ପୁଣି ପଲସର ଆତଙ୍କ ମାତିଲା :ଦିନ ଦ୍ୱିପହରେ ଡ଼ିକି ଭାଙ୍ଗି ଟଙ୍କା ଲୁଟ:ପୋଲିସର ଛାନବିନ ଆରମ୍ଭ

ସଞ୍ଜୟ କୁମାର ପାଣିଗ୍ରାହୀ, ଓଡ଼ିଶା ବାର୍ତ୍ତା

ବାଲିଗୁଡା,୦୮/୦୭.:କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ .ନୂଆଗାଁ ଥାନା ବ୍ଲକ୍ସମ୍ମୁଖରେ ଦିନ ଦ୍ୱିପହରରେ ଲୁଟ୍ ବଜାର ଉପରେ ବାଇକ୍ରଖି ଗ୍ୟାରେଜକୁ ଯାଇଥିବା ବେଳେ ବ୍ଲ୍ୟୁ ପଲସରରେ ଦୁଇଜଣ ଦୁର୍ବୃତ୍ତ ଆସି ସିର୍ତ୍ତିଗୁଡା ଗ୍ରିଡ୍ସୁପରଭାଇଜର ନରେଶ ଜେନାଙ୍କ ଡିକି ଭାଙ୍ଗି   ୧୬୫୦୦ ଟଙ୍କା ଲୁଟ୍କରିଥିବା ଅଭିଯୋଗ ହୋଇଛି ଏନେଇ .ନୂଆଗାଁ ଥାନାରେ ଏତଲା ହେବାପରେ ପୋଲିସ ଛାନଭିନ୍ଆରମ୍ଭ କରିଛି ସୂଚନା ପ୍ରକାରେ ସିର୍ତ୍ତିଗୁଡ଼ା ଗ୍ରୀଡ୍ ଠିକାଦାର ନରେଶ ଜେନା କର୍ମଚାରୀଙ୍କୁ ପାରିଶ୍ରମିକ ଦେବାପାଇଁ .ନୂଆଗାଁ ଏସବିଆଇ ବ୍ୟାଙ୍କ୍ରୁ ୪୬,୫୦୦ (ଛୟାଳସି ହଜାର ପାଞ୍ଚଶହ) ଟଙ୍କା ଉଠାଇଥିଲେ ଏହାପରେ .ନୂଆଗାଁ ବ୍ଲକ୍କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ଗ୍ୟାରେଜରୁ ପୋଡ଼ା ମୋବିଲ୍ସଂଗ୍ରହ କରିବାକୁ ଯାଇଥିବା ବେଳେ ପିଛାକରି ହଠାତ୍ଏକ ବ୍ଲ୍ୟୁ ପଲସରରେ ଦୁଇଜଣ ଲୁଟେରା ଆସି ଡିକି ଭାଙ୍ଗି ଟଙ୍କା ଲୁଟିବାକୁ ଉଦ୍ୟମ କରୁଥିବା ବେଳେ ଠିକାଦାର ଜଣକ ମୋଟରସାଇକେଲ ନିକଟକୁ ଦୌଡ଼ି ଆସି ସାହାସର ସହ ଲୁଟେରାଙ୍କ ସହ ଲଢେଇ କରିଥିଲେ ହେଲେ ମୁଳ ଟଙ୍କାରୁ ଲୁଟେରା ୧୬୫୦୦ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି ଘଟଣା ସ୍ଥଳରେ ପୋଲିସ ପହଁଚି ଛାନଭିନ୍ଆରମ୍ଭ କରିଛି ଏଥିସହିତ ସିସିଟିଭି ଫୁଟେଜ ଆଧାରରେ ଅଧିକ ତଦନ୍ତ ଜାରି ରଖିଥିବା ବିଷୟ .ନୂଆଗାଁ ପୋଲିସ୍ପ୍ରକାଶ କରିଛି