ରଜ ପର୍ବ ପାଳନ ଉପରେ କରନା ର ମାଡ

???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର,୧୪//୨୧:ସାରା ବିଶ୍ଵ ରେ କରନା ମହାମାରୀ ପ୍ରଭାବ ରେ ଜନ ଜୀଵନ ପ୍ରଭାବିତ ଏଥିରୁ ଓଡ଼ିଶା ତାର ଜିଲ୍ଲା ମାନଙ୍କ ରେ ଭି ବାଦ ପଡିନି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଆଜି ଫିକା ଫିକା ରେ ରଜ ଉତ୍ସବ ଟି ଘରେ ଘରେ ପାଳନ କରିବା ଦେଖା ଦେଇଛି ଆଜି ପହିଲି ରଜ ଗାଁରୁ ସହର, ପଲ୍ଲୀରୁ ଦିଲ୍ଲୀ , ସବୁଠି ଉତ୍ସବର ମାହୋଲ୍ ହୋଇ ଥାନ୍ତା ପିଲା, ବୁଢା ସମସ୍ତେ ପାଳୁଛନ୍ତି ଏହି ପାରମ୍ପରିକ ପର୍ବ ନିଜ ନିଜ ଘରେ ବନ୍ଧୁବାନ୍ଧବରେ ଘରଦ୍ୱାର ପୁରି ଉଠିଥାନ୍ତା ଘରେ ଘରେ ଏବେ ପୋଡ ପିଠାର ମହକ ପୋଡ ପିଠା, ନଡିଆ କୋରାଠୁ ଆରମ୍ଭ କରି ଜନ୍ତା ଯାଏଁ ପିଠାର ମହକରେ ଫାଟି ପୋଡନ୍ତା ଗାଁ ଦାଣ୍ଡ କିନ୍ତୁ ପୂର୍ବ ବର୍ଷ ପରି ଏଥର ବି ରଜ ମଉଜକୁ ଫିକା କରିଛି କରୋନା ଦେଢ଼ମାସ ହେଲା ଦୋକାନ ବଜାରରେ ତାଲା ଲକ୍ଡାଉନ୍ କଟକଣା ଘରୁ ବହାରିବାକୁ ମନରେ ଛନକା ଗୋଟିଏ ପଟେ କରୋନା ଭୟ, ଅନ୍ୟପଟେ ପୁଲିସର ନାଲି ଆଖି ଆଶା ଥିଲା ଜୁନ୍ପ୍ରଥମ ସପ୍ତାହରୁ ଲକ୍ଡାଉନ୍ହଟିଯିବ ଦୋକାନ ବଜାର ଖୋଲିବ ଫେରି ଆସିବ ରଜ ଉଲ୍ଲାସ ମାତ୍ର ବିଡମ୍ବନା, ସେମିତି କିଛି ହେଲାନି ଅଦୃଶ୍ୟ ଭୂତାଣୁ ଆଗରେ ହାରିଗଲା ସଂସ୍କୃତି ପରମ୍ପରା ଝିଅମାନଙ୍କ ଏହି ରଜ ମଉଜକୁ ଚଳିତବର୍ଷ ବି ଗ୍ରହଣ ଲାଗିଲା

ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ରାଜ୍ୟର ଗଣପର୍ବ ଏହା ତିନିଦିନ ଧରି ପାଳନ କରାଯାଇଥାଏ ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଏହା ପରେ ବର୍ଷା ଆରମ୍ଭ ହୁଏ ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ ବସୁମତୀ ସ୍ନାନ ଚାଷର ଆରମ୍ଭକୁ ସୂଚାଇଥାଏ ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ହେବାର ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି