ପ୍ରଫେସର ସୁନୀଲ କାନ୍ତ ବେହେରାଙ୍କ ପରଲୋକ

ଓଡିଶା ବାର୍ତ୍ତା ଅମର ଆତ୍ମାର ସଦ୍ ଗତି କାମନା କରୁଛି

ବ୍ରହ୍ମପୁର :ସାମ୍ବାଦିକତା ଗଣଯୋଗାଯୋଗ ବିଭାଗର ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ପ୍ରଫେସର ସୁନୀଲ କାନ୍ତ ବେହେରାଙ୍କ ଆଜି ଅପରାହ୍ନରେ ବ୍ରହ୍ମପୁର ସ୍ଥିତ ନିଜ ବାସ ଭବନରେ ପରଲୋକ ଘଟିଛିମୃତ୍ୟୁ ବେଳକୁ ତାଙ୍କୁ 67ବର୍ଷ ବୟସ ହୋଇଥିଲାନିକଟରେ ତାଙ୍କ ସହଧର୍ମିଣୀ ଉପସ୍ଥିତ ଥିଲେ

ଏହି ଦୁଖଦ ଖବର ପାଇ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକତା ଗଣ ଯୋଗାଯୋଗ ବିଭାଗର ବିଦ୍ୟାର୍ଥୀ, ଅଧ୍ୟାପକ ଅଧ୍ୟାପିକାଙ୍କ ସମେତ ବହୁ ନେତୃସ୍ଥାନୀୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଞ୍ଚତ୍ ଶେଷ ଦର୍ଶନ କରିଥିଲେ

ପ୍ରଫେସର ବେହେରା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଗଣ ଯୋଗାଯୋଗ ବିଭାଗରେ ଦୀର୍ଘବର୍ଷ ଅଧ୍ୟାପନା କରିବା ପରେ 2015ମସିହାରେ ଅବସର ଗ୍ରହଣ କରିଥିଲେ ଆସାମ୍‌ ତେଜପୁର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଗଣ ଯୋଗାଯୋଗ ବିଭାଗର ଡ଼ିନ୍‌ ଭାବରେ ଯୋଗ ଦେଇଥିଲେଗତବର୍ଷ ସେଠାରୁ ଅବସର ଗ୍ରହଣ କରି କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଭିଜିଟିଂ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ

ତାଙ୍କ ମୃତ୍ୟୁରେ ରାଜ୍ୟ ସଭା ସଦସ୍ୟ ତଥା ନନ୍ଦିଘୋଷ ସକାଳ ଗ୍ରୁପ୍‌ ଅଧ୍ୟକ୍ଷ ମାନସ ରଞ୍ଜନ ମଙ୍ଗରାଜ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ, ଗଣଯୋଗାଯୋଗ ବିଭାଗୀୟ ମୁଖ୍ୟ ଗଣେଶ୍ବର ସେଠୀ, ଜୟନ୍ତ ପଣ୍ଡା, ବନ୍ଦନା ପଣ୍ଡା, ଚିନୂ ବହିଦାର, କଲିକୋତା ବିଶ୍ବବିଦ୍ୟାଳୟର ଉମାଶଙ୍କର ପାଣ୍ଡେ, ହୃଷିକେଶ ପାଣିଗ୍ରାହୀ, ନନ୍ଦଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର, କୋରାପୁଟ କେନ୍ଦୀୟ ବିଶ୍ବବିଦ୍ୟାଳୟ ବିଭାଗୀୟ ମୁଖ୍ୟ ପ୍ରଦୋଷ ରଥ, ବାଲେଶ୍ବର ବିଶ୍ବବିଦ୍ୟାଳୟ  ବିଭାଗୀୟ ମୁଖ୍ୟ ଡ଼ ଭାରତୀ ବାଳା ପଟ୍ଟନାୟକ, ସିପିଏମ୍‌ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକଙ୍କ ସମେତ ବହୁ ବୁଦ୍ଧିଜୀବି, ସାମ୍ବାଦିକ ଅଧ୍ୟାପକ ଅଧ୍ୟାପିକା ଗଭୀର ଶୋକ ପ୍ରକଟ କରିବା ସହ ତାଙ୍କ ମୃତ୍ୟୁରେ ଭାରତୀୟ ସାମ୍ବାଦିକତା ଗଣଯୋଗାଯୋଗ ଆକାଶରେ ଏକ ତାରା ଲୁଚିଗଲା ବୋଲି କହିଛନ୍ତି

 ସୂଚନାଯୋଗ୍ୟ ଯେ, ଦୁଇମାସ ପୂର୍ବେ ପ୍ରଫେସର ବେହେରା ମୃତ୍ୟୁ ପରେ ତାଙ୍କ ଶରୀର ଡ଼ାକ୍ତରୀ ଗବେଷଣା ପାଇଁ ଏମ୍‌କେସିଜିର  ଆନାଟୋମି ବିଭାଗକୁ ଦାନ କରିବାକୁ ଇଛାପତ୍ର ସ୍ଵାକ୍ଷର କରିଥିଲେତାଙ୍କର ଗୋଟିଏ ପୁଅ ଗୋଟିଏ ଝିଅ ବାଙ୍ଗାଲୋରଠାରେ କାର୍ଯ୍ୟ କରୁଥିବା ବେଳେ ସେମାନେ ଫେରିବା ପରେ ସ୍ଵର୍ଗତ ବେହେରାଙ୍କ ମୃତଦେହ ଏମ୍‌କେସିଜି ମେଡ଼ିକାଲ୍‌ କଲେଜ୍‌ଆନାଟୋମି ବିଭାଗକୁ ଦାନ କରାଯିବ ବୋଲି ପରିବାର ସୂତ୍ରରୁ ଜଣାଯାଇଛି