ମାଳିପର୍ବତରଖଣିଲିଜ୍ସରକାରବାତିଲକରୁ –ମାଳିପର୍ବତସୁରକ୍ଷାସମିତି, କୋରାପୁଟରଦାବି।।

ଓଡିଶା ବାର୍ତ୍ତା

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଚିବଙ୍କୁ ଆପତ୍ତି ପତ୍ର ପ୍ରଦାନ କଲା ସମିତି ।।

ଭୁବନେଶ୍ୱର, ତା //୨୦୨୩: ଆମେ ମାଳିପର୍ବତ ଚାରିପଟେ ବସବାସ କରୁଥିବା ଲୋକ ଆମ ଚାଷ, ସବୁ ସମୟରେ ପାଣି, ପଶୁପାଳନ ଔଷଧୀୟ ଗଛଲତା ପାଇଁ ଆମେ ମାଳି ଡଙ୍ଗର ଉପରେ ହିଁ ନିର୍ଭର କରିଥାଉ। ଆମେ ଆଦିବାସୀ ଦଳିତ ମାଳି ପର୍ବତକୁ ଆମର ଇଷ୍ଟ ଦେବତା ରୁପେ ପୂଜା କରୁ। ଏହି ପାହାଡ଼ରୁ ଅନ୍ୟୁନ୍ୟ ୩୫ ଟି ଝରଣା ବାହାରି ଆମ ଅଞ୍ଚଳ କୁ ବର୍ଷସାରା ଜଳ ଯୋଗାଉଥିବାରୁ ଆମେ ବର୍ଷକୁ ତିନିପାଚି (ଫସଲ) କରି ଆନନ୍ଦରେ ଅଛୁ। ମାଳି ପର୍ବତ ନାଁ ରେ ଆମକୁ ମାଳିପର୍ବତର ଦେଶିଆ ବୋଲି ଆମକୁ ଚିହ୍ନନ୍ତି। ମାଳିପର୍ବତ ଆମ ଜୀବନ ହୋଇଥିବାରୁ ଆମେ ମରିବୁ ପଛେ ଖଣି ଖନନ ପାଇଁ ହିଣ୍ଡାଲକୋ କମ୍ପାନୀ ହାତରେ ଟେକି ଦେଇପାରିବୁ ନାହିଁ ବୋଲି ଅତ୍ୟନ୍ତ ଦୁଃଖ କ୍ଷୋଭର ସହ ଅଭିଯୋଗ କରିଛନ୍ତି ମାଳି ପର୍ବତ ସୁରକ୍ଷା ସମିତି ନେତୃବୃନ୍ଦ ।।

ଆଜି ମାଳି ପର୍ବତ ସୁରକ୍ଷା ସମିତି ସଭାପତି ବିଜୟ ଖିଲୋ, ସଂପାଦକ ଅଭି ସଡାପେଲ୍ଲୀ, ସଦସ୍ୟ ନିରଞ୍ଜନ ଖିଲୋ, ଲକ୍ଷ୍ମୀ ଖିଲୋ, ଦସୁ ଦିଶାରୀ ଏବଂ କମଳା କ୍ରିସାନି ଏକ ପ୍ରତନିଧି ଦଳ ଭୁବନେଶ୍ୱର ରେ ପହଞ୍ଚି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଚିବଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହିତ ହିଣ୍ଡାଲକୋ କମ୍ପାନୀକୁ ଖଣି ଲିଜ୍ ବାତିଲ୍ କରିବାକୁ ଦାବି କରି ଗୋଷ୍ଠୀଗତ ବ୍ୟକ୍ତିଗତ ଆପତ୍ତି ପତ୍ର ପ୍ରଦାନ କରିଛନ୍ତି।। ସେମାନଙ୍କ ସହ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ନରେନ୍ଦ୍ର ମହାନ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।।

