ମହିଳା ଗୃହରକ୍ଷୀ ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

dushkarma

ସଞ୍ଜୟ କୁମାର ପାଣିଗ୍ରାହୀ ,ଓଡ଼ିଶା ବାର୍ତ୍ତା

ବାଲିଗୁଡା,୨୯/୦୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନାରେ କାର୍ଯ୍ୟରତ ଜଣେ ମହିଳା ଗୃହରକ୍ଷୀ ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଯୁବକକୁ ରାଇକିଆ ପୋଲିସ  ଗିରଫ କରିଛି ପ୍ରକାଶ ଯେ, ରାଇକିଆ ଥାନାରେ କାର୍ଯ୍ୟରତ ଜଣେ ମହିଳା ଗୃହରକ୍ଷୀ ଏନେଇ ଜାନୁଆରୀ ୯ତାରିଖରେ ରାଇକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ ଗିରଫ ଯୁବକ ଜଣକ ଖଜୁରୀପଡ଼ା ଥାନା ଅଞ୍ଚଳର କୁନା ଦିଗାଳ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି