ପୋଲିସ ପେଟ୍ରୋଲିଙ୍ଗ ସମୟରେ ୧୫ କିଲୋ ଗଂଜେଇ ସହ ବାଇକ ଜବତ ;୨ ଜଣ ଗିରଫ

ganja

ସନ୍ତୋଷ କୁମାର,ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର,୧୬//୨୧:ତେନ୍ତୁଳିଖୁଣ୍ଟି ପୋଲିସ କୁ ଏକ ସଫଳତା ମିଳିଛି ତେନ୍ତୁଳିଖୁଣ୍ଟି ଥାନା ଅଂଚଳରେ ଗଂଜେଇ ଚାଲାଣ ସମୟରେ ପୋଲିସ ଦୁଇଜଣ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଏଥିସହ ୧୫ କିଲୋ ଗଂଜେଇ ଜବତ କରାଯାଇଛି   ଗଂଜେଇ ଚାଲାଣ ରେ ବ୍ୟବହୃତ ଏକ ବାଇକ କୁ ମଧ୍ୟ ଜବତ କରାଯାଇଥିବା ସୂଚନା ଦେଇଛନ୍ତି ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ ନାୟକ

ତେନ୍ତୁଳିଖୁଣ୍ଟି ଥାନା ଅଧୀନରେ ଯାଉଥୁବା ପାତ୍ରପୁଟ ଫାଣ୍ଡି . ଏସ ଆଇ ବଳଭଦ୍ର ହରିଜନ, ତେନ୍ତୁଳିଖୁଣ୍ଟି ଏସ ଆଇ ପର୍ଶୁରାମ ସାହୁ ଙ୍କ ସମେତ ଏକ ଟିମ ରାତ୍ର ପେଟ୍ରୋଲିଙ୍ଗ ସାରି ପାହାନ୍ତିଆ ରେ ଫେରିବା ସମୟରେ ଵରୀଗୁଡା ନିକଟରେ ଦୁଇଜଣ ଗଂଜେଇ ଚାଲାଣ କାରୀଙ୍କୁ ୧୫ କିଲୋ ଗଂଜେଇ ସହ ଗିରଫ କରିଛନ୍ତି ଗିରଫ ହୋଇଥୁବା ଦୁଇଜଣ ଗଂଜେଇ ଚାଲାଣକାରୀ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନୁଆଁଗୁଡା ଗ୍ରାମର ହେମନ୍ତ ନିଆଲ (୨୮) ଏବଂ ହଳଦିଆମାଳ ଗ୍ରାମର ଗୁପ୍ତେଶ୍ୱର ଲହଜାଲ (୩୦) ବୋଲି ଜଣାପଡିଛି

ମିଳିଥିବା ସୂଚନା ଅନୁଯାୟୀ, ଗିରଫ ଦୁଇଜଣ ଗଂଜେଇ ଚାଲାଣକାରୀ କୋରାପୁଟ ଜିଲ୍ଲା ଲମତାପୁଟ ଅଂଚଳରୁ ଏକ ବାଜାଜ ବାଇକ ନଂ ଓଡି୧୦୨୫୦୬ ଯୋଗେ ୧୫ କିଲୋ ଗଂଜେଇ ନେଇ ପାତ୍ରପୁଟ ଅଂଚଳ ଦେଇ କଳାହାଣ୍ଡି ଜିଲ୍ଲାକୁ ଯାଉଥିଲେ ବାଇକ ସିଟ ଭିତରେ, ଡିକି ଏବଂ ଏକ ବ୍ୟାଗ ରେ ଗଂଜେଇ ନେଇଯାଇଥିଲେ ଚାଲାଣ କାରି ଦୁଇଜଣ ପାତ୍ରପୁଟ ପଞ୍ଚାୟତ ଵରୀଗୁଡା ନିକଟରେ ଧରା ପଡ଼ିଥିଲେ ଦୁଇଜଣ ଙ୍କୁ ବାଇକ ସମେତ ୧୫ କିଲୋ ଗଂଜେଇ ସହ ତେନ୍ତୁଳିଖୁଣ୍ଟି ଥାନାକୁ ଆଣି ତଦନ୍ତ ପରେ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ   ତେନ୍ତୁଳିଖୁଣ୍ଟି ତହସିଲଦାର ତଥା ମାଜିଷ୍ଟ୍ରେଟ ପ୍ରଦୀପ କୁମାର କର ଙ୍କ ଉପସ୍ଥିତ ରେ ଜବତ ହୋଇଥିବା ଗଂଜେଇ ଓଜନ କରାଯାଇଛି ଜବତ ୧୫ କିଲୋ ଗଂଜେଇର ଆନୁମାନିକ ମୂଲ୍ୟ ୭୦ ହଜାର ହେବ ବୋଲି ଜଣାପଡିଛି ଗିରଫ ଅଭିଯୁକ୍ତ ଦୁଇଜଣ ଲମତାପୁଟ ଅଂଚଳରୁ ଗଂଜେଇ ନେଇ ଖୁଚୁରା ବେପାର କରୁଥୁବା ପ୍ରକାଶ କରିଛନ୍ତି   ଏନେଇ ତେନ୍ତୁଳିଖୁଣ୍ଟି ଥାନା କେଶ ନଂ 80/21 ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ବେଳେ ଏସ. ଆଇ ସସ୍ମିତା ପୂଜାରୀ ଏହି ଗୋଞ୍ଜେଇ  ଚୋରାଚାଳନ ଉପରେ  ତଦନ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି