ଓଡ଼ିଆଭାଷା-ସାହିତ୍ୟ ଓ ସଂସ୍କୃତିର ଜାଗ୍ରତପ୍ରହରୀ ‘ନବୀନ’ : ଗିରିଧରଗମାଙ୍ଗ

nabinaa

ଓଡିଶାବାର୍ତ୍ତା

ନବୀନ 25ତମ ବିଷୁବ ମିଳନ ରଜତ ଜୟନ୍ତୀ ସମାରୋହ

ବ୍ରହ୍ମପୁର,14/4 : ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସ୍ବାଧୀନତା  ସଂଗ୍ରାମରେ ସର୍ବପୁରାତନ ସାପ୍ତାହିକ ସମ୍ବାଦପତ୍ରନବୀନ ଅବଦାନ ଅବିସ୍ମରଣୀୟ ବିଶେଷକରି ଓଡ଼ିଆ ଭାଷାସାହିତ୍ୟ ସଂସ୍କୃତିର ସୁରକ୍ଷା ଦିଗରେ ଏହି ସମ୍ବାଦପତ୍ର ଜାଗ୍ରତ ପ୍ରହରୀର ଭୂମିକା ଗ୍ରହଣ କରିଆସିଛି ବୋଲି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶ୍ୱବିଖ୍ୟାତ ଲୋକବାଦ୍ୟ କଳାକାର ଡ଼. ଗିରିଧର ଗମାଙ୍ଗ ମତବ୍ୟକ୍ତ କରିଛନ୍ତି ସ୍ଥାନୀୟ ନବୀନ ଭବନ ପରିସରରେ ନବୀନର ସମ୍ପାଦକ ତଥା ନବୀନ ପାଠାଗାର ସାହିତ୍ୟ ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠତ 25ତମ ବିଷୁବ ମିଳନ ରଜତ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଡ଼. ଗମାଙ୍ଗ ଯୋଗଦେଇ ଉପରୋକ୍ତ ମତ ରଖିଥିଲେ ସ୍ବାଗତ ସମିତି ଅଧ୍ୟକ୍ଷ ପଣ୍ଡିତ ଜଗନ୍ନାଥ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ ଐତିହାସିକ ଡ଼. ମନ୍ମଥ ପାଢ଼ୀ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ଇଂ. ଯାମିନୀକାନ୍ତ ଦାସ ପ୍ରମୁଖ ଯୋଗଦେଇ ଓଡ଼ିଶାର କବିସାହିତ୍ୟିକ ମାନଙ୍କୁ ପ୍ରେରଣା ଯୋଗାଇବାରେନବୀନ ଭୂମିକା ସର୍ବାଗ୍ରେ ବୋଲି କହିଥିଲେ ପ୍ରତିଷ୍ଠାନର ସମ୍ପାଦକ ସୁଶାନ୍ତ କର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ

ଏହି ଅବସରରେ ବିଶିଷ୍ଟ ଆଧ୍ୟାତ୍ମିକବାଦୀ ବିପ୍ରଚରଣ ପାତ୍ର, ସୁଲେଖିକା କଲ୍ୟାଣୀ ସଂଘମିତ୍ରା ଦେବୀ, ସମାଜସେବୀ ବଂଶୀଧର ନାୟକ, ସଂଗୀତଜ୍ଞ ପ୍ରଶାନ୍ତ କୁମାର ନାୟକ ଗବେଷିକା ଡ଼. ନଳିନୀପ୍ରଭା ଦାସଙ୍କୁନବୀନ ବିଷୁବ ସମ୍ମାନ-2023’ରେ ସମ୍ମାନିତ କରାଯାଇଥିଲା ଏହା ସହିତ ଅତିଥିଙ୍କ ଦ୍ୱାରା ଆଶୁକବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରଚିତ ନାଟକ ପୁସ୍ତକମହାକବି ଉପେନ୍ଦ୍ର ଭଞ୍ଜ ପ୍ରଫେସର ଡ଼ମ୍ବରୁଧର ସାହୁଙ୍କ ରଚିତମାର୍ଗଦର୍ଶିକା ପୁସ୍ତକ ଉନ୍ମୋଚିତ ହୋଇଥିଲା ପୂର୍ବରୁ ଅନୁଷ୍ଠିତ ପ୍ରଥମ ଅଧିବେଶନ ରାଜ୍ୟସ୍ତରୀୟ କବିତା ପାଠୋତ୍ସବରେ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶଶିଭୂଷଣ ରଥ ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼, କାହ୍ନୁ ଚରଣ ପାଢ଼ୀ ଯୋଗ ଦେଇଥିଲେ କବି ଚିନ୍ମୟ  ରଞ୍ଜନ ମିଶ୍ର, ସୁପ୍ରଜିତ କୁମାର ସାହୁ ବନ୍ଦନା ମିଶ୍ର ପ୍ରମୁଖ କବିତା ସଂଯୋଜନା କରିଥିଲେ ଶତାଧିକ କବିକବୟିତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ ଶେଷରେ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

 କାର୍ଯ୍ୟକ୍ରମ ପରିଚାଳନାରେ ରାମକୃଷ୍ଣ ପାତ୍ର, ଇଂ. ମାନସ ରଞ୍ଜନ ତ୍ରିପାଠୀ, ପବିତ୍ର କୁମାର ଚୌଧୁରୀ, ବି. ସତ୍ୟମ ଆଚାରୀ ପ୍ରମୁଖ ସହଯୋଗ କରିଥିଲେ