ସ୍କାଏଅଟୋମୋବାଇଲ୍ସରନେକ୍ସାପ୍ରିମିୟମକାର୍ଶୋରୁମ୍‌ରେମାରୁତିସୁଜୁକିଜିମ୍‌ନିରସ୍ୱତନ୍ତ୍ରପ୍ରଦର୍ଶନ

ଓଡିଶା ବାର୍ତ୍ତା

ଗତ ବର୍ଷ ମଧ୍ୟରେ ଏସ୍ୟୁଭି ସେଗ୍ମେଂଟ୍ ପାଇଁ ବଢୁଥିବା ଚାହିଦା ସହିତ ମାରୁତି ସୁଜୁକି  ମିଡ୍ସାଇଜ୍ ଏସ୍ୟୁଭି ବର୍ଗରେ ଏହାର ପ୍ରବେଶ ସହିତ ବି ସେଗ୍ମେଂଟ୍ରେ ବଡ ବାଜି ଲଗାଇଛି ଏବଂ  ବଜାରକୁ ଅଧିକ ଏସ୍ୟୁଭି ମଡେଲ୍ ଆଣିବା ପାଇଁ ଯୋଜନା ରଖିଛି

ଭୁବନେଶ୍ୱର: ଓଡିଶାର ବହୁ ପୁରାତନ ମାରୁତି ଡିଲରସିପ୍ ସ୍କାଏ ଅଟୋମୋବାଇଲ୍ସରେ ନୂଆ ମାରୁତି ସୁଜୁକି ଜିମ୍‌ନିର ଉନ୍ମୋଚନ କରାଯାଇଛି ।

ଏହି ଉନ୍ମୋଚନ ମାରୁତି ସୁଜୁକି ନେକ୍ସାର ଟେରିଟୋରୀ ସେଲ୍‌ସ ମ୍ୟାନେଜର ଶ୍ରୀଯୁକ୍ତ ଅନୁଭବ ବେହେରା, ସ୍କାଏ ଅଟୋମୋବାଇଲ୍ସର ମ୍ୟାନେଜିଂ ପାର୍ଟନର୍ ଓ ସିଇଓ ଶ୍ରୀଯୁକ୍ତ ଅବିନାଶ ସିଂଘାନିଆଙ୍କ ଉପସ୍ଥିତିରେ  କରାଯାଇଛି । ଏହା ବ୍ୟତୀତ ଏହି ଅବସରରେ ନେକ୍ସା ଶୋରୁମ୍ ସେଲ୍‌ସ ମ୍ୟାନେଜର ପରେଶ ପତି, ଏସ୍‌ବିଆଇ ସେଲ୍‌ସ ମ୍ୟାନେଜର ନଳିନିକାନ୍ତ ପୁହାନ୍‌, ଏସ୍‌ବିଆଇ ରାଜ୍ୟ ମୁଖ୍ୟ ସତ୍ୟ ନାରାୟଣ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ଦୁଇ ଦିନ ପାଇଁ ନେକ୍ସା ଟ୍ୱିନ୍ ସିଟି, ଭୁବନେଶ୍ୱରରେ ନୂଆ ଜିମ୍‌ନିର ସ୍ୱତନ୍ତ୍ର ପ୍ରଦର୍ଶନ କରାଯିବ । କ୍ଷୁଦ୍ର କାର୍ ବର୍ଗରେ ଅଗ୍ରଣୀ ମାରୁତି ସୁଜୁକି ଅଧିକ ବଜାର ଅଂଶ ହାସଲ କରିବା ପାଇଁ ଏହାର ମିଡ୍‌ସାଇଜ୍ ଏସ୍‌ୟୁଭି ଜିମ୍‌ନି ଉପରେ ବଡ ବାଜି ଲଗାଇଛି ।

