ମିଳିତ ଜନଶୁଣାଣୀ ଶିବିରରେ ୭୬ଟି ଅଭିଯୋଗ

ଓଡିଶା ବାର୍ତ୍ତା

ବ୍ରହ୍ମପୁର,୨୪/୪: ଚଳିତ ମାସର ଚତୁର୍ଥ ଜନଶୁଣାଣୀ ଶିବିର ବ୍ରହ୍ମପୁର ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ ସୋନାଲ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ଏହି ଯୁଗ୍ମ ଅଭିଯୋଗରେ ଯୋଗ ଦେଇ ସମୁଦାୟ ୭୬ଟି ଅଭିଯୋଗ ଶୁଣିଥିଲେ l ସେଥିମଧ୍ୟରୁ ୭୩ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଥିବାବେଳେ ୨ଟି ସାମୁହିକ ସମସ୍ୟା ସମ୍ବନ୍ଧୀୟ ଥିଲା l ୭୧ଟି ଅଭିଯୋଗକୁ ତୁରନ୍ତ ସମାଧାନ କରାଯାଇଥିଲା l ରେଡକ୍ରସ ତରଫରୁ ଚିକିତ୍ସା ଜନିତ ସହାୟତା ପାଇଁ ଧରାକୋଟ ସୁନୀତା ପ୍ରଧାନ ଙ୍କୁ ୮୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା l ଆଜିର ଅଭିଯୋଗ ଶୁଣାଣୀ ରେ ମୁଖ୍ୟତଃ ସାମାଜିକ ସୁରକ୍ଷା,ଜମିପଟ୍ଟା,ଜଳସେଚନ, ରାସନ କାର୍ଡ,ଶିକ୍ଷା ଆଦି ଅଭିଯୋଗ ଶୁଣିଥିଲେ l ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଉପଖଣ୍ଡ ସମସ୍ତ ତହସିଲଦାର, ବିଡ଼ିଓ,ସିଡିପିଓ ସମସ୍ତ ବିଭାଗ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