ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ନିର୍ମାଣକୁ ଜମି ହରାଉଥିବା ଲୋକଙ୍କ ବିରୋଧ

ସଞ୍ଜୟ କୁମାର ପାଣିଗ୍ରାହୀ

ବାଲିଗୁଡା,୦୮/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ଗାଁକୁ ରାସ୍ତାନ ଥିଲା ଫଳରେ ଗାଁକୁ ସ୍ଥାୟୀ ପିଚୁରାସ୍ତା ନିର୍ମାଣ କରିବାପାଇଁ ଲୋକେ ଦାବୀ କଲେ ଆଉ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ପିଚୁ ରାସ୍ତା ନିର୍ମାଣ କରିବାପାଇଁ ସାମିଲ କଲେ ଆଉ ଏବେ କାମ ଆରମ୍ଭ ହୋଇଥିବା ବେଳେ କାମ ବନ୍ଦକରିବା ଲାଗି ଠିକାଦାରଙ୍କୁ ଧମକାଉଛନ୍ତି କେତେକ ଗ୍ରାମବାସୀ ଫଳରେ ରାସ୍ତାକାମ ହେବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ . ନୂଆଁଗା ବ୍ଲକ ବାଞ୍ଜାମାହା ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ରେ ରାସ୍ତା ନିର୍ମାଣ ହେଉଛି ହେଲେ ଏହି ରାସ୍ତା ତିଆରିରେ ଗ୍ରାମର ହାତ ଗଣତି କିଛି ଲୋକଙ୍କ ପଟା ଜମି ଚାଲିଯାଉଥିବା ଫଳରେ ସେମାନେ ରାସ୍ତାକାମକୁ ବିରୋଧ କରି ବନ୍ଦ କରିବାକୁ ଦାବୀ କରିଛନ୍ତି ସେହିପରି କାମ ନେଇଥିବା ଠିକାଦାର ଜଣକ କୁଆଡେ ସେମାନଙ୍କୁ ଧମକଚମକ ଦେଉଥିବା ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ଲୋକେ

ବାଞ୍ଜାମାହା ଗ୍ରାମର ଅମ୍ବିକା ପ୍ରଧାନ ଙ୍କ ସ୍ଵାମୀ ସୁବାସ ପଧାନ ଙ୍କ ନାମରେ  ଖାତା ନଂ. ୧୭ ଖାତା ନଂ.୫୩/୨ରେ ପଟ୍ଟା ଜମି ରହିଛି ହେଲେ ଏହି ପଟ୍ଟା ଜମି ଉପର ଦେଇରାସ୍ତା ନିର୍ମାଣ ହେଉଥିବାରୁ ଅମ୍ବିକା ଏହାର ବିରୋଧ କରିଥିଲେ ହେଲେ ଠିକାଦାର ତାଙ୍କ କଥା ନଶୁଣି କୁଆଡେ ଓଲଟା ଧମକ ଦେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ସାରଙ୍ଗଡ଼ ଥାନାରେ ମଧ୍ୟ ତାଙ୍କପଟା ଜମି ଉପରେ ରାସ୍ତା କରାଯାଉଥିବା ନେଇ ଅମ୍ବିକାଅଭିଯୋଗ କରିଛନ୍ତି ସେହିପରି ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ତେବେ ଏନେଇ ଗ୍ରାମ୍ୟ ନିର୍ମାଣ ବିଭାଗ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଘଟଣାର ତଦନ୍ତ କରିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ତେବେ ସାମୁହୀକ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଆପୋଷ ସମାଧାନ ମାଧ୍ଯମରେ ଘଟଣାର ସମାଧାନଜରୁରୀ ବୋଲି ମତ ପ୍ରକାଶ ପାଉଛି l