ପୁଣି ଗୋଚାଲାଣକୁ ରୋକିଲା ବିଶ୍ବହିନ୍ଦୁ ପରିଷଦ , ୩୭ ଗାଈ ଉଦ୍ଧାର ,ଜଣେ ଗିରଫ

challan

ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର,୧୬//:ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ପୁଣି ଆଜି ବେଆଇନ ଗୋଚାଲାଣ କୁ ରୋକିଲା ସ୍ଥାନୀୟ ବିଶ୍ବହିନ୍ଦୁ ପରିଷଦ , ୩୭ ଗାଈ ଉଦ୍ଧାର ସହ ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ କୁ ଗିରଫ କରାଯାଇଥିବା ଜଣାପଡିଛି ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡା ବ୍ଲକ ଦେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ଛତିଶଗଡ଼ ରାଜ୍ୟ କୁ ପ୍ରାୟ ୩୭ ଟି ଗାଈ ରାତିରେ ବେଆଇନ ଭାବେ ଚୋରାରେ ଚାଲାଣ ହେଉଥିବା ଖବର ପାଇ ବିଶ୍ବହିନ୍ଦୁ ପରିଷଦ ବାବୁଲା ଦାଶ , ସନସାଇ ଭତରା , ନବୀନ ପନକା , ଗିରିଧର ପୂଜାରୀ , ଦୟାସିନ୍ଧୁ ଭତରା , ମନକୁରାମ ମାଝୀ ପ୍ରାୟ ୨୩ ଜଣ ସଦସ୍ୟ ଗୋରୁ ଗୁଡିକକୁ ଉଦ୍ଧାର କରି କୋଷାଗୁମୁଡା ପୁଲିସକୁ ସୂଚନା ଦେଇଥିଲେ କୋଷାଗୁମୁଡା ପୁଲିସ ରାତି ପ୍ରାୟ ଗୋଟାଏ ବେଳେ ଘଟଣା ସ୍ଥଳକୁ ପହଞ୍ଚି ଗୋରୁ ଗୁଡିକୁ ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ଘୋଡାଧନୁଆ ଗ୍ରାମର ଗୋ ଶାଳା ରେ ରଖିଥିବା ବେଳେ କୋଷାଗୁମୁଡା ଥାନାରେ କେସ ନମ୍ବର ୧୧୬/୨୧ ପ୍ରକାରେ ଏକ ମାମଲା ରୁଜୁ କରି ବେଆଇନ ଗୋରୁ ଚାଲାଣକାରୀ ଛତିଶଗଡ଼ ରାଜ୍ୟ ବୋକାଅଣ୍ଡ ଥାନା ନଲପାଅଣ୍ଡ ଗ୍ରାମର ଲଚୁରାମ କଶ୍ୟପକୁ ଗିରଫ କରିଥିବା ଜଣାପଡ଼ିଛି