ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ରାଜ୍ୟ ବ୍ୟାପୀ ଭ୍ରାମ୍ୟମାଣ ସଚେତନ ରଥକୁ ଫୁଲବାଣୀ ଜିଲ୍ଲାରେ ସ୍ଵାଗତ

child_right

ଓଡ଼ିଶା ବାର୍ତ୍ତା

କନ୍ଧମାଳ :ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ରାଜ୍ୟ ବ୍ୟାପୀ ଭ୍ରାମ୍ୟମାଣ ସଚେତନ ରଥକୁ 5.12.2021 ଦିନ  ଫୁଲବାଣୀ ଠାରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଅଧ୍ୟକ୍ଷ୍ୟା ସୁଶ୍ରୀ ସନ୍ଧ୍ୟାବତି ପ୍ରଧାନ,କନ୍ଧମାଳ ଜିଲ୍ଲାପାଳ ଡା ବୃନ୍ଦା ଡି, କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନିତ ଅଗ୍ରୱାଲ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଶିଶୁ ସୁରକ୍ଷା ଉପରେ ଏକ ସଚେତନତା  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଜିଲ୍ଲା ପ୍ରଶାସନ ସହିତ Educo,PREM, SCF Action aid ସମ୍ମିଳିତ ଭାବରେ ସହଭାଗୀତାର ହାତ ବଢାଇଛନ୍ତି ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ରଶ୍ମିତା କରନ୍, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସ୍ବାଗତ ଭାଷଣ ଦେଇଥିଲେ

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଅଧ୍ୟକ୍ଷ୍ୟା ପ୍ରତ୍ୟେକ ଶିଶୁ ସହିତ ତାର ପରିବାର ଲୋକମାନେ ଶିଶୁ ଅଧିକାର ବିଷୟରେ ଜାଣିବା ନିହାତି ଜରୁରୀ ବୋଲି କହିଥିଲେ ସେ କହିଥିଲେ ଯେ କୋଭିଡ 19 ମହାମାରୀ ସମୟରେ ଶିଶୁ ମାନଙ୍କ ଉପରେ ବିଭିନ୍ନ ପ୍ରକାରର ନିର୍ଯାତନା କରାଯାଇଛି ଏହି ସମୟରେ ଶିଶୁ ଶ୍ରମିକ ବାଲ୍ୟ ବିବାହ ମାତ୍ରା  ବଢିଛି କନ୍ଧମାଳ ଜିଲ୍ଲାରେ  ବାଲିଗୁଡା ଘୁ ଉଦୟଗିରୀ ଠାରେ ଚାଇଲ୍ଡ ଲାଇନର ଉପକେନ୍ଦ୍ର ଖୋଲିବା ପାଇଁ ଚେଷ୍ଟା କରିବେ ବୋଲି ସେ ପ୍ରତିଶ୍ରୁତି  ଦେଇଥିଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ସଦସ୍ୟା ଦିବ୍ୟା ଶାଶ୍ଵତୀ ପ୍ରତି ଜିଲ୍ଲାର ଲୋକ ମାନଙ୍କୁ ଶିଶୁ ଅଧିକାର ସୁରକ୍ଷା ଉପରେ ସଚେତନ କରାଯିବ ବୋଲି କହିଥିଲେ

ଗ୍ରାମ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ଯାଏଁ ସମସ୍ତ ଦାୟିତ୍ଵ ଅଧିକାରୀ ମାନଙ୍କର ମିଳିତ ଉଦ୍ୟମର ଆବଶ୍ୟକତା ରହିଛି  ବୋଲି ସୁଧୀର କୁମାର ଦିଗାଲ , ପ୍ରେମର ସଂଯୋଜକ ତାଙ୍କର ବକ୍ତବ୍ୟରେ କହି ଥିଲେ  SCF ସଞ୍ଜୋଜୋକ ସନ୍ତୋଷ କୁମାର ସ୍ଵାଇଁ ଶିଶୁଙ୍କୁ, ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଯୌନ ନିର୍ଯାତନା, ଅଧାରୁ ପାଠ ପଢା ଛାଡିବା ଭଳି କାମରୁ ନିବୃତ୍ତ କରିବା ପାଇଁ ସଚେତନ କରିବା ଆବଶ୍ୟକ ରହିଛି ବୋଲି କହିଥିଲେ

ସେହିପରି ଆକ୍ସନ ଏଡର ସନଯୋଜିକା ଶ୍ରୀମତୀ  ସ୍ଵାତି  ତନୟା ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ ଏହି ରଥ ଗାଁ ଗାଁ ରେ ବୁଲି ବୁଲି ଶିଶୁ ସୁରକ୍ଷାର ମନ୍ତ୍ର ବିତରଣ କରିବ ବନବାସୀ ଅନୁଷ୍ଠାନର ସହ ସମ୍ପାଦକ ଶ୍ରୀ ରବୀନ୍ଦ୍ର କୁମାର ପଣ୍ଡା, ବାଲ୍ୟ ବବାହର ମଞ୍ଚର ସଦସ୍ୟା ବିଷ୍ଣୁପ୍ରିୟ ପ୍ରଧାନ, ଚାଇଲ୍ଡ ଲାଇନର ଜିଲ୍ଲା ସଯୋଜିକ ରଞ୍ଜିତା କାମ୍ପ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଳା ପ୍ରଧାନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ କାର୍ଯ୍ୟକର୍ମରେ ସହଯୋଗ କରିଥିଲେ ଏହାଛଡା ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ସୁପର୍ଭାଇଜର, ଅଙ୍ଗନ ୱାଡି କର୍ମୀ, ସରକାରୀ  ବେସରକାରୀ  ଅନୁଷ୍ଠାନର ପଦାଧୀକାରୀ ଗଣ ମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେକାର୍ଯ୍ୟକ୍ରମ ଶେଷ ରେ  ପ୍ରୋଗ୍ରାମ ଅଧିକାରୀ s.ଗାୟତ୍ରୀ ଧନ୍ୟବାଦ୍ ଅର୍ପଣ କରିଥିଲେ