ମହାନଗର ମହୋତ୍ସବର ସପ୍ତମ ସନ୍ଧ୍ୟା;ବ୍ୟବସାୟ ସହିତସାଂସ୍କୃତିକ କାର୍ଯ୍ୟକ୍ରମର ମଜାନେଲେ ଦର୍ଶକ

7TH MM

ଓଡିଶା ବାର୍ତ୍ତା

ବ୍ରହ୍ମପୁର : ମହାନଗର ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ 13 ତମ ମହାନଗର ମହୋତ୍ସବର ସପ୍ତମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ପୂର୍ବତନ ବିଧାୟକ ଡ଼ା. ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ଡ଼ା. କୁଳମଣି ଓଝା, ସମ୍ମାନିତ ଅତିଥି ଭାବେ  ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପାର୍ଥ ସାରଥୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ,ସଂସ୍କୃତି ବିଭାଗ ଏଡିସନାଲ କମିଶନର ବିକ୍ରମ ଶୁଣ୍ଢି, ସିନେ ନିର୍ଦେଶକ ପଦ୍ମଶ୍ରୀ ଶିଶିର ମିଶ୍ର, ଯାମିନୀକାନ୍ତ ଦାସ ସମାଜସେବୀ ଅଜିତ ପାତ୍ର ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ.

ମହୋତ୍ସବର ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁରର ନିର୍ଝରଣା ସାହିତ୍ୟ ସଂସଦ ତରଫରୁ ଅନୁଷ୍ଠିତ ହୋଇଥିଲା କବିତା ପାଠୋତ୍ସବ ସାହିତ୍ୟ ଆଲୋଚନା.ସମସ୍ତ କବି କବ୍ୟୟତ୍ରୀ ସ୍ୱରଚିତ କବିତାପାଠ କରିବା ସହିତ, ସେହି କବିତା ଆଲୋଚନା ସମାଲୋଚନା କରିଥିଲେ. ଏହି ଅବସରରେ ନିର୍ଝରଣା ସାହିତ୍ୟ ସଂସଦର ସମସ୍ତ ସଦସ୍ୟଙ୍କୁ  ମହାନଗର ମହୋତ୍ସବ କମିଟି ପକ୍ଷରୁ ଉପଢୌକନ, ମାନପତ୍ର ପ୍ରଦାନ କରାଯାଇଥିଲା.

ଏହି ଅବସରରେ କମିଟି ସଭାପତି ଗୋପାଳ ପଟ୍ଟନାୟକ, ସମ୍ପାଦକ ନାରାୟଣ ମହାଙ୍କୁଡ, ଉପସଭାପତି ଅନିଲ କୁମାର ପାତ୍ର, ମିହିର ତ୍ରିପାଠୀ ଏବଂ ରାମ ପ୍ରସାଦ ସାମଲ, ସହ ସମ୍ପାଦକ ଶିବ ନାରାୟଣ ପଣ୍ଡା, ଶଙ୍କର ଗୋସ୍ୱାମୀ, ସାଂସ୍କୃତିକ ସଂଯୋଜକ କାର୍ତ୍ତିକ ପାଣିଗ୍ରାହୀ,ସାଂସ୍କୃତିକ ସମ୍ପାଦକ ସୁଦିପ କୁମାର ସାହୁ , ମିଡ଼ିଆ ସଂଯୋଜକ ମୃତ୍ୟୁଞ୍ଜୟ ସାହୁ, ଅଭିରାମ ପାତ୍ର, ପ୍ରଶାନ୍ତ ପ୍ରତିନିଧି,ସୁଦର୍ଶନ ପରିଡା, ରୁଦ୍ର ନାରାୟଣ ନାୟକ, ଗୋକୁଳ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ.ମହାନଗର ମହୋତ୍ସବର ସପ୍ତମ ରାଜନୀରେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଆସିଥିବା ଖୋର୍ଦ୍ଧା ଶ୍ରୀହରି ଭଜନ ସନ୍ଧ୍ୟାର କଳାକାର ମାନେ ଭଜନ ନୃତ୍ୟ ପରିବେଷଣ କରିଥିଲେ.

ଜିଲ୍ଲା ସଂସ୍କୃତି ପରିଷଦ ପ୍ରଦତ୍ତ ଦଣ୍ଡ ନାଚ କଳାକାର ପରିବେଷଣ କରିଥିଲେ ଦଣ୍ଡନାଚ.ଏହାସହିତ ସ୍ଥାନୀୟ କଳାକାର ଉତ୍କଳିକା ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା. ସେହିପରି ତୁଳସୀନଗର ବିବେକାନନ୍ଦ ଶିଶୁ ମନ୍ଦିର ପକ୍ଷରୁ ସମ୍ବଲପୁରୀ,ଓଡ଼ିଆନ ଗୁରୁକୁଳ ପକ୍ଷରୁ ଓଡ଼ିଆ ମିକ୍ସ,ତିରୁପତି ଡ୍ୟାନ୍ସ ଏକାଡେମୀ ଓଡ଼ିଆ ମିକ୍ସ,ଫ୍ୟୁଜନ ଡ୍ୟାନ୍ସ ଏକାଡେମୀ ଏବଂ ନୃତ୍ୟ ଧାରା ଡ୍ୟାନ୍ସ ଏକାଡେମୀ ରିମିକ୍ସ,ଛତ୍ରପୁର ରୟାଲ ଡ୍ୟାନ୍ସ ଏକାଡେମୀ ଢାମସା,ପିନାକ ସିଲଟ ଆସୋସିଏସନ ଗଞ୍ଜାମ ମାର୍ସିଆଲ ଆର୍ଟ,ନାଳନ୍ଦାଶ୍ରୀ ଏବଂ ଗୁରୁକୁଳ ଇଣ୍ଟରନ୍ୟାସନାଲ ସ୍କୁଲ କଳାକାର ମାନେ ପରିବେଷଣ କରିଥିଲେ ରିମିକ୍ସ ନୃତ୍ୟ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା. କାର୍ଯ୍ୟକ୍ରମ ଶେଷରେ ସମସ୍ତ କଳାକାରଙ୍କୁ ମାନପତ୍ର ଟ୍ରଫି ପ୍ରଦାନ କରିଥିଲେ ଅତିଥିଗଣ.ମହାନଗର ମହୋତ୍ସବର ସପ୍ତମ ରଜନୀର କାର୍ଯକ୍ରମକୁ ସଂଯୋଜନା ମଞ୍ଚ ପରିଚାଳନା କରିଥିଲେ ପାର୍ବତୀ ସାସମଲ ଏବଂ କାହ୍ନୁ ରାଉତ.