ଗ୍ରାମସଭା ପଦଯାତ୍ରା ମାଧ୍ୟମରେ ସେମାନେ ପ୍ରଶ୍ନ କରିଛନ୍ତି ମାଳିପର୍ବତକୁ ଛାଡି ଲୋକେ ବଞ୍ଚି ପାରିବେକି? ମାଳିପର୍ବତରୁ ବାହାରିଥିବା ଝରଣା ବିନା ତିନି ପାଚି(ଫସଲ) କରିବା ସମ୍ଭବ ହୋଇ ପାରିବକି? ମାଳି ଡଙ୍ଗର ରହିଲେ ଲୋକଙ୍କ ଗାଈ ଛେଳି କୋଉଠି ଚରିବେ? ଲାଲମାଟିର ବିଷ ଜମିରେ ପଡ଼ିଲେ ଲୋକେ କେମିତି ଚାଷ କରି ପାରିବେ? ଲୋକେ ଚାହୁଁଛନ୍ତି କି ସେମାନଙ୍କ ଦେବାଦେବୀ ବାସ କରୁଥିବା ମାଲିପର୍ବତ ଧ୍ଵଂସ ପାଇଯାଉ?

ସେମାନେ ସେମାନଙ୍କ ଆପତ୍ତି/ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ ମାଳିପର୍ବତ ରେ ଖଣି ଖନନ ଆମ ଜମି, ଆମ ଚାଷ , ଆମ ମାଟି, ଆମ ଧାର୍ମିକ ପୀଠ ବା ପବିତ୍ର ଗୁମ୍ଫା ସବୁ ନଷ୍ଟ ହେଇଯିବ। ପାହାଡ଼ ଉପରେ ଖଣି ଖନନ ହେଲେ ଏଠୁ ବାହାରୁଥିବା ୩୫ ଟି ନଦୀ ଶୁଖିଯିବ ଆମେ ଚାଷ କରି ପାରିବା ନାହିଁ କି ପିଇବା ପାଣି ପାଇ ପାରିବା ନାହିଁ। ହିଣ୍ଡାଲକୋ ପ୍ରତିଶ୍ରୁତି ଦେଉଥିବା ଚାକିରି ଟି ମାଲିପର୍ବତର ସ୍ଵାଧୀନ ମାଲିକକୁ ହିଣ୍ଡାଲକୋ ନୌକର ରେ ପରିଣତ କରିଦେବ। ମାଲିପର୍ବତ ଯେମିତି ବର୍ଷ ବର୍ଷ ଧରି ଆମର ଲାଳନ ପାଳନ କରି ଆସୁଛି ହିଣ୍ଡାଲକୋ କଣ ଆମର ଆଗାମୀ ଭବିଷ୍ୟତ ସୁରକ୍ଷା ଗ୍ୟାରେଣ୍ଟି ଦେଇ ପାରିବ? କିନ୍ତୁ କିଛି ଦଲାଲ୍ ଆମ ସମସ୍ତ ଆଗାମୀ ବଂଶଧରଙ୍କ ଭବିଷ୍ୟତ କୁ ବିକିବାକୁ ଚାହୁଁଛନ୍ତି

ମାଳିପର୍ବତ କୁ ବଞ୍ଚାଇବା ପାଇଁ ତା କୋଳରେ ସ୍ଵାଧୀନ ଆତ୍ମସମ୍ମାନ ସହ ବଞ୍ଚିବା ପାଇଁ ଆସନ୍ତା ଜାନୁୟାରୀ ରେ କଙ୍କଡାଆମ୍ବ ହେବାକୁ ଥିବା ପରିବେଶ ଜନଶୁଣାଣୀରେ ଯୋଗ ଦେଇ ସେମାନେ ଏହାକୁ ବିରୋଧ କରିବେ ନିଜର ଗଣତାନ୍ତ୍ରିକ ମତାମତ ଉପସ୍ଥାପନ କରିବେ ବୋଲି କହିଛନ୍ତି