ଜିମ୍‌ନି ହେଉଛି କମ୍ପାନୀର ପ୍ରଥମ ମଡେଲ ଯାହା  ଏକ ଅଫ୍‌-ରୋଡ୍ ମେଶିନ୍‌ର ୪ଟି ଗୁରୁତ୍ୱପୂର୍ଣ୍ଣ ଉପାଦାନ- ଲ୍ୟାଡର୍ ଫ୍ରେମ୍ ଚେସିସ୍‌, ଆମ୍ପଲ୍ ବଡି ଆଙ୍ଗେଲ୍‌, ୩-ଲିଙ୍କ ରିଜିଡ୍ ଆକ୍ସେଲ୍ ସସ୍‌ପେନ୍‌ଶନ ଓ ଲୋ ରେଞ୍ଜ ଟ୍ରାନ୍ସଫର ଗିୟର (୪ଏଲ୍ ମୋଡ୍‌) ୟୁନିଟ୍ ସହିତ ଅଲ୍ ଗ୍ରିପ୍ ପ୍ରୋ (୪ଡବ୍ଲ୍ୟୁଡି) ପ୍ରଦାନ କରୁଛି ଯାହା ଏକ ୫-ସ୍ପିଡ୍ ଏମ୍‌ଟି ଓ ୪-ସ୍ପିଡ୍ ଏଟି ସହ ସଂଯୋଜିତ ହେବ ।  ନୂଆ ଜିମ୍‌ନିକୁ ମାରୁତିର ପ୍ରିମିୟମ ରିଟେଲ୍ ନେଟ୍‌ୱର୍କ ନେକ୍ସା ମାଧ୍ୟମରେ ଦେଶବ୍ୟାପୀ ବିକ୍ରି କରାଯିବ ।

ଏହି ନୂଆ ମଡେଲ ଉନ୍ନତ ଷ୍ଟପ୍ ଷ୍ଟାର୍ଟ ଫିଚର ଓ ୧.୫ ଲିଟର କେ୧୫ବି ଇଞ୍ଜିନ ସହିତ ଆସୁଥିବା ବେଳେ ଇନ୍ଧନ ଦକ୍ଷତା ଉପରେ ସାଲିସ୍ ନକରି ଶକ୍ତିଶାଳୀ ପ୍ରଦର୍ଶନ ପାଇଁ ଏକ ବିସ୍ତୃତ ଆର୍‌ପିଏମ୍ ରେଞ୍ଜରେ ଶକ୍ତିଶାଳୀ ଟର୍କ ପ୍ରଦାନ କରୁଛି ।

ଏହାର ଶୁଭାରମ୍ଭ ପୂର୍ବରୁ ନେକ୍ସା ଟ୍ୱିନ୍ ସିଟି ଟିମ୍ ଗ୍ରାହକଙ୍କଠାରୁ ଉଲ୍ଲେଖନୀୟ ପ୍ରତିକ୍ରିୟା ଦେଖିବାକୁ ପାଇଥିଲେ ଏବଂ ଏହି ଗାଡିର ପ୍ରଦର୍ଶନ ପରେ ଗ୍ରାହକମାନେ ଅତ୍ୟଧିକ ଉତ୍ସାହିତ ହୋଇଥିଲେ । ଏହାର ବୁକିଙ୍ଗ୍ ଖୁବ୍ ଦ୍ରୁତ ବେଗରେ ବହୁଗୁଣିତ ହେବ ବୋଲି ଆଶା କରାଯାଉଛି କାରଣ ଜିମ୍‌ନି ଭାରିଆଂଟ୍ ଏକ ମଜଭୁତ ଚାହିଦାକୁ ହାଇଲାଇଟ୍ କରୁଛି ।

ଜିମ୍‌ନି ହେଉଛି ନେକ୍ସା ପୋର୍ଟଫୋଲିଓରେ ନୂତନ ପ୍ରବେଶକାରୀ  ଯେଉଁଥିରେ ଏହାର ସିଗ୍ନେଚର ଡିଜାଇନ୍ ଭାଷା ‘କ୍ରାଫ୍ଟେଡ୍ ଫ୍ୟୁଚରିଜିମ୍‌’ ରହିଛି । ଏହାର ଡିଜାଇନ୍ ଦର୍ଶନ ୩ଟି ପ୍ରମୁଖ ସ୍ତମ୍ଭ ଉପରେ ନିଜକୁ ପ୍ରତିପାଦିତ କରୁଛି: ନେକ୍ସପ୍ରେସନ: କଳାତ୍ମକ ଭାବେ ପରିକଳ୍ପିତ ବାହ୍ୟ ଓ ଆଭ୍ୟନ୍ତରୀଣ ଅଂଶ ଯାହାକୁ ସର୍ବଶ୍ରେଷ୍ଠତା ପାଇଁ ନିର୍ମାଣ କରାଯାଇଛି । ନେକ୍ସଟେକ୍‌: ବୈପ୍ଳବିକ ଟେକ୍ନୋଲୋଜି  ନୂତନ ଯୁଗର ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରୁଛି ଓ ଆନନ୍ଦ ସୃଷ୍ଟି କରୁଛି । ନେକ୍ସପେରିଏନ୍ସ: ଅନୁଭୂତି ଯାହା ବାସ୍ତବରେ ଏକ ନେକ୍ସା ଯାନ ଚଳାଇବା ସମ୍ପର୍କିତ ଅଟେ ।