ଶହେ ଶଯ୍ୟା ବିଶିଷ୍ଟ ଆଦର୍ଶ ଗୋଶାଳା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ।

bhumi_pujan

ଜୟକୃଷ୍ଣ ମାଝୀ , ଓଡିଶା ବାର୍ତ୍ତା

କୋଦଳା:ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ସୁଆଁମାଳ ଠାରେ ସୋମବାର ଦିନ ଶହେ ଶଯ୍ୟା ବିଶିଷ୍ଟ ଆଦର୍ଶ ଗୋଶାଳା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ |ଗାଈଙ୍କ ପାଇଁ ହଷ୍ଟେଲ ଘରେ ରହିବେ ପଶୁ,ଗାଈ ଗୋରୁଙ୍କ ପ୍ରତି ପଞ୍ଚାୟତ ବାସୀଙ୍କ ଆଗ୍ରହ ଦେଖି ଏଭଳି ଏକ ଆଦର୍ଶ ଗୋଶାଳା ନିର୍ମାଣ ପାଇଁ ନିଷ୍ପତ୍ତି ନିଆଗଲା ଫଳରେ ପଶୁ ମଣିଷ ଭିତରେ ସମ୍ପର୍କ ନିବିଡ଼ ହେବା ସହ ଗାଈମାନେ ସୁରକ୍ଷିତ ରହିପାରିବେ ବୋଲି ଆଲୋଚନା କରିଛନ୍ତି ବିଧାୟିକା ଉକ୍ତ ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ବି ଡି ବେଦବର ପ୍ରଧାନ , ବ୍ଳକ ବିଜେଡି ସଭାପତି ବିଜୟ କୁମାର ଦୋରାଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୁୟାଁ , ବିଜୁ ଶ୍ରମିକ ସାମୁଖ୍ୟ ଉପ-ସଭାପତି ବିଜୟ କୁମାର ନାୟକ , ସରପଞ୍ଚ ମଧୁସୁଦନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