ରଥଯାତ୍ରା ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ୧୦୮ ପ୍ରତିକୃତି ପ୍ରସ୍ତୁତ କରି ଚର୍ଚ୍ଚାରେ ବ୍ରହ୍ମପୁରର ମନୀଷା ପଣ୍ଡା
ଓଡିଶା ବାର୍ତ୍ତା
ବ୍ରହ୍ମପୁର- ଶ୍ରୀଗୁଣ୍ଡିଚା ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ୧୦୮ ପ୍ରକାର ଭଳିକିଭଳି ପ୍ରତିକୃତି ପ୍ରସ୍ତୁତ କରି ଚର୍ଚ୍ଚାରେ ବ୍ରହ୍ମପୁରର ମନୀଷା ପଣ୍ଡା । ରଥଯାତ୍ରା ପୂର୍ବରୁ ବ୍ରହ୍ମପୁର ସହରର ଆମ୍ୱପୁଆ ମାରୁତିନଗର ଅଞ୍ଚଳରେ ରହିଆସୁଥିବା ନୀଳମାଧବ ପଣ୍ଡା ଏବଂ ମାତା ନକ୍ଷେତ୍ରମାଳା ପଣ୍ଡା କନ୍ୟା ମନୀଷା ଗତ ସାତରୁ ଆଠ ଦିନ ପରିଶ୍ରମ କରି ନିଜର ତୁଳିରେ ଆର୍ଟ ମାଧ୍ୟମରେ ଏପରି ସୁନ୍ଦର ସୁନ୍ଦର ମହାପ୍ରଭୁଙ୍କୁ ପ୍ରତିକୃତି କରିଛନ୍ତି ମନୀଷା । ଘରେ ରହିଥିବା ମୋବାଇଲ ସିମ୍ କାର୍ଡ ଠାରୁ ଆରମ୍ଭ କରି ଭେନିଟ୍ ବ୍ୟାଗ୍ , ତୁଳସୀପତ୍ର , ମୟୁରପିଞ୍ଚ ,ମୋବାଇଲ କଭର୍ ,ଘରେ ରହିଥିବା ପୁରୁଣା ଅବ୍ୟବହୃତ ସାମଗ୍ରୀ , ଶଙ୍ଖ , ଗୁଆ , ନଡିଆ , ଡିଆସିଲି କାଠୀ , ଖାଦ୍ୟଶସ୍ୟ , ପୁରୁଣା ମୁଦ୍ରା , ନିମନ୍ତ୍ରଣ ପତ୍ର , ଓସ୍ତପତ୍ର, ଗୋଡି ,ବାଲି , ଚେସ୍ ଏବଂ ଲୁଡୁ ଖେଳର ସମାଗ୍ରୀ ଠାରୁ ଆରମ୍ଭ କରି ଅନେକ ଭଳିକି ଭଳି ସାମଗ୍ରୀ କୁ ବ୍ୟବହାର କରି ଗତ ସପ୍ତାହ ମଧ୍ୟରେ ଏପରି ସୁନ୍ଦର ପ୍ରତିକୃତି ପ୍ରସ୍ତୁତ କରିଛନ୍ତି ସେ । ବ୍ରହ୍ମପୁର ପାରଳା ମହାରାଜା ଇଞ୍ଜିନିୟରିଙ୍ଗ୍ କଲେଜରେ ଅଧ୍ୟୟନରତ ବିଦ୍ୟାର୍ଥୀ ମନୀଷା କୁମାରୀ ପଣ୍ଡା ଏହାକୁ ପ୍ରସ୍ତୁତ କରି ବେଶ ଖୁସି ରହିଥିବା କହିଥିବା ବେଳେ ଏହା ଗିନିସ୍ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନିତ ହେବ ବୋଲି ଆଶା ରଖିଛନ୍ତି। ନିଜ ଘରେ ରହିଥିବା ବିଭିନ୍ନ ସାମଗ୍ରୀକୁ ନେଇ ତୁଳିରେ ଜଗନ୍ନାଥ ଆଙ୍କନ କରିବା ସହ ନିଜ ଘରକୁ ଜଗନ୍ନାଥମୟ କରିବାରେ ସଫଳ ହୋଇଛନ୍ତି ଛାତ୍ରୀ ଜଣଙ୍କ ।
ଝିଅର ଏଭଳି କାର୍ଯ୍ୟ କୁ ପରିବାର ବର୍ଗ ସହଯୋଗ କରିଥିବା ବେଳେ ମନୀଷା କୁ ଏହି କ୍ଷେତ୍ରରେ ପରିବାର ବର୍ଗ ସମସ୍ତ ପ୍ରକାର ସହଯୋଗ କରିଥିବା କହିଛନ୍ତି ।
ଏହା ପୂର୍ବରୁ ମନିଷା ଜଗନ୍ନାଥ ଙ୍କ ଦଶ ଅବତାର ଓ ନବଗୁଞ୍ଜର କରିଥିବା ବେଳେ ମନିଷା ପୂର୍ବରୁ ନ୍ୟାସନାଲ ବୁକ୍ ଅଫ୍ ରେକର୍ଡସ ଏବଂ ଇଣ୍ଟରନ୍ୟାସନାଲ ଆଇଡଲ୍ ଆୱାର୍ଡ଼ ( National Book Of record and international idol award)ପାଇବା ସହ ଅନେକ ସୁନାମ ଆଣିପାରିବାରେ ସକ୍ଷମ ହୋଇଥିଲେ ଛାତ୍ରୀ ଜଣଙ୍କ।