ମହାଆଡମ୍ବରରେ ଖଲ୍ଲିକୋଟ  ଘୋଷଯାତ୍ରା ଅନୁଷ୍ଠିତ‌

ସିପ୍ରା ପଟନାୟକ,ଓଡିଶା ବାର୍ତ୍ତା

ଖଲ୍ଲିକୋଟ :ଗଞ୍ଜାମ ଜିଲ୍ଲା ଐତିହ୍ୟ ସହର ଖଲ୍ଲିକୋଟ ଠାରେ ଆଡମ୍ବର ସହକାରେ ମହାପ୍ରଭୁ ଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ! ଅପରାହ୍ନ ଦୁଇଟା ବେଳେ ଶ୍ରୀ ଜୀଉ ଗୋଟି ପହଣ୍ଡି ରେ ଆସି ରଥରେ ବିରାଜମାନ ହେଇଥିଲେ !ଏହାପରେ ଚାରିଟା ବେଳେ ରଥଟଣା ଆରମ୍ଭ ହୋଇଥିଲା ଭକ୍ତ ମାନେ ଘଣ୍ଟ , ଘଣ୍ଟା ଖୋଳ ମୃଦଙ୍ଗ ତାଳେତାଳେ ରଥ ମାନ ଙ୍କୁ କୁ ଟାଣି ମାଉସୀ ମା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ! ମହିଳା ମାନେ ମା ଶୁଭଦ୍ରା ଙ୍କ ରଥକୁ ଅତି ଭକ୍ତି ସହିତ ଟାଣିଥିଲେ   ! ଶ୍ରୀ ମହାପ୍ରଭୁ ଙ୍କ ରଥ ଟଣା ପାଇଁ ଆଖପାଖ ଅଞ୍ଚଳରୁ ପାଖାପାଖି ତିରିଶ ହଜାର ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା ! କିଛି ସମୟ ପରେ ମହାପ୍ରଭୁ ଙ୍କ ତିନି ରଥ ବହୁ ଆଡମ୍ବର ସହ  ନିର୍ଦ୍ଧାରିତ ସମୟ ରେ ମାଉସୀ ମା ମନ୍ଦିରରେ ପହଞ୍ଚି ଥିଲେ ! ଭକ୍ତ ମାନଙ୍କ ଆଗମନ କୁ ଦୃଷ୍ଟି ଆଗରେ ରଖି ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସୁ ବନ୍ଦୋବସ୍ତ କରାଯାଇଥିଲା ! ଏହା ସହ ଏହି ଉତ୍ସବ କୁ ସୁଚାରୁରୂପେ ପରିଚାଳନା ପାଇଁ ରଥକମିଟି  ସହିତ ସ୍ଥାନୀୟ ବଜରଙ୍ଗ ଦଳ ସମସ୍ତ ସଦସ୍ୟ ଏବଂ ପୋଲିସ୍ ପ୍ରଶାସନ ପକ୍ଷରୁ  ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥିଲାରଥ ଟଣା ସମୟରେ ହାଜର ହାଜର ଲୋକଙ୍କ ସମାଗମ କୁ ନଜର ରେ ରଖି ଖଲ୍ଲିକୋଟ ମନ୍ଦିର ସମୂହ କାର୍ଯ୍ୟଳୟ ଖଲ୍ଲିକୋଟ ପ୍ରେସ କ୍ଳବ ତରଫରୁ ଡ଼ା ଅଜିତ ପଟ୍ଟନାୟକ ଙ୍କ ସେବା ମନ ବୃତ୍ତି କୁ ପାଥେୟ କରି ବଡ଼ଦାଣ୍ଡ ରେ  ଆଶୁ ଚିକିତ୍ସା ଶିବିର ବ୍ୟବସ୍ଥା କରାଯାଇଥିଲା !