭା
ବ୍ରହ୍ମପୁର 3/9 ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗ ରେ ସର୍ବତ୍ର ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।
ବ୍ରହ୍ମପୁର ର ପୂର୍ବତନ ମୁନିସିପାଲିଟି କାଉନସିଲର ସଂଘ ତରଫରୁ ଆଜି (ରବିବାର) ଦିନ 11 ବେଳେ ସ୍ଥାନୀୟ ଏସ୍ ଏମ୍ ଆଇ ଟି ସମ୍ମିଳନୀ କକ୍ଷରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘ ର ସଭାପତି ଡକ୍ଟର ଭାଗବାନ ଗନ୍ତାୟତ ଅଧ୍ୟକ୍ଷତା କରିଥିଲେ। ସ୍ଵର୍ଗତ ପାତ୍ର କଂ ଅମର ଆତ୍ମାର ସଦ୍ ଗତି କାମନା କରାଯାଇ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି। ଏହି ସଭାରେ ପୂର୍ବତନ ନଗରପାଳ ପି ଭି ମୁଡୁ,ଜାମୁଲା ଶଙ୍କର ନାରାୟଣ, ଜାମୁଲା ସୁଷମା ରାଣୀ, ଟି ଗୋପି,ଶିବ ଶଙ୍କର ସାହାଣୀ ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ପାତ୍ର କଂ କର୍ମମୟ ଜୀବନ ଉପରେ ଆଲୋଚନା କରିଥିଲେ।
ମହାନ ସଂଘ୍ ପକ୍ଷରୁ ଶୋକ ପ୍ରକାଶ
ବ୍ରହମପୁର:ବିଶିଷ୍ଟ ରାଜନେତା ତଥା ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ଶ୍ରୀ ସୂର୍ଯୟନାରାୟଣ ପାତ୍ର ଙ୍କ ବିୟୋଗରେ ମହାନ ସଙ୍ଘ୍ ପକ୍ଷରୁ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଶୋକ ପ୍ରକାଶ କରିବା ସହ ଶ୍ରୀ ପାତ୍ର ମହାନ ସଂଘ ର ଉପଦେଷ୍ଟା ଭାବେ ବହୁ ବର୍ଷ ଧରି ସଂଘର ପ୍ରତ୍ୟେକ କାର୍ଯ୍ୟରେ ସାହୋଜଗ କରିଆସୁଥିଲେ। ତାଙ୍କ ର ବିୟୋଗରେ ରାଜ୍ୟ ଜଣେ ଟାଣୁଆ ଜନପ୍ରତିନିଧି ତଥା ସମାଜସେବୀ ଙ୍କୁ ହରାଇଲା । ପ୍ରଭୁ ତାଙ୍କ ର ଆତ୍ମ ସଦଗତି କରିବା ସହ ପରିବାର ବର୍ଗଙ୍କୁ ଏହି ଦାରୁଣ ଦୁଃଖ ସହାୟ କରିବା ନିମନ୍ତେ ଶକ୍ତି ପ୍ରଦାନ କରନ୍ତୁ।
ବ୍ରହ୍ମପୁର ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୋକ ପ୍ରକାଶ
ବ୍ରହ୍ମପୁର, ୩/୯ : ଗଞ୍ଜାମ ମାଟିର ଟାଣୁଆ ନେତା,ଦିଗପହଣ୍ଡି ବିଧାୟକ ତଥା ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପାର୍ଥିବ ଶରୀର ବ୍ରହ୍ମପୁର ଗାନ୍ଧୀ ନଗର ଛକ ସ୍ଥିତ ନିଜ ବାସଭବନରେ ପହଞ୍ଚିବା ପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,ଜିଲ୍ଲା ଉପସଭାପତି ତଥା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର ପ୍ରମୁଖଙ୍କ ସମେତ ଦଳର ବହୁ ସଦସ୍ୟ ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଶେଷ ଦର୍ଶନ କରିବା ସହ ତାଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।
ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ଜଣେ ଲୋକପ୍ରିୟ ଜନ ନେତା ଭାବେ ଗଞ୍ଜାମ ତଥା ଓଡ଼ିଶାର ଜନମାନସରେ ଆଦୃତ ହୋଇପାରିଥିଲେ । ସ୍ୱର୍ଗତ ପାତ୍ରଙ୍କ ବିୟୋଗ ଗଞ୍ଜାମ ଜିଲ୍ଲା ତଥା ଓଡ଼ିଶା ବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଜେପି ନେତୃବୃନ୍ଦ ଜଣାଇଛନ୍ତି ।