ମହିଳା ଗୃହରକ୍ଷୀ ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ସଞ୍ଜୟ କୁମାର ପାଣିଗ୍ରାହୀ ,ଓଡ଼ିଶା ବାର୍ତ୍ତା
ବାଲିଗୁଡା,୨୯/୦୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନାରେ କାର୍ଯ୍ୟରତ ଜଣେ ମହିଳା ଗୃହରକ୍ଷୀ ଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଯୁବକକୁ ରାଇକିଆ ପୋଲିସ ଗିରଫ କରିଛି । ପ୍ରକାଶ ଯେ, ରାଇକିଆ ଥାନାରେ କାର୍ଯ୍ୟରତ ଜଣେ ମହିଳା ଗୃହରକ୍ଷୀ ଏନେଇ ଜାନୁଆରୀ ୯ତାରିଖରେ ରାଇକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଗିରଫ ଯୁବକ ଜଣକ ଖଜୁରୀପଡ଼ା ଥାନା ଅଞ୍ଚଳର କୁନା ଦିଗାଳ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।