ପୁଅକୁ ହତ୍ୟା କରି ମାଟିତଳେ ପୋତି ଦେଇଥିଲା, ସଇତାନ ବାପା ଗିରଫ: ତଦନ୍ତ ଅବ୍ୟାହତ

ସଞ୍ଜୟ କୁମାର ପାଣିଗ୍ରାହୀ, ଓଡ଼ିଶା ବାର୍ତ୍ତା

ବାଲିଗୁଡ଼ା,୧୭/୦୯.: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରମପଙ୍ଗା ପଞ୍ଚାୟତର ପାଙ୍ଗୁରୁମିଲା ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ନିଜ ପୁଅକୁ ଜୀବନରେ ମାରି ଗାଁ ନିକଟ ମୁସକୁଟି ଜଙ୍ଗଲରେ ମାଟି ତଳେ ପୋତିଦେଇଥିଲା ବାପା ଘଟଣା ସମ୍ପର୍କରେ ପରମପଙ୍ଗା ସରପଞ୍ଚ ରମେଶ ମଲ୍ଲିକ ବାଲିଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ଶୁକ୍ରବାର ବାଲିଗୁଡ଼ା ପୋଲିସ୍ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ଶବ ଉଦ୍ଧାର କରିବାସହ ହତ୍ୟାକାରୀ ବାପାକୁ ଗିରଫ କରିଛି ସୂଚନା ପ୍ରକାରେ ପାଙ୍ଗୁରୁମିଲା ଗାଁର ବାପା ଭୁସ୍କର ପୂଜାରୀ ପୁଅ ଚୈତନ୍ୟ ପୂଜାରୀ ମଧ୍ୟରେ କୌଣସି କାରଣରୁ ଅଧିକାଂଶ ସମୟରେ କଳିକଜିଆ ଲାଗି ରହୁଥିଲା ପ୍ରତିଶୋଧ ପରାୟଣ ହୋଇ ବାପା ଭାସ୍କର ପୂଜାରୀ ଗତ ୧୪ ତାରିଖ ବିଳମ୍ବିତ ରାତିରେ ପୁଅ ଚୈତନ୍ୟକୁ ହତ୍ୟା କରିବା ସହ ଗାଁ ନିକଟ ମୁସୁକୁଟି ଜଙ୍ଗଲରେ ମାଟି ତଳେ ପୋତି ଦେଇଥିଲା ଘଟଣା ସମ୍ପର୍କରେ ସୂଚନା ପାଇ ପରମପଙ୍ଗା ସରପଞ୍ଚ ରମେଶ ମଲ୍ଲିକ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗ ପ୍ରକାରେ ଶୁକ୍ରବାର ପୋଲିସ୍ଘଟଣାସ୍ଥଳରେ ପହଞ୍ଚି ମାଟିତଳୁ ଶବ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ଅନ୍ୟପଟେ ଅଭିଯୁକ୍ତ ବାପାକୁ ଗିରଫ କରି ତଦନ୍ତ ଜାରି ରଖିଛି