ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରେ ଗାଁ ମୁହାଁ ହୋଇଛି ଭାଲୁ (!)

ସନ୍ତୋଷ କୁମାର, ଓଡ଼ିଶା ବାର୍ତ୍ତା

ନବରଙ୍ଗପୁରନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଞ୍ଚାୟତ ଅନ୍ତର୍ଗତ ରାଣୀଚଚରା ଗ୍ରାମ ଭିତରକୁ ଏକ ଭାଲୁ ପ୍ରବେଶ କରିବାରୁ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଭାଲୁକୁ ଦେଖି ଗ୍ରାମବାସୀ ଭୟରେ ପାଟି କରିବାରୁ ଭାଲୁଟି ଗାଁ ଯୋଗେନ୍ଦ୍ର ସାନ୍ତା ପରେ ଲକ୍ଷ୍ମଣ ସାନ୍ତାଙ୍କ ଘର ଭିତରକୁ ପଶି ଯାଇଥିଲା ଯୋଗେନ୍ଦ୍ରଙ୍କ ବୁଢ଼ୀ ମା, ଦୁଇ ଝିଅ ଏବଂ ପଡ଼ିଶାଘର ଝିଅ ହଠାତ ଭାଲୁକୁ ଦେଖୁ ଚିତ୍କାର କରିଥିଲେ ଗ୍ରାମବାସୀ ଭାଲୁକୁ କାବୁ କରିବାକୁ ଘରକୁ ଅବରୋଧ କରିଥିଲେ। ଭାଲୁଟି ଆବଦ୍ଧ ହୋଇ ରହିବା ପରେ ଅଧିକ ହିଂସ୍ର ପାଲଟି ଯାଇଥିଲା ଫଳରେ ଗ୍ରାମବାସୀ ବାଧ୍ୟ ହେଇ ବନ ବିଭାଗକୁ ଖବର ଦେଇଥିଲେ। ମେଦନା ବନପାଳ ଗୋବିନ୍ଦ ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଉଦ୍ଧାର କରିବା ପାଇଁ ନବରଙ୍ଗପୁର ସ୍ଥିତ ବନ ବିଭାଗର ସ୍ବତନ୍ତ୍ର ଟିମ ସହିତ ଯୋଗାଯୋଗ କରିଥିଲେ। ନବରଙ୍ଗପୁର ରୁ ଏକ ସ୍ଵତନ୍ତ୍ର ଦଳ ଗାଁରେ ପହଞ୍ଚି କୌଶଳ କ୍ରମେ ଭାଲୁକୁ କାବୁ କରିଥିଲେ। ଆସନ୍ତାକାଲି ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଙ୍ଗଲ ମଧ୍ୟକୁ ଭାଲୁକୁ ଛଡାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି