ସାମ୍ବାଦିକଙ୍କ ପିତୃ ବିୟୋଗ

father

Odishabarta

ବ୍ରହ୍ମପୁର :ସାମ୍ବାଦିକ ଦୀପକ୍ କୁମାର ପଣ୍ଡାଙ୍କ ପିତା ଉଦୟନାଥ ପଣ୍ଡାଙ୍କ ବୁଧବାର ସକଳ ୯ଟାରେ ବଡ଼ବଜାର ସ୍ଥିତ କ୍ରିଷ୍ଣାମାପେଣ୍ଠ ବାସଭବନରେ ପରଲୋକ ଘଟିଛି  ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା ସେ ସ୍ଵସରୋଗ ରେ ପୀଡ଼ିତ ଥିଲେ ବୁଧବାର ସକାଳୁ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ ସେ ଜଣେ ଧର୍ମପରାୟଣା, ମେଳାପି, ପରୋପକାରୀ  ବ୍ୟକ୍ତି ଥିଲେ ମୃତ ଶଯ୍ୟା ପାଖରେ ଧର୍ମ ପୁତ୍ର ଅଜିତ୍ କୁମାର ଆଚାର୍ଯ୍ୟ ଏବଂ ପୁଅ, ବୋହୂ, ୨ଝିଅ ଜ୍ୱଇଁ, ନାତିନାତୁଣୀ ଉପସ୍ଥିତ ଥିଲେ ଖବର ପାଇ ବ୍ରହ୍ମପୁରର ବହୁ ସମାଜସେବୀଙ୍କ ସମେତ ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ, ରାଜୁ ପଣ୍ଡିତ, ନଳିନୀକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଉଦୟନାଥ ପଣ୍ଡାଙ୍କ ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପର୍ଥାନା କରିଥିଲେ