ସରସ୍ୱତୀ ବିଦ୍ୟାମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୀଳକଣ୍ଠ ନଗରରେ +୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ସମ୍ବଦ୍ଧନା ଉତ୍ସବ

Spread the love

ବ୍ରହ୍ମପୁର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନୀଳକଣ୍ଠ ନଗର ପରିସର ମଧ୍ୟରେ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ +୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଏସ୍. ମୋହନ ରାଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ବିଦ୍ୟାଳୟର ଶୈକ୍ଷିକ ପ୍ରଶାସକ ଶ୍ରୀମାନ୍ ଉମାଧବ ମହାନ୍ତି କାର୍ଯକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏଇ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥୁ ଭାବେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ, ବ୍ରହ୍ମପୁରର ଉପସଚୀବ ଡଃ. କୁଳମଣି ଓଝା, ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ କେ. ଅନୀଲ କୁମାର ଏବଂ ବ୍ରହ୍ମପୁର ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡଃ. ଶାନ୍ତନୁ କୁମାର ରଥ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ଛାତ୍ରଛାତ୍ରୀମାନଙ୍କୁ ଜ୍ଞନର ଚରମ ଲକ୍ଷ୍ୟ ଚରିତ୍ର ନିର୍ମାଣ ଏବଂ ଶୃଙ୍ଖଳିତ ଜୀବନକୁ ଗ୍ରହଣ କରିବା ସଙ୍ଗେ ସଙ୍ଗେ ନିଜର ଉନ୍ନତି କରି ଦେଶର ଉନ୍ନତିରେ ସହଯୋଗୀ ହେବା ପାଇଁ ଉପଦେଶ ଦେଇଥିଲେ ଠିକ୍ ସେହିଭଳି ସମ୍ମାନିତ ଅତିଥୁ ଡଃ. କୁଳମଣି ଓଝା ମାନବ ଜୀବନ ଏ ଧରାପୃଷ୍ଠରେ ଶ୍ରେଷ୍ଠ ବୋଲି ବିବେଚନା କରିଥିଲେ । ଚଳିତ ଶିକ୍ଷାବର୍ଷ +୨ ବିଜ୍ଞାନ ବୋର୍ଡ ପରୀକ୍ଷାରେ ରାଜ୍ୟରେ ୩ୟ ସ୍ଥାନ ରଖୁଥ‌ିବା ଛାତ୍ରୀ ସୁଶ୍ରୀ ବିଷ୍ଣୁପ୍ରିୟା ପ୍ରଧାନ, ଚତୁର୍ଥ ସ୍ଥାନ ରଖୁଥ‌ବା ଛାତ୍ର ଶ୍ରୀମାନ୍ ଯଶରାଜ ସାହୁ, ରାଜ୍ୟରେ ସପ୍ତମ ସ୍ଥାନ ରଖୁଥ‌ିବା ଛାତ୍ର ଶ୍ରୀମାନ୍ ରୁଦ୍ରପ୍ରତାପ ସ୍ବାଇଁ, ରାଜ୍ୟରେ ଅଷ୍ଟମ ସ୍ଥାନ ରଖୁଥ‌ିବା ଛାତ୍ରୀ ସୁଶ୍ରୀ ଶ୍ରାବଣୀ ଦାଶ, ରାଜ୍ୟରେ ନବମ ସ୍ଥାନ ରଖିଥିବା ଛାତ୍ର ଶ୍ରୀମାନ୍ ସନ୍ଦୀପ କୁମାର ପ୍ରଧାନ ଏବଂ ବାଣିଜ୍ୟ ବିଭାଗର ଛାତ୍ର ଶ୍ରୀମାନ୍ ରୂପେଶ ଚୌଧୁରୀ ରାଜ୍ୟରେ ଦ୍ବିତୀୟ, ଶ୍ରୀମାନ୍ କାହ୍ନା ସାହୁ ରାଜ୍ୟରେ ଚତୁର୍ଥ, ଛାତ୍ରୀ ସୁଶ୍ରୀ ସିମରନ୍ ପାତ୍ର, ଛାତ୍ର ଶ୍ରୀମାନ୍ ଅନାରଶି ରୋଶୋନ୍ ପାତ୍ର ରାଜ୍ୟରେ ସପ୍ତମ, ଛାତ୍ରୀ ସୁଶ୍ରୀ ଦିଶା ରାଣୀ ଚିରିପାଲ୍ ରାଜ୍ୟରେ ଅଷ୍ଟମ, ଛାତ୍ର ଶ୍ରୀମାନ୍ ରାଜ୍ୟରେ ଅଷ୍ଟମ, ଛାତ୍ର ଶ୍ରୀମାନ୍ ଓମ୍ ପ୍ରସାଦ ବିଶ୍ଵାଳ ରାଜ୍ୟରେ ନବମ, ସିଏଚ୍. ସୋହନ ସୁବିଦ୍ଧି ରାଜ୍ୟରେ ଦଶମ ସ୍ଥାନ ଅଧିକାର କରିଥିବା ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଏତତ୍ ବ୍ୟତୀତ ଶତକଡ଼ା ୯୦ରୁ ଊର୍ଦ୍ଧ୍ୱ ସଂଖ୍ୟା ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ମାନପତ୍ର ଇତ୍ୟାଦି ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ପରିଶେଷରେ ଯୁକ୍ତଦୁଇ ବିଭାଗର ପର୍ଯ୍ୟାୟପ୍ରମୁଖ ଶ୍ରୀଯୁକ୍ତ ସରାଜ୍ୟ ମାଝି ନିମନ୍ତ୍ରିତ ଅତିଥୁ ତଥା ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଂଚାସୀନ ଅତିଥିମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା ସମିତିର ଯୁଗ୍ମସମ୍ପାଦକ ଶ୍ରୀଯୁକ୍ତ ନୀଳକଣ୍ଠ ସାହୁ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସୋମନାଥ ନନ୍ଦ, ବିଦ୍ୟାମନ୍ଦିରର ସହ ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ଜଟେଶ୍ବର କର, ଶିଶୁ ମନ୍ଦିର ପ୍ରଧାନାଚାର୍ଯ୍ୟ ଶ୍ରୀ ସୁରେଶ କୁମାର ଆଚାର୍ଯ୍ୟ, ଉପଦେଷ୍ଟା ଶ୍ରୀଯୁକ୍ତ ଧର୍ମରାଜ ସାହୁ, ଶ୍ରୀ ନରସିଂହ ଚୌଧୁରୀ, ଡଃ. ହରେକୃଷ୍ଣ ନାୟକ, ଶ୍ରୀ ହରେକୃଷ୍ଣ ପାଢ଼ୀ, ଶ୍ରୀମତୀ ମମତା ପାଣିଗ୍ରାହୀ, ଡା. ପ୍ରସନ୍ନ କରି, ସଦସ୍ୟା ,ଶ୍ରୀମତୀ ପ୍ରଣତି ସାମଲ, ଶ୍ରୀ କେ. ଭେଙ୍କେଟ୍ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।