ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଙ୍କ ଇନ୍ଦ୍ରାବତୀ ନଦୀ ମଧ୍ୟରେ ଅଳ୍ପ ଉଚ୍ଚତା ବିଶିଷ୍ଟ ଜଳ ଭଣ୍ଡାର ର ସମୀକ୍ଷା

ସନ୍ତୋଷ କୁମାର ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର,ତା:-//୨୧: ୩୦,୦୪,୪୭,୮୭୮/-ଟଙ୍କାରେ ଅଟକଳ ବିନିମୟରେ ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ମଧ୍ୟରେ ଅଳ୍ପ ଉଚ୍ଚତା ବିଶିଷ୍ଟ ଜଳଭଣ୍ଡାର  ନିର୍ବାହି ଯନ୍ତ୍ରୀ, ଜଳସେଚନ, ନବରଙ୍ଗପୁର ବିଶ୍ୱନାଥ ମହାନ୍ତି, ସହକାରୀ ନିର୍ବାହି ଯନ୍ତ୍ରୀ କଟେଶ୍ୱର ରାଓ  ଏବଂ ବୈଷୟିକ ଦଳ ଦ୍ୱାରା M/S  OCC Ltd ଦ୍ୱାରା ନିର୍ମାଣ ହେଉଥିବା ଜଳସେଚନ ପ୍ରକଳ୍ପର ଅଗ୍ରଗତି ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ସମୀକ୍ଷା କରିଥିଲେ ବର୍ତ୍ତମାନ ସୁଦ୍ଧା ୧୦,୨୫,,୧୩,୭୦୮/-ଟଙ୍କା ବ୍ୟୟ ହୋଇ ଶତକଡା ୩୪ ଭାଗ କାର୍ଯ୍ୟ ଶେଷ ହୋଇଛି   ପ୍ରକଳ୍ପର କାର୍ଯ୍ୟ ଶେଷ ହେଲା ପରେ ଖରିଫ ଚାଷ ଜମି ପାଇଁ ୫୩୧ ହେକ୍ଟର ଜମିକୁ ଜଳସେଚନ ହୋଇପାରିବ ବୋଲି ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଥିଲେ ଚାରୋଟି କାମ ମଧ୍ୟରୁ, ଦୁଇ ଗୋଟି ସମ୍ପୂର୍ଣ୍ଣ ହୋଇଥିବା ବେଳେ, ଆଉ ଗୋଟିଏ ଆଗାମୀ ସପ୍ତାହ ମଧ୍ୟରେ ସମ୍ପୁର୍ଣ୍ଣ ହୋଇଯିବ ବୋଲି ନିର୍ବାହି ଯନ୍ତ୍ରୀ ପ୍ରକାଶ କରିଥିଲେ ବର୍ଷା ଦିନ ପରେ ଆସନ୍ତା ଜାନୁଆରୀ ୨୦୨୨ ସୁଦ୍ଧା ବାକି ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ ତାପରେ ୧୯୦୯ ମସିହାରେ ନିର୍ମିତ ହୋଇଥିବା ଇନ୍ଦ୍ରାବତୀ ନଦୀର ପୁରୁଣା ବ୍ରିଜ କୁ ପରିଦର୍ଶନରେ ଯାଇଥିଲେ ବ୍ରିଜ କୁ ଦେଇ ଯାଇଥିବା ରାସ୍ତାର ଅବସ୍ଥା ଠିକ ନାହିଁ ବୋଲି ଅନୁଭବ କରି  ନବରଙ୍ଗପୁର ନିର୍ବାହି ପୋୖର ଅଧିକାରୀଙ୍କୁ ଏକ ବୈଷୟିକ ଦଳ ଙ୍କୁ ନେଇ ସ୍ଥିତି ଅନୁଧ୍ୟାନ କରି ଏକ ରିପୋର୍ଟ ଦେବା ସହିତ ସେଠାରେ ଏକ ଆମୋଦ ପ୍ରମୋଦ ପାଇଁ ଗୋଟିଏ ଉଦ୍ୟାନ କରିବା ପାଇଁ ପରାମର୍ଶ ଦେଇଥିଲେ, ଯଦ୍ୱାରା ବ୍ରିଟିଶ ନିର୍ମିତ ଐତିହାସିକ ବ୍ରିଜ ଏକ ପର୍ଯ୍ୟଟନ ସ୍ଥଳୀ ରେ ପରିଣତ ହୋଇପାରିବ