ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ ର ସଫଳତା

ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା

ନବରଙ୍ଗପୁର:ଚୋରି ସାମଗ୍ରୀ ଠାବ କରିବା ସହ ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଉମରକୋଟ ପୋଲିସ ଘଟଣା କ୍ରମ ରେ ଗତ ତାରିଖ ରେ ଉମରକୋଟ ଗୁଲି ପାଟଣା ସାହି ଜଣେ ଶିକ୍ଷକ ସଇଲେନ୍ ମଣ୍ଡଳ ଙ୍କ ଘରୁ କିଛି ସୁନା ରୂପ ସହ ନଗଦ ୪୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ୧୦ ତାରିଖ ଦିନ ଉମରକୋଟ ଥାନା ରେ ଏତଲା ଦେଇଥିଲେ  ଏତଲା କୁ ଭିତ୍ତି କରି ଉମରକୋଟ ପୋଲିସ ଏକ ଟିମ୍ ଘଟଣା ତଦନ୍ତ ଆରମ୍ଭ କରିଥିଲା ତେବେ ଗତ ରାତିରେ ମିଳିଥିଲା ସଫଳତା ଚୋରି ଘଟଣା ରେ ସଂପୃକ୍ତ ଦୁଇ ଜଣ ଚୋର ନରେଶ ଦାସ ଶେଖ୍ ଇବ୍ରାହିମ ଏବଂ ଚୋରି ଲାପଟପ୍ କିଣିବା ଅଭିଯୋଗ ରେ ରାଜେନ୍ଦ୍ର ମିସ୍ତ୍ରୀ କୁ ଗିରଫ କରିଛି ଗିରଫ ଚୋରମାନଙ୍କ ଠାରୁ ନଗଦ ୨୧୦୦୦ ଟଙ୍କା, ଦୁଇଟି ଲେପଟପ୍ ଗୋଟିଏ ସୁନା ଚେନ, ଦୁଇଟି ସୁନା ମୁଦି ଗୋଟିଏ ଝିଙ୍କା ସହ ଗୋଟିଏ ରୂପା ପାଉଞ୍ଜି ଜବତ କରିଛି ଚୋରି ସମୟ ରେ ବ୍ୟବହାର  କରା ଯାଇଥିବା ଏକ ସ୍କୃ ଡ୍ରାଇଭର ଜବତ କରିଛି ଅଧିକ ତଦନ୍ତ ପରେ ଏହି ଚୋରି ଘଟଣା ରେ ଅନ୍ୟ କେହି ସଂପୃକ୍ତ ଥିଲେ ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଉମରକୋଟ ଉପଖଣ୍ଡିୟ ପୋଲିସ ଅଧିକାରୀ ଡ଼ ଦିନେଶ ଚନ୍ଦ୍ର ନାୟକ