ନିଳକଣ୍ଠ ନଗର ସରସତୀ ଶିଶୁ ବିଦ୍ୟା ମନ୍ଦିରରେ ଯୋଗ ଦିବସ ପାଳିତ

ସ୍ଥାନୀୟ ନୀଳକଣ୍ଠ ନଗର, ସରସତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ଦିନ “ ବିଶ୍ବ ଯୋଗ ଦିବସ” ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଶିଶୁ ବିଦ୍ୟାମନ୍ଦିର ସମ୍ପାଦକ ଶ୍ରୀ ନାରାୟଣ ପଣ୍ଡା ଉଦ୍‌ଘାଟନ କରିଥିଲେ । ଏଥିରେ ଯୋଗ ଗୁରୁ ଶ୍ରୀ ଜଗନ୍ନାଥ ପାଣୀଗ୍ରାହି ଶିଶୁ ତଥା ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନଙ୍କୁ ଯୋଗାଭ୍ୟାସ କରାଇଥିଲେ । ଯୋଗା ଆଚାର୍ଯ୍ୟ ଶ୍ରୀ ବୃନ୍ଦାବନ ଦାସ ଯୋଗ ଓ ପ୍ରାଣାୟମର ମହତ୍ଵ ବିଷୟରେ ସୂଚନା ଦେଇଥିଲେ । ଯୋଗ ଦ୍ବାରା କିପରି ନିଜେ ଭଲ ହେବା ସଙ୍ଗେ ସଙ୍ଗେ ସମାଜକୁ ମଧ୍ଯ ଉ ମ ମାର୍ଗକୁ ନେଇ ହେବ ସେ ବିଷୟରେ ଆଲୋକପାତ କରିଥିଲେ । ଏଥର ବିଷୟବସ୍ତୁ ଥିଲା Yoga for Self and Society | ଯୋଗ ଦିବସର ଅନ୍ତିମ ପର୍ଯ୍ୟାୟରେ ସରସତୀ ଶିଶୁ ବିଦ୍ୟା ମନ୍ଦିର ନିଳକଣ୍ଠନଗରର N.C.C (A.N.O) ଲେଫ୍ଟନା ସ୍ମିତା ପଟ୍ଟନାୟକ ୩୦ ଜଣ N.C.C Cadetଙ୍କୁ ନେଇ “ଏକ୍ ଭାରତ୍ ଶ୍ରେଷ୍ଠ ଭାରତ୍‌” କେମ୍ପରେ ଯୋଗ ଦେଇଥିଲେ । ସେଥି ମଧ୍ୟରୁ ନିଳକଣ୍ଠନଗରର ୨ଜଣ ଛାତ୍ରୀ ଏସ୍. ଶ୍ରଦ୍ଧା ସୁମନ ଏବଂ ଶୁଭଶ୍ରୀ ଶତପଥୀ ଯୋଗ ଦେଇଥିଲେ । ତମ୍ବଧ୍ୟରୁ ୫୦୦ କେଡେଟ୍‌ଙ୍କ ମଧ୍ୟରେ ଭାରତୀୟ ସଂସ୍କୃତିକୁ ନେଇ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । ଓଡିଶାର ସଂସ୍କୃତିକୁ ଆଧାର କରି ଢ଼େମସା ଓ ସମ୍ପଲପୁରୀ ନୃତ୍ୟ ପରିବେଶଣ କରି ପୁରସ୍କୃତ ହୋଇଥିଲେ । ସେମାନଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏହି ବିଶ୍ବ ଯୋଗ ଦିବସରେ ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ଶ୍ରୀ ନିଳକଣ୍ଠ ସାହୁ, କୋଷାଧ୍ୟକ୍ଷ ଶ୍ରୀ ସୋମନାଥ ନନ୍ଦ, ଉପଦେଷ୍ଟା ଶ୍ରୀ ନରସିଂହ ଚୌଧୁରୀ, ନିମନ୍ତ୍ରୀତ ସଦସ୍ୟ କେ. ଭେଙ୍କଟ ରାଓ, ରାଜେନ୍ଦ୍ର ଡାକୁଆ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁରେଶ କୁମାର ଆଚାର୍ଯ୍ୟ, ଡିଗ୍ରି ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଡ. ସୁବ୍ରତ ପାଣିଗ୍ରାହି ଏବଂ ବିଦ୍ୟାଳୟ ଶୈକ୍ଷିକ ପ୍ରଶାସକ ଶ୍ରୀ ଉମାଧବ ମହାନ୍ତି, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ଏସ୍.ମୋହନ ରାଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ସଚ୍ଚିଦାନନ୍ଦ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଷ୍ଟମରୁ ଯୁକ୍ତ ଦୁଇ ଶ୍ରେଣୀ ଯାଏଁ ପ୍ରାୟ ୧୦୦୦ ଛାତ୍ର ଛାତ୍ରୀ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଅନ୍ୟ କିଛି ବିଦ୍ୟାଳୟର N.C.C Cadet ମାନେ ଯୋଗ ଦେଇଥିଲେ ।