ରାଜସ୍ତାନି କାରିଗର ଙ୍କ ଚାହିଦା ଆଗରେ ଲୋପ ହୋଇଯିବନି ତ ଓଡ଼ିଶାର ପାରମ୍ପରିକ କମାରଶାଳ ??

ସିପ୍ରା ପଟନାୟକ, ଓଡିଶାବାର୍ତ୍ତା

ଗଞ୍ଜାମ ଖଲ୍ଲିକୋଟ :, 11/05/23:ଡିଜିଟାଲ ଯୁଗର ଆରମ୍ଭ ସାଙ୍ଗକୁ କୃଷି କ୍ଷେତ୍ରରେ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ପ୍ରୟୋଗ ଫଳରେ ଗ୍ରାମାଞ୍ଚଳ ରେ କାମାରଶାଳ ଗୁଡିକ ଲୋପ ପାଇବା ଆରମ୍ଭ ହେଲାଣି l କୌଳିକ ବୃତି ହରାଇବା ସହ ସବୁ କାରିଗର ମାନେ ଜୀବିକା ପାଇଁ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ ଖଟିବା ପାଇଁ ଚାଲିଯାଉଛନ୍ତି l ତଥାପି ଗ୍ରାମାଞ୍ଚଳ ରେ କୃଷକ ମାନେ କୃଷି ପାଇଁ ଆବଶ୍ୟକ କାତି ,କୁରାଢ଼ୀ ,ଲଙ୍ଗଳ କୋଡା ଖୋସା ସମେତ ଲୁହା  ଲଙ୍ଗଳ କୁ ଛାଡି ନାହାନ୍ତି l ଏଣେ କୃଷକ ମାନଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବା ପାଇଁ କାରିଗର ମିଳୁ ନାହାନ୍ତି !

ଏହି ପରି ପରିପେକ୍ଷି ରେ ଯାଯାବର ରାଜସ୍ଥାନୀ ମାନେ ଗାଁ ଗାଁ ପରିବାର ସହ ବୁଲି ନିଜେ କୃଷକ ମାନଙ୍କ ଘର ନିକଟରେ ପହଂଚି  ପୁରୁଣା ଲୁହା କୁ ତରଲାଇ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ତିଆରି କରି ଯୋଗାଉଥିବା ଦେଖିବାକୁ ମିଳୁଛି l ସେହିପରି କୃଷି କ୍ଷେତ୍ର ରେ ବୈଷୟିକ  ଜ୍ଞାନ କୌଶଳ ପ୍ରୟୋଗ ଯୋଗୁ ବଳଦ ମାନଙ୍କ ପ୍ରତି ଅଣଦେଖା ଦେଖାଯିବ ସାଙ୍ଗକୁ ବିଚରା ବଳଦ ଅଦରକାରୀ ହୋଇପଡିଛି  l ଟ୍ରାକ୍ଟର  ବ୍ୟବହାର ଯୋଗୁଁ ବଳଦ ଗାଡି ଶଗଡ଼ ବର୍ତମାନ ଚାଷୀଙ୍କ ଘରୁ ଉଭେଇ ଗଲାଣି l

 ତେଣୁ କୃଷି କ୍ଷେତ୍ର ରେ ଆଧୁନିକତା ଉପଯୋଗ କେତକ କାରିଗର ଙ୍କ ଜୀବିକା ବୁଡିବା ସହ ସେହି ସ୍ଥାନରେ ନୂତନ କାରିଗରୀ କଳାର ପ୍ରୟୋଗ ଅବଲମ୍ବନ ପାଲଟିଲାଣି l ଏଣେ କୃଷକ ମାନେ ଫସଲ ଅମଳ ଠାରୁ ମଞ୍ଜି ବୁଣିବା ଜମିରେ ସିଆର କାଟିବା ଭଳି ସବୁ କାର୍ଯ୍ୟ ମେସିନ କରୁଛନ୍ତି l ତଥାପି ଆଧୁନିକ ଯନ୍ତ୍ରପାତି ସତ୍ୱେ ବିଚାର ରାଜସ୍ଥାନୀ ଲୁହା କାରିଗର ବଂଚିବା ପାଇଁ ନିଜର କୌଶଳ ପ୍ରୟୋଗ କରି ଲାଭବାନ ହୋଇ ପାରୁଛି ଉଦ୍ୟମ ! ଏଣେ ଓଡ଼ିଶାର ପାରମ୍ପରିକ କମାରଶାଳ ହେବାରେ ବସିଲାଣି  !

ସରକାର ଙ୍କ କିଛି ନୂତନ ବ୍ୟବସ୍ଥା ହେଲେ ପୁଣି କମାରଶାଳ ନିଜର ପାରମ୍ପପରିକ ଐତିହ୍ୟ ବଞ୍ଚାଇ ପାରିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି !