ରାଜ୍ୟ ବାର କାଉନସିଲ ନିର୍ବାଚନ ରେ ବିଜୟୀ ହେଲେ ପୀତବାସ ପଣ୍ଡା

ଓଡିଶାବାର୍ତ୍ତା

ବ୍ରହ୍ମପୁର: ରାଜ୍ୟ ବାର କାଉନସିଲ ପାଈଁ ହୋଇଥିବା ନିର୍ବାଚନରେ ବ୍ରହ୍ମପୁର ର ଜଣାଶୁଣା ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା ପ୍ରଥମ ରାଉଣ୍ଡ ରେ ରାଜ୍ୟ ରେ ସର୍ବାଧିକ ଭୋଟ୍ ପାଇବା ପରେ ଆଜି ମ୍ୟାଜିକ ନଂ ଭୋଟ୍ ପାଇ ପ୍ରଥମେ ବିଜୟୀ ହେବାର ଗୌରବ ଅର୍ଜନ କରିଛନ୍ତି । ଦୀର୍ଘ  ଦଶ ବର୍ଷ ପରେ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନରେ  ସମଗ୍ର ଓଡିଶା ରୁ ୯୬ ଜଣ ଆଇନଜୀବୀ ପ୍ରତିଦ୍ୱନ୍ଦିତା କରିଥିଲେ । ଏଥିରେ ରାଜ୍ୟରୁ ପ୍ରାୟ ୨୭୨୮୯ ଜଣ ଆଇନଜୀବୀ ନିଜର ମତଦାନ କରିଥିଲେ । ବ୍ରହ୍ମପୁର ର ଆଇନଜୀବୀ ଶ୍ରୀ ପୀତବାସ ପଣ୍ଡା ୧୦୩୩ ଭୋଟ୍ ପାଇ ସମଗ୍ର ରାଜ୍ୟ ରେ ପ୍ରଥମ ହୋଇଥିଲେ । ରାଜ୍ୟସଭା ନିର୍ବାଚନ ଶୈଳୀ ରେ ଗଣାଯାଉଥିବା ଏହି ଭୋଟ୍ ରେ ରାଜ୍ୟରୁ ୨୫ଜଣ ଓକିଲ ନିର୍ବାଚିତ ହେବେ । ପୂର୍ବ ରୁ ବ୍ରହ୍ମପୁର ରୁ ଶ୍ରୀ କୃଷ୍ଣଚନ୍ଦ୍ର ପଟ୍ଟନାୟକ,ଶ୍ରୀବସନ୍ତ ପାଣିଗ୍ରାହୀ, ଶ୍ରୀ ବିଷ୍ଣୁମୋହନ, ଶ୍ରୀ ଦୀପକ ପଟ୍ଟନାୟକ ପ୍ରମୂଖ ଏହି ସମ୍ମାନଜନକ ପଦବୀ ପାଇଁ ନିର୍ବାଚିତ ହୋଇଥିଲେ । ଏଥର ଗଞ୍ଜାମ ଜିଲ୍ଲାରୁ ସାତ ଜଣ ପାର୍ଥି ପ୍ରତିଦ୍ବନ୍ଦିତା କରୁଥିଲେ ,ଶ୍ରୀ ପଣ୍ଡା ରାଜ୍ୟ ରେ ସର୍ବାଧିକ ଭୋଟ୍ ପାଇବା ଓ ପ୍ରଥମରେ ଜିତିବା ନେଇ ଏକ ବିବୃତି ରେ କହିଛନ୍ତି ଯେ, ଏହି ବିଜୟ ଓକିଲ ଙ୍କ ଶ୍ରଦ୍ଧା ଓ ଆଶୀର୍ବାଦ ଯୋଗୁଁ ସମ୍ଭବ ହେଲା । ଏହା ଆମ ଜିଲ୍ଲାବାସୀ ଙ୍କ ପାଇଁ ଗର୍ବ ଓ ଗୌରବ ର ବିଷୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।ଲେ ପୀତବାସ ପଣ୍ଡା