ମହାନଗର ମହୋତ୍ସବର ପଞ୍ଚମ ସନ୍ଧ୍ୟା:ଏମକେସିଜି. ମେଡିକାଲ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ରିଦମ-ଏକ୍ସବ୍ୟାଣ୍ଡ ଧୁନରେ ଝୁମିଲେ ଦର୍ଶକ.

MM-5TH

ଓଡିଶା ବାର୍ତ୍ତା

ବ୍ରହ୍ମପୁର : 13 ତମ ମହାନଗର ମହୋତ୍ସବର ପଞ୍ଚମ ସନ୍ଧ୍ୟା କୁ ରଙ୍ଗୀନ କରିଥିଲେ ବ୍ରହ୍ମପୁର ଏମକେସିଜି ମେଡିକାଲ ଡାକ୍ତରୀ ଛାତ୍ରଛାତ୍ରୀ ଙ୍କ ରିଦମଏକ୍ସ ବ୍ୟାଣ୍ଡ. ମହାନଗର ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ 13 ତମ ମହାନଗର ମହୋତ୍ସବର ପଞ୍ଚମ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ଉପସ୍ଥାପନା କରିଥିଲେ ବ୍ରହ୍ମପୁରର ମ୍ୟୁଜିଙ୍ଗ ଟ୍ରାଇଵ ଅନୁଷ୍ଠାନର ଖ୍ୟାତନାମା ତଥା ବରିଷ୍ଠ ସାହିତ୍ୟକ ଗଣ ଉପସ୍ଥାପନା କରିଥିଲେ ସାହିତ୍ୟ  ଆସର.ଦୀର୍ଘ ସମୟ ଧରି ବିଭିନ୍ନ ସାହିତ୍ୟ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିଲା. ସାହିତ୍ୟ ଆସର ଶେଷ ପର୍ଯାୟରେ ସମସ୍ତ ସାହିତ୍ୟିକ ଙ୍କୁ ମହାନଗର ମହୋତ୍ସବ କମିଟି ପକ୍ଷରୁ ଉପଢୌକନ, ମାନପତ୍ର ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା.

ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଡିଏ ଅଧ୍ୟକ୍ଷ ତଥା କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ଏବଂ ସାମନ୍ତରା ଏକାଡେମୀ ପରିଚାଳନା ନିର୍ଦେଶକ ଦେବେଶ ସାମନ୍ତରାୟ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ.ଏହି ଅବସରରେ କମିଟି ସଭାପତି ଗୋପାଳ ପଟ୍ଟନାୟକ, ସମ୍ପାଦକ ନାରାୟଣ ମହାଙ୍କୁଡ, ଉପସଭାପତି ଅନିଲ କୁମାର ପାତ୍ର, ମିହିର ତ୍ରିପାଠୀ ଏବଂ ରାମ ପ୍ରସାଦ ସାମଲ, ସହ ସମ୍ପାଦକ ଶିବ ନାରାୟଣ ପଣ୍ଡା, ଶଙ୍କର ଗୋସ୍ୱାମୀ, ସାଂସ୍କୃତିକ ସଂଯୋଜକ କାର୍ତ୍ତିକ ପାଣିଗ୍ରାହୀ,ସାଂସ୍କୃତିକ ସମ୍ପାଦକ ସୁଦିପ କୁମାର ସାହୁ, ମିଡ଼ିଆ ସଂଯୋଜକ ମୃତ୍ୟୁଞ୍ଜୟ ସାହୁ, ଅଭିରାମ ପାତ୍ର, ପ୍ରଶାନ୍ତ ପ୍ରତିନିଧି,ସୁଦର୍ଶନ ପରିଡା, ରୁଦ୍ର ନାରାୟଣ ନାୟକ, ଗୋକୁଳ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ.

ମହାନଗର ମହୋତ୍ସବର ପଞ୍ଚମ ସାଂସ୍କୃତିକ ସନ୍ଧ୍ୟାରେ ନିର୍ମଳା ଡ୍ୟାନ୍ସ ଏକାଡେମୀ,ନୃତ୍ୟଶ୍ରୀ ଏକାଡେମୀ,ମିହିର ଡ୍ୟାନ୍ସ ଏକାଡେମୀ,ରେଇନବୋ ଡ୍ୟାନ୍ସ ଏକାଡେମୀ,ଛତ୍ରପୁର ପ୍ରଗତୀ କଳାକେନ୍ଦ୍ର,ପ୍ରିନସ ଡ୍ୟାନ୍ସ ଏକାଡେମୀ, ଅନିରୁଦ୍ଧ ଡ୍ୟାନ୍ସ ଏକାଡେମୀ,ଉତ୍କଳିକାକଳା-ନିକେତନର,କଳାକାର ମାନେଲାବଣୀନୃତ୍ୟ,ସମ୍ବଲପୁରୀ,ରିମିକ୍ସ,ନବଦୁର୍ଗା,ଦେଶାତ୍ମବୋଧକ,ବିଜୁରିଆ,ପଶୁମୁଖା,ଓଡିଶୀ,ମାର୍ସିଆଲ କଳା ରିବେଷଣ. କରିଥିଲେ.

ଏହି ଅବସରରେ ଓଡିଶା ସଂସ୍କୃତି ବିଭାଗ ପକ୍ଷରୁ ସାଇ ସୃତି କଳାକେନ୍ଦ୍ରର କଳାକାର ପରିବେଷଣ କରିଥିଲେ ଓଡିଶୀ ନୃତ୍ୟ. ସମସ୍ତ କଳାକାର ଙ୍କୁ ମାନପତ୍ର ଟ୍ରଫି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରିଥିଲେ ଉପସ୍ଥିତ ଅତିଥିଗଣ. ମହୋତ୍ସବରେ ବରିଷ୍ଠ ସାମ୍ବାଦିକ ତଥା କଳାକାର ସୁଦିପ କୁମାର ସାହୁ ଏବଂ ସାମ୍ବାଦିକ ସୁନିର ବିଶ୍ୱାସ ଙ୍କ ସଂଗୀତ ଦର୍ଶନଙ୍କ ମନରେ ଉତ୍ସାହ ଭରି ଦେଇଥିଲା. ମହାନଗର ମହୋତ୍ସବର ପଞ୍ଚମ ଶୀତୁଆ ସନ୍ଧ୍ୟାରେ ଯୋଶ ଭରିଦେଇଥିଲେ ବ୍ରହ୍ମପୁର ଏମକେସିଜି ମେଡିକାଲ ଡାକ୍ତରୀ ଛାତ୍ରଛାତ୍ରୀ ଙ୍କ ରିଦମଏକ୍ସ ବ୍ୟାଣ୍ଡ. ଏହାକୁ ପରିବେଷଣ କରିଥିଲେ ଡ଼ା.ଅମିତ ବିଶ୍ୱାଳ ଏବଂ ତାଙ୍କ ଟିମ. ମହାନଗର ମହୋତ୍ସବର ପଞ୍ଚମ ରଜନୀର କାର୍ଯକ୍ରମକୁ ସଂଯୋଜନା ମଞ୍ଚ ପରିଚାଳନା କରିଥିଲେ ମଧୁସ୍ମିତା ରଥ  କାର୍ତ୍ତିକ ପାଣିଗ୍ରାହୀ ଏବଂ ଇପ୍ସିତା ପ୍ରିୟଦର୍ଶନୀ ସାମଲ